ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନବନିର୍ବାଚିତ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ଚାପୁଡା ଘଟଣା ବର୍ତ୍ତମାନ ସାରା ଦେଶେରେ ଆଲୋଡନ ସୃଷ୍ଟି କରିଛି । ଚଣ୍ଡିଗଡ଼ ବିମାନ ବନ୍ଦରରେ ସିଏସ୍ଏଫ୍ ମହିଳା ଯବାନ କଙ୍ଗନାଙ୍କୁ ଚାପୁଡା ମାରିଥିଲେ । ସୂଚନା ଅନୁସାରେ, ସିଏସଏଫ ମହିଳା ଯବାନ କୁଳବିନ୍ଦର କୌର ଯାଞ୍ଚ କରିବା ସମୟରେ ସେ କଙ୍ଗନା ଉପରକୁ ହାତ ଉଠାଇଥିଲେ । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।  ତେବେ କଙ୍ଗନା ଭଳି ନେତ୍ରୀ ମାଡ ଖାଇବା କୌଣସି ନୂଆ କିମ୍ବା ପ୍ରଥମ ଘଟଣା ନୁହେଁ, କଙ୍ଗନାଙ୍କ ପୂର୍ବରୁ ମଧ୍ୟ ଅନେକ ନେତା ସର୍ବ ସମ୍ମୁଖରେ ଚାପୁଡା ଖାଇଛନ୍ତି ।


COMMERCIAL BREAK
SCROLL TO CONTINUE READING

କଙ୍ଗନା କହିଛନ୍ତି, "ଏହି ଘଟଣାକୁ ନେଇ ମୋର ଶୁଭେଚ୍ଛୁମାନେ ଚିନ୍ତା ପ୍ରକଟ କରୁଛନ୍ତି । ଲଗାତାର ମୋତେ କଲ୍ ଆସୁଛି । ଏହି ପ୍ରସଙ୍ଗରେ ମୁ ସମସ୍ତଙ୍କୁ କହିବାକୁ ଚାହେଁଯେ, ମୁଁ ସମ୍ପୁର୍ଣ୍ଣ ସୁରକ୍ଷିତ ଏବଂ ଭଲ ଅଛି ।


ଅରବିନ୍ଦ କେଜ୍ରିଓ୍ବାଲ:
ଏହା ପୂର୍ବରୁ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ସର୍ବ ସମ୍ମୁଖରେ ଚାପୁଡା ଖାଇଥିଲେ । 2014 ନିର୍ବାଚନ ପ୍ରଚାର ସମୟରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ରୋଡ ସୋରେ ଚାପୁଡା ମାରିଥିଲା । ଜଣ ଅଟୋ ଡ୍ରାଇଭର ତାଙ୍କୁ ମାଡ ମାରିଥିଲେ । ଏହି ଘଟଣା ପରେ ଅରବିନ୍ଦ କେଜ୍ରିୱାଲ ସୁଲତାନପୁରୀର କିରାଡୀ ଅଞ୍ଚଳରେ ଲାଲୀ କୁମାର ନାମକ ଅଟୋ ଡ୍ରାଇଭରଙ୍କ ଘରେ ପହଞ୍ଚି ତାଙ୍କ ସହ କଥା ହୋଇଥିଲେ।


କହ୍ନେୟା କୁମାର:
ଦିଲ୍ଲୀ ଲୋକସଭା ନିର୍ବାଚନ ପାଇଁ ଏହି ଅଭିଯାନରେ ଉତ୍ତର ପୂର୍ବ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ କହ୍ନେୟା କୁମାର ଘୋଣ୍ଡା ବିଧାନସଭା ଆସନରେ ଚାପୁଡା ଖାଇଥିଲେ । ଫୁଲମାଳ ପିନ୍ଧାଇବା ପରେ ତାଙ୍କୁ ଚାପୁଡା ମରାଯାଇଥିଲା । ଏହାପରେ କହ୍ନେୟାଙ୍କ ସମର୍ଥକ ତାଙ୍କୁ ନିର୍ଦ୍ଦୁମ ମାଡ ମାରିଥିଲେ ।


ହାର୍ଦ୍ଦିକ ପଟେଲ:
ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ଗୁଜୁରାଟର ଜଣେ ଯୁବ ନେତା ହାର୍ଦ୍ଦିକ ପଟେଲଙ୍କୁ ମଧ୍ୟ ଏକ ସାଧାରଣ ସଭାରେ ଚାପୁଡ଼ା ମରାଯାଇଥିଲା । ଗୁଜୁରାଟର ସୁରେନ୍ଦ୍ର ନଗର ଲୋକସଭା ଆସନ ପାଇଁ ଏକ ରାଲିରେ ହାର୍ଦ୍ଦିକ ପ୍ରଚାର କରୁଥିଲେ । ଏହି ସମୟରେ ଜଣେ ବ୍ଯକ୍ତି ଭିଡ଼ ଭିତରୁ ତାଙ୍କୁ ଚାପୁଡା ମାରିଥିଲା । ଏହାପରେ ସମର୍ଥକମାନେ ଉକ୍ତ ବ୍ୟକ୍ତିକୁ କାବୁ କରି ମାଡ ମାରିଥିଲେ । ପରେ ତାଙ୍କୁ ପୋଲିସ ହସ୍ତାନ୍ତର କରାଯାଇଥିଲା।


ଶରଦ ପାଓ୍ବାର: 
୨୦୧୧ ମସିହାରେ ଶରଦ ପାୱାର କେନ୍ଦ୍ର କୃଷି ମନ୍ତ୍ରୀ ରହିଥିବା ବେଳେ ସେ ମାଡ ଖାଇଥିଲେ । IFFCO ର ଏକ ସାହିତ୍ୟିକ କାର୍ଯ୍ୟକ୍ରମରୁ ବାହାରକୁ ଆସି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ବେଳେ ଜଣେ ବ୍ୟକ୍ତି ଗାଲକୁ ଚାପୁଡା ମାରିଥିଲେ । ତେବେ ମାଡ ମାରିବା ପରେ ଉକ୍ତ ବ୍ୟକ୍ତି କହିଥିଲେ, ମୁଁ କୃଷି ମନ୍ତ୍ରୀଙ୍କୁ ଚାପୁଡ଼ା ମାରିବା ପାଇଁ ଯୋଜନା ନେଇ ଏଠାକୁ ଆସିଥିଲି, ସମସ୍ତେ ଦୁର୍ନୀତିଗ୍ରସ୍ତ ।