Kirti Azad Viral Tweet: ନିକଟରେ ଭାରତ-କାନାଡ଼ା ବିବାଦ ପ୍ରସଙ୍ଗରେ ସୋସିଆଲ ମିଡିଆ ଜଗତରେ ଏକ ସ୍କ୍ରିନସଟ୍ ଖୁବ ଭାଇରାଲ ହେବାରେ ଲାଗିଛି। ଏନେଇ ଦାବି କରାଯାଉଛି ଯେ ବିଜେପି କର୍ମକର୍ତ୍ତା କାନାରା ବ୍ୟାଙ୍କ ଶାଖାକୁ କାନାଡୀୟ ସଙ୍ଗଠନ ଭାବେ ବିବେଚନା କରି ଏହାକୁ ବିରୋଧ କରିଛନ୍ତି। ଯାହାର ଏକ ଫଟୋ ମଦ୍ୟ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ କାନାରା ବ୍ୟାଙ୍କ ବ୍ୟାନର ରହିଥିବା କୌଣସି ଏକ ସ୍ଥାନରେ ବିଜେପି କର୍ମକର୍ତ୍ତା ବିରୋଧ ପ୍ରଦର୍ଶନ କରୁଛନ୍ତି। ମାତ୍ର ଏନେଇ କରାଯାଉଥିବା ଦାବି ମିଥ୍ୟା ବୋଲି ଅନୁସନ୍ଧାନରୁ ଜଣାପଡିଛି।


COMMERCIAL BREAK
SCROLL TO CONTINUE READING

ନିକଟରେ ଟିଏମସି ନେତା କୀର୍ତ୍ତି ଆଜାଦଙ୍କ (TMC Leader Kirti Azad) ଏକ ଟ୍ୱିଟ ସ୍କ୍ରିନସଟ ଭାଇରାଲ (Kirti Azad Viral Tweet) ହେବାରେ ଲାଗିଛି। ଏହି ସ୍କ୍ରିନସଟ୍ ପରୀକ୍ଷା କରିବା ପରେ ଜଣାପଡିଛି ​​ଯେ ଏହି ଭାଇରାଲ୍ ଫଟୋ ଚଳିତ ବର୍ଷ ହୋଇଥିବା ବିରୋଧ ପ୍ରଦର୍ଶନର ନୁହେଁ। ଏହାର ଭାରତ-କାନାଡ଼ା ବିବାଦ (India Canada Tensions) ସହିତ କୌଣସି ସମ୍ପର୍କ ନାହିଁ। ବରଂ ଏହି ସ୍କ୍ରିନସଟ୍ ଗତ ୨୦୨୦ ବର୍ଷରେ ତାମିଲନାଡୁ ସ୍ଥିତ ଓଟି (Ooty Area Tamil Nadu) ଠାରେ ହୋଇଥିବା ବିରୋଧ ପ୍ରଦର୍ଶନ ସହ ଜଡ଼ିତ। ଏହି ସ୍କ୍ରିନସଟ୍ ଏଡିଟିଂ ହୋଇଥିବା ଜଣାପଡ଼ିଛି। ଭୁଲ ତଥ୍ୟ ବିସ୍ତାର କରିବାକୁ ଏହାକୁ ସେୟାର କରାଯାଇଛି।



ସାମ୍ନାକୁ କିପରି ଆସିଲା ସତ୍ୟତା?
ଯେତେବେଳେ ଭାଇରାଲ୍ ସ୍କ୍ରିନସଟ୍ ଯାଞ୍ଚ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ​​ଯେ ପ୍ରକୃତରେ ସେଠାରେ କାନାରା ବ୍ୟାଙ୍କ (Canara Bank) ନୁହେଁ ବରଂ ମୋବାଇଲ୍ ବ୍ରାଣ୍ଡ ଫଟୋ ପ୍ରଦର୍ଶିତ ହୋଇଛି। ତାମିଲନାଡୁ ସ୍ଥିତ ଓଟି ଠାରେ ହୋଇଥିବା ବିରୋଧ ସମୟରେ ପୃଷ୍ଠଭୂମିରେ ଶାଓମି ମୋବାଇଲ୍ ବ୍ରାଣ୍ଡ ବ୍ୟାନର (Xiaomi Mobile Brand Banner) ରହିଥିବା ବେଳେ ଏହି ଭାଇରାଲ ଫଟୋ ପୃଷ୍ଠଭୂମିରେ କାନାରା ବ୍ୟାଙ୍କ ବ୍ୟାନର (Canara Bank Banner) ରହିଛି। 


କେବଳ ସେତିକି ନୁହେଁ ଏହି ଖବର ଅନୁସାରେ କାନାରା ବ୍ୟାଙ୍କ ଶାଖାକୁ (Canara Bank Branch) କାନାଡୀୟ ସଙ୍ଗଠନ (Canadian Organization) ଭାବେ ବିବେଚନା କରାଯାଇ ଏହାର ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଉଛି। ହେଲେ ଏହା ସତ୍ୟ ନୁହେଁ। ଏହି ଫଟୋ ଗତ ୨୦୨୦ ବର୍ଷରେ ତାମିଲନାଡୁ ଓଟି ଠାରେ ହୋଇଥିବା ବିରୋଧ ପ୍ରଦର୍ଶନ ସହ ଜଡ଼ିତ। ଯଦି ଆପଣ ଏହାକୁ ଯତ୍ନର ସହ ଦେଖନ୍ତି ତାହେଲେ ଏହା ସ୍ପଷ୍ଟ ହୋଇଯିବ ଯେ ଏହି ଭାଇରାଲ୍ ସ୍କ୍ରିନସଟ୍ ପୃଷ୍ଠଭୂମିରେ କାନାରା ବ୍ୟାଙ୍କ ବ୍ୟାନର ପ୍ରଦର୍ଶିତ ହେଉନାହିଁ। ବରଂ ଏକ ମୋବାଇଲ୍ ବ୍ରାଣ୍ଡ ଫଟୋ ପ୍ରଦର୍ଶିତ ହେଉଛି।