ଭୁବନେଶ୍ୱର: ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବାତ୍ୟା ଦାନାର କ୍ଷୟକ୍ଷତି ଓ ପରବର୍ତ୍ତୀ ପରିସ୍ଥିତିକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିଛନ୍ତି। ଏଣୁ ଜନସାଧାରଣ ଭୟ ବା ଆତଙ୍କିତ ହେବା ଅନାବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମେହନ ଚରଣ ମାଝି। 


COMMERCIAL BREAK
SCROLL TO CONTINUE READING

ଏହି ମୁକାବିଲା କାର୍ଯ୍ୟରେ କେନ୍ଦ୍ର ସରକାର ମଧ୍ୟ ଆବଶ୍ୟକ ସହଯୋଗର ହାତ ବଢ଼ାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀ ମାଝି କହିଛନ୍ତି,  ‘କେନ୍ଦ୍ରର ସହଯୋଗ ଲୋଡ଼ିବା ପୂର୍ବରୁ କେନ୍ଦ୍ର ସହାୟତା ମିଳିଛି। ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ବିଷୟରେ ଆଲୋଚନା ହୋଇଛି। ନିଜେ ପ୍ରଧାନମନ୍ତ୍ରୀ ବାତ୍ୟା ଦାନା ସ୍ଥିତି ଓ ପ୍ରସ୍ତୁତି ବାବଦରେ ଆଲୋଚନା କରିଛନ୍ତି। ଆମ ମନ୍ତ୍ରୀମାନେ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ତୁରନ୍ତ ଆବଶ୍ୟକ ସହାୟତା ଦେବାକୁ କହିଛନ୍ତି’। 


ଆମେ ମାଗିଥିବା ଏନ୍‍ଡିଆର୍‍ଏଫ୍‍ ଟିମ୍‍ ପହଞ୍ଚି ସାରିଛି। ଆମେ ପଶୁ ସମ୍ପଦ ପାଖରେ ଗୋ ଖାଦ୍ୟ ଯୋଗାଇବା ବିଷୟରେ ଆଲୋଚନା କରିଛୁ। ପରିସ୍ଥିତିକୁ ସାମ୍ନା କରିବା ପାଇଁ ତୃଣମୂଳ ସ୍ତରରେ ଆମର ପ୍ରସ୍ତୁତି ଶେଷ ହୋଇଛି। ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ 


ଲୋକ ଗାଁ ଛାଡ଼ିଲେ ବି ତାଙ୍କ ଘର ନିରାପଦ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।  ‘ଗାଁ ଛାଡ଼ି ଲୋକ ଆସିଲେ ମଧ୍ୟ ସେଠାରେ ପୁଲି ପାଟ୍ରୋଲିଂ ହେବ’। ଆଶ୍ରୟସ୍ଥଳରେ ଲୋକଙ୍କୁ ନିର୍ମଳ ଓ ସ୍ୱାସ୍ଥ୍ୟକର ପରିବେଶ ଦେବା ଲାଗି ଶୌଚାଳୟ ପରିଚ୍ଛନ୍ନ ରଖିବା ଲାଗି ବ୍ୟବସ୍ଥା ହୋଇଥିବା ସେ ସୂଚନା ଦେଇଛନ୍ତି। 


ରାଜ୍ୟରେ ସମୁଦାୟ ୭୨୮୫ ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ଏଥରୁ ବହୁମୁଖ୍ୟୀ ବାତ୍ୟା ଆଶ୍ରୟସ୍ଥଳୀ  ସଂଖ୍ୟା ରହିଛି ୮୪୨ ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀ ହେଉଛି ୬୪୪୩। ଏହିସବୁ ସ୍ଥାନକୁ ୩ ଲକ୍ଷ ଲୋକଙ୍କ ସ୍ଥାନାନ୍ତର କରାଯାଇଛି। ଯେଉଁ ଅଞ୍ଚଳ ସମ୍ବେଦନଶୀଳ ସେଠାରୁ ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତର କରିବା ଆମର ଲକ୍ଷ୍ୟ। ଏହି ଦିଗରେ ଆମେ ଆଗକୁ ଯାଉଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜୀବ ଭବନରେ ବାତ୍ୟା ସମ୍ପର୍କିତ ପ୍ରସ୍ତୁତି ବିଷୟକୁ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। 


ଯେତେବଳେ ବାତ୍ୟା ଲ୍ୟାଣ୍ଡଫଲ କରିବା ଏହା ପରେ ବିଜୁଳି ଭିତ୍ତିଭୂମି ପ୍ରଭାବିତ ହେବା ଆଶଙ୍କା ରହିଛି। ଏହାକୁ ପୁଣିଥରେ ସଂଯୋଗ କରିବା ଲାଗି ଅତିରିକ୍ତ ଟିମ୍‍ ମହଜୁଦ କରାଯାଇଛି। ତୁରନ୍ତ ବିଦ୍ୟୁତ୍‍ ଯୋଗାଣ ଲାଗି ବ୍ୟବସ୍ଥା କରିବାକୁ ପ୍ରସ୍ତୁତି ଶେଷ ହୋଇଛି। ଏହାକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ୧୧ ଜିଲ୍ଲାକୁ ବରିଷ୍ଠ ସଚିବ ସ୍ତରୀୟ ଆଇଏଏସ୍‍ ଅଧିକାରୀଙ୍କୁ ପଠାଯାଇଛି।


ସମ୍ପକୃକ୍ତ ଜିଲ୍ଲାରେ ମନ୍ତ୍ରୀମଣ୍ଡଳ ସଦସ୍ୟ ମଧ୍ୟ ରହିଛନ୍ତି। ସରକାରଙ୍କ ସୁବିଧା ଓ ତଥ୍ୟକୁ ସେଠାରେ ଉପଲବ୍ଧ କରୁଛନ୍ତି। ଲୋକେ ଏ ବିଷୟରେ ବିଶେଷ ସହାୟତା କରୁଛନ୍ତି। ଯେତେବଳେ ଯାହା ନିର୍ଦ୍ଦେଶ ଆସୁଛି ସେଥିଲାଗି ସହାୟତା କରୁଛନ୍ତି। ପୁଲିସ କର୍ମୀଙ୍କୁ ବାତ୍ୟା ଆଶ୍ରୟସ୍ଥଳରେ ପହଞ୍ଚିଛନ୍ତି। ଟିଭି, ରେଡିଓ, ସେଶାଲ ମିଡିଆ ରିପୋର୍ଟ ଏବଂ ଲୋକଙ୍କ ମତକୁ ନେଇ ଆମେ କାର୍ଯ୍ୟ କରୁଛୁ। ଆମେ ସବୁ ପ୍ରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛୁ। ଆପଣ ନିର୍ଭୟରେ ରହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରିସ୍ଥିତିକୁ ନେଇ ଆତଙ୍କିତ ହେବା ବଦଳରେ ପରିସ୍ଥିତିକୁ ଦେଖି ସତର୍କ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।


Also read- Family Horoscope: ଗୁରବାର ଦିନ ପାରିବାରିକ ଜୀବନରେ ୬ ରାଶି ପାଇବେ ଖୁସି