Tiger attack on Youth: ନୂଆଦିଲ୍ଲୀ: ଭାରତରେ ଚିତାଙ୍କ ବଂଶ ଲୋପ ପାଇଥିବା ବେଳେ ନିକଟରେ ୮ଟି ଚିତା ନାମ୍ବିଆରୁ ଚିତା ବାଘ ଅଣାଯାଇଛି। ଗତ ୧୭ ତାରିଖରେ ଏହି ବାଘମାନଙ୍କୁ ସ୍ୱତନ୍ତ୍ର ବିମାନରେ ଅଣାଯାଇ ମଧ୍ୟପ୍ରଦେଶର କୁନୋ ଜଙ୍ଗଲରେ ଛଡ଼ାଯାଇଛି। ତେବେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି କୁନୋ ଜଙ୍ଗଲରେ ଛାଡ଼ିଥିଲେ। ସେମାନଙ୍କ ଗତିବିଧି ଉପରେ ବର୍ତ୍ତମାନ ମାସାଧିକାଳ ନଜରରେ ରଖାଯିବ। ସେମାନଙ୍କ ଖାଦ୍ୟପେୟ, ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ଅଭୟାରଣ୍ୟର କର୍ତ୍ତୃପକ୍ଷ। ସେମାନଙ୍କ ଖାଦ୍ୟପେୟ ପାଇଁ ନିକଟରେ କିଛି ହରିଣଙ୍କୁ କୁନୋ ଜଙ୍ଗଲରେ ଛଡ଼ାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ନାମ୍ବିଆର ରାଜଧାନୀ ଓ୍ୱିଣ୍ଡହୋକରୁ ବୋଇଂ ୭୪୭-୪୦୦ ବିମାନରେ ୮ଟି ଚିତାବାଘଙ୍କୁ ଭାରତ ଅଣାଯାଇଥିଲା। ଆଜି ସକାଳେ ଗ୍ୱାଲିୟରରେ ଥିବା ବାୟୁସେନା ବିମାନଘାଟିରେ ବାଘକୁ ଆଣି ଅବତରଣ କରିଥିଲା। ତେବେ ବାଘଙ୍କୁ ଚିନୁକ ହେଲିକପ୍ଟର ଜରିଆରେ କୁନୋ ଅଭୟାରଣ୍ୟକୁ ନିଆଯାଇଥିଲା। ଅଭୟାରଣ୍ୟର ୧୮ କିମି ଭିତରକୁ ୫ଟି ହେଲିକପ୍ଟର ପ୍ରସ୍ତୁତ କରାଯାଇଥିଲା। 


ସେପଟେ ଦୀର୍ଘ ସମୟ ଧରି ଉଡ଼ାଣ କାରଣରୁ ବାଘ ଗୁଡ଼ିକ ୧୧ ଘଣ୍ଟା ଧରି କିଛି ଖାଇନଥିଲେ। ଚିତାଙ୍କ ସହିତ ଭାରତ ଆସିଥିବା ପଶୁ ଚିକିତ୍ସକ ତଥା ବନ୍ୟଜନ୍ତୁ ବିଶେଷଜ୍ଞ ଏଡ୍ରିଅନ ଟାର୍ଡିଫ କହିଥିଲେ କି ବାଘ ଗୁଡ଼ିକୁ ଗୁରୁବାର ଖାଇବାକୁ ଦିଆଯାଇଥିଲା। ରାସ୍ତାରେ ତାଙ୍କୁ କିଛି ମଧ୍ୟ ଖାଇବାକୁ ଦିଆଯାଇନଥିଲା। 


 



ତେବେ ଆଜି ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ୟୁଜର୍ସ ମାନେ ଏହାକୁ ଦେଖି ମନଛୁଆଁ କମେଣ୍ଟସ ଦେଉଛନ୍ତି। ଏହି ଭାଇରାଲ ଭିଡ଼ିଓରେ ଗୋଟିଏ ବାଘ ସାଇକେଲରେ ଯାଉଥିବା ହଳଦିଆ ରଙ୍ଗର ଟିସାର୍ଟ ପିନ୍ଧା ଜଣେ ଯୁବକଙ୍କୁ ଝାମ୍ପି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଯଦିଓ ଉଭୟ ବାଘ ଓ ଯୁବକ ଜଣ ଅଳ୍ପକେ ରକ୍ଷା ପାଇ ଯାଉଛନ୍ତି। ବାଘ ଠାରୁ ବର୍ତ୍ତିବା ପରିବର୍ତ୍ତେ  ଯୁବକ ଜଣକ ପୁନର୍ବାର ଫେରି ଆସୁଥିବା ଦେଖିବାକୁ ମିଳୁଛି। କିଛି ବାଟ ଫେରିବା ପରେ ଆଉ କିଛି ବାଟୋଇଙ୍କ ନିକଟରେ ପହଞ୍ଚି ସାହାସ ଜୁଟାଉଥିବା ଦେଖିବାକୁ ମିଳିଛି। 


ଏହି ଭିଡ଼ିଓଟିକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଭିଡ଼ିଓଟି ଗୋଟିଏ ମିନିଟର ରହିଥିବା ବେଳେ ଏହାକୁ ଲକ୍ଷାଧିକ ଲୋକ ଦେଖି ସାରିଛନ୍ତି। ତେବେ ଶ୍ରୀ ନନ୍ଦଙ୍କ ମୁତାବକ ଘଟଣାଟି ଡେରାଡୁନ-ଋଷିକେଶ ଜାତୀୟ ରାଜପଥର ବୋଲି। ଏହି ଭିଡ଼ିଓ ଟ୍ୱିଟରରେ ସେୟାର ହେବା ପରେ ଲୋକମାନେ ବେଶ ମନଛୁଆଁ କମେଣ୍ଟସ ଦେଉଛନ୍ତି। କେହି କେହି ଏହାକୁ ସମାଲୋଚନା ମଧ୍ୟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି କି ଏହା ପୂର୍ବ ପ୍ରାୟୋଜିତ। ସୁଟିଂ କରୁଥିବା ବ୍ୟକ୍ତି ଜଣକ ପୂର୍ବରୁ ଜାଣିଥିଲେ ଉକ୍ତ ସାଇକେଲରେ ଯାଉଥିବା ଲୋକଙ୍କୁ ବାଘ ଆକ୍ରମଣ କରିବ ବୋଲି। ଆଉ ଜଣେ ଲେଖିଛନ୍ତି କି ଯୁବକ ଜଣକ ବାଘ ଆକ୍ରମଣ କରିବା ପୁର୍ବରୁ ସେ ଜଙ୍ଗଲ ମଧ୍ୟକୁ ଚାହୁଁଛନ୍ତି। ତାଙ୍କୁ କଣ ଜଣାଥିଲା କି ବାଘ ସେହିଠାରେ ହିଁ ଆସିବ ବୋଲି ସେ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି।