titanic tourist submarine goes missing: ପୁଣି ଥରେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଜଳ ଜାହାଜ ଟାଇଟାନିକ୍। ସଦ୍ୟ ମିଳିଥିବା ଖବର ଆଟଲାଣ୍ଟିକ୍ ମହାସାଗର ମଧ୍ୟରେ ବୁଡ଼ି ରହିଥିବା ଏହି ଜାହାଜକୁ ଦେଖିବା ପାଇଁ ରବିବାର ଏକ ପର୍ଯ୍ୟଟନ ବୁଡ଼ାଜାହାଜ ୫ ଜଣ ଲୋକଙ୍କୁ ନେଇ ଯାଇଥିଲା। ଆଟଲାଣ୍ଟିକ୍ ମହାସାଗରର ଯେଉଁ ସ୍ଥାନରେ ଟାଇଟାନିକ ବୁଡ଼ି ରହିଛି। ହେଲେ ଏବେ ଏହି ବୁଡ଼ାଜାହାଜ ନିଖୋଜ ହୋଇଯାଇଥିବାର ଖବର ଆସିଛି। 


COMMERCIAL BREAK
SCROLL TO CONTINUE READING

ବୁଡ଼ାଜାହାଜ ବୁଡ଼ିଯିବାର ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଯାଇଛି ଯେ ଉଦ୍ଧାରକାରୀ ଦଳ ଏହାକୁ ଖୋଜି ବାହାର କରିବା ପାଇଁ ସମୟ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପର୍ଯ୍ୟଟନ ବୁଡ଼ାଜାହାଜର ନାମ ହେଉଛି ଟାଇଟାନ (Oceangate Submarine Titan)। ଆଟଲାଣ୍ଟିକ୍ ମହାସାଗରରେ (Atlantic Ocean) ବୁଡ଼ିବାର ଅଢେଇ ଘଣ୍ଟାରୁ କମ ସମୟରେ ଏହାର ସମ୍ପର୍କ ନଷ୍ଟ ହୋଇଯାଇଥିଲା। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଏହି ବୁଡ଼ାଜାହାଜର ପାଣି ବୁଡ଼ି ରହିବାର କ୍ଷମତା ହେଉଛି ୯୬। ଟାଇଟାନ ନାମକ ବୁଡ଼ାଜାହାଜ ୭୦ ଘଣ୍ଟା ପାଇଁ ଅମ୍ଳଜାନ ଧାରଣ କରିବାର କ୍ଷମତା ରଖିଥାଏ। ବର୍ତ୍ତମାନ ଅନେକ ସରକାରୀ ଏଜେନ୍ସି, ଆମେରିକା-କାନାଡା ନୌସେନା ଏବଂ ବ୍ୟବସାୟିକ ଭାବରେ ଗଭୀର ସମୁଦ୍ରରେ ବିଭିନ୍ନ ଜଳ ଅଭିଯାନ କାର୍ଯ୍ୟ କରୁଥିବା କମ୍ପାନୀ ବୁଡ଼ି ଯାଇଥିବା ବୁଡ଼ାଜାହାଜ ଖୋଜିବା ପାଇଁ ଅନୁସନ୍ଧାନ ଜାରି ରଖିଛନ୍ତି।


ବୁଡ଼ା ଜାହାଜରେ ଅଛନ୍ତି ଦୁଇ କୋଟିପତି ବ୍ୟବସାୟୀ 
ଟୁର୍ କମ୍ପାନୀ ଓସିୟନଗେଟ (Tour Company Oceangate) ନାମକ ସଂସ୍ଥାର ଏହି ଛୋଟ ବୁଡ଼ା ଜାହାଜରେ (Tour Company Oceangate Submarine) ମୋଟ ୫ ଜଣ ଲୋକ ରହିଥିଲେ। ସେମାନଙ୍କ ମଧ୍ୟରେ ଦୁଇ ଜଣ ପାଇଲଟ୍ ଅନ୍ତର୍ଭୂକ୍ତ ଅଛନ୍ତି। ଏହି ବୁଡ଼ାଜାହାଜରେ ପାକିସ୍ତାନୀ କୋଟିପତି ବ୍ୟବସାୟୀ ଯୁବରାଜ ଦାଉଦ ଏବଂ ତାଙ୍କ ପୁଅ ସୁଲେମାନ। ସେମାନଙ୍କ ବ୍ୟତୀତ ବ୍ରିଟିଶ ବ୍ୟବସାୟୀ ହାମିଶ ହାର୍ଡିଙ୍ଗ ମଧ୍ୟ ସେମାନଙ୍କ ସହ ସାମିଲ ଅଛନ୍ତି। ଏହି ଯାତ୍ରାରେ ସାମିଲ ହେବା ପୂର୍ବରୁ କୋଟିପତି ବ୍ରିଟିଶ ବ୍ୟବସାୟୀ ଜଣଙ୍କ ଏକ  ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ଯେଉଁଥିରେ ସେ କହିଥିଲେ ଯେ ଟାଇଟାନିକ ଧ୍ୱଂସାବଶେଷ ଅଭିଯାନର ଏକ ଅଂଶ ହୋଇ ମୁଁ ଗର୍ବିତ। ଯୁବରାଜ ଦାଉଦଙ୍କ ବିଷୟରେ କୁହାଯାଉଛି ଯେ ସେ ହେଉଛନ୍ତି ସବୁଠାରୁ ଧନୀ ପାକିସ୍ତାନୀ ପରିବାରର ସଦସ୍ୟ। ଯିଏ ଏସଇଟିଆଇ ନାମକ ପ୍ରତିଷ୍ଠାନର ଜଣେ ଟ୍ରଷ୍ଟି ମଧ୍ୟ ଅଛନ୍ତି। ଏହି ବୁଡ଼ାଜାହାଜ ଚଳାଉଥିବା ପାଇଲଟ ହେଉଛନ୍ତି ପାଲ ହେନେରୀ ଏବଂ ଯିଏ ଫ୍ରାନ୍ସ ବାସିନ୍ଦା।


ବୁଡ଼ାଜାହାଜ ଭଡା ୨ କୋଟି ୨୮ ଲକ୍ଷରୁ ଅଧିକ
ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ଏହି ବୁଡ଼ାଜାହାଜରେ ଯାତ୍ରା କରିବା ପାଇଁ ଜଣେ ପର୍ଯ୍ୟଟକଙ୍କୁ ୨ କୋଟି ୨୮ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ପଡିଥାଏ। ଏହି ଯାତ୍ରା ନ୍ୟୁଫାଉଣ୍ଡଲ୍ୟାଣ୍ଡ ସେଣ୍ଟ ଜୋନ୍ ଠାରୁ ଆରମ୍ଭ  ହୋଇଥାଏ। ଟାଇଟାନିକ୍ ଧ୍ୱଂସାବଶେଷ (Wreck of Titanic Ship) ପାଖରେ ପହଞ୍ଚିବା ଏବଂ ସେଠାରୁ ଫେରି ଆସିବା ପାଇଁ ୮ ଘଣ୍ଟା ସମୟ ଲାଗିଥାଏ। ଓସିୟନଗେଟ ୱେବସାଇଟ୍ ଅନୁଯାୟୀ କମ୍ପାନୀ ପାଖରେ ତିନୋଟି ବୁଡ଼ାଜାହାଜ ରହିଛି। ହେଲେ କେବଳ ଟାଇଟାନ ଟାଇଟାନିକ ଧ୍ୱଂସାବଶେଷ ପାଖରେ ପହଞ୍ଚିବାରେ ସକ୍ଷମ। ଏହି ବୁଡ଼ାଜାହାଜର ଓଜନ ହେଉଛି ୧୦୪୩୨ କିଲୋଗ୍ରାମ। କମ୍ପାନୀ ୱେବସାଇଟ୍ ଅନୁଯାୟୀ ଏହି ବୁଡ଼ା ଜାହାଜ ସମୁଦ୍ରରେ ୧୩,୧୦୦ ଫୁଟ ଗଭୀରତାରେ ପହଞ୍ଚିବାକୁ ସକ୍ଷମ। ଏହି ବୁଡ଼ାଜାହାଜରେ ପାଞ୍ଚ ଜଣ ଯାତ୍ରୀଙ୍କ ପାଇଁ ୯୬ ଘଣ୍ଟା ପାଇଁ ଜୀବନ ରକ୍ଷାକାରୀ ଅମ୍ଳଜାନ ମହଜୁଦ ରହିଛି।


୧୯୧୨ ମସିହାରେ ଟାଇଟାନିକ୍ ସହ ଘଟିଥିଲା ଭୟଙ୍କର ଦୁର୍ଘଟଣା
ଗତ ୧୯୧୨ ମସିହାରେ ବ୍ରିଟେନ ଠାରୁ ଆମେରିକା ଯାତ୍ରା କରୁଥିବା ସମୟରେ ଟାଇଟାନିକ୍ ଜାହାଜ ଏହାର ରାସ୍ତାରେ ଏକ ବଡ଼ ବରଫ ଖଣ୍ଡ ସହିତ ଧକ୍କା ହୋଇଥିଲା। ଏହି ଜାହାଜରେ ମୋଟ ୨୨୦୦ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ଏହି ଦୁର୍ଘଟଣାରେ ପ୍ରାୟ ୧୫୦୦ ଲୋକ ପ୍ରାଣ ହରାଇଥିଲେ। ସର୍ବପ୍ରଥମେ ୧୯୮୫ ମସିହାରେ ଟାଇଟାନିକ୍ ଜାହାଜର ଧ୍ୱଂସାବଶେଷ ଦେଖିବାକୁ ମିଳିଥିଲା। ସେହି ଦିନ ଠାରୁ ଏହାକୁ ଦେଖିବା ଅନୁସନ୍ଧାନ ଅଭିଯାନ ଜାରି ରହିଛି।