ନୟାଗଡ଼ : ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ମଧ୍ୟରେ ଏକ ନିଆରା ସମ୍ପର୍କର ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଅଞ୍ଚଳରେ। ଉଭୟଙ୍କ ପବିତ୍ର ସମ୍ପର୍କକୁ ବିଭିନ୍ନ କାରଣରୁ କଳଙ୍କିତ ଖବର ସାମ୍ନାକୁ ଆସୁଥିବା ବେଳେ ଏହି ଦୃଶ୍ୟ କିନ୍ତୁ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ନୟାଗଡ଼ ଜିଲ୍ଲା ରୋହିବାଙ୍କ ପଞ୍ଚାୟତ ଭଗବତିପ୍ରସାଦରେ। 


COMMERCIAL BREAK
SCROLL TO CONTINUE READING

ଶିକ୍ଷକଙ୍କ ବଦଳି ହୋଇଯାଇଥିବା ବେଳେ ବିଦାୟକାଳୀନ ସମ୍ବର୍ଦ୍ଧନା ବେଳେ କାନ୍ଦିଲେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ସୃଷ୍ଟି ହେଲା ଦୁଃଖର ପରିବେଶ l ବିଦ୍ୟାଳୟରୁ ବିଜ୍ଞାନ ଶିକ୍ଷକ ବୁଦ୍ଧିଆ ପାତ୍ର ପ୍ରମୋସନ ପାଇ ଅନ୍ୟ ବିଦ୍ୟାଳୟକୁ ବଦଳି ହେବା ପରେ ବିଦ୍ୟାଳୟରେ ଦୁଃଖର ପରିବେଶ ସୃଷ୍ଟି ହୋଇଥିଲା l ଶିକ୍ଷକଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ନାରାଜ ଛାତ୍ରଛାତ୍ରୀ l


ବିଜ୍ଞାନ ଶିକ୍ଷକ ବୁଦ୍ଧିଆ ପାତ୍ରଙ୍କ ଉଦ୍ୟମ କ୍ରମେ ବିଦ୍ୟାଳୟ ଅନେକ ଉନ୍ନତି କାର୍ଯ୍ୟ ହୋଇପାରିଛି l ଗୁରୁ -ଶିଷ୍ୟ ସମ୍ପର୍କକୁ ପବିତ୍ର ସମ୍ପର୍କକୁ ଶିକ୍ଷକ ବୁଦ୍ଧିଆ ପାତ୍ର ବଜାୟ ରଖିଥିଲେ l ବିଦ୍ୟାଳୟରେ ୬ ବର୍ଷ ଧରି ଶିକ୍ଷାଦାନ କରିବା ବେଳେ ଛାତ୍ରଛାତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ ସେ ଯୋଡ଼ି ହୋଇ ରହିଥିଲେ l 
ବିଦ୍ୟାଳୟ ଆସୁନଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଆଣିବାକୁ ସେ ଉଦ୍ୟମ କରୁଥିଲେ l ଅଭିଭାବକ ମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିଥିଲେ l 


ଯାହା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା l ସେ ପ୍ରମୋସନ ପାଇ କୁରାଳ ପଞ୍ଚାୟତ ଦଣ୍ଡୋର ବିଦ୍ୟାଳୟକୁ ବଦଳି ହୋଇଛି l ଏ କଥା ଛାତ୍ରଛାତ୍ରୀ ଏବଂ ଅଭିଭାବକ ଜାଣିବା ପରେ ବିଦ୍ୟାଳୟରେ ଏକ ଦୁଃଖର ପରିବେଶରେ ଶିକ୍ଷକଙ୍କୁ ବିଦାୟ ଦେଇଥିଲେ l ଛାତ୍ରଛାତ୍ରୀ ତାଙ୍କ ବଦଳିକୁ ପ୍ରତ୍ୟହାର କରିବାକୁ ଦାବି କରିଛନ୍ତି।