Top 10 News Today | Afternoon | 01 May 2024: H1. କଟକ-ଭୁବନେଶ୍ୱର ଟ୍ୱିନ୍‍ସିଟିରେ ଅପରାହ୍ଣ ଆଶ୍ୱସ୍ତି ମିଳିଛି।  କାଳବୈଶାଖୀ ହେତୁ ହଠାତ୍‍ ଆକାଶ ମେଘୁଆ ହେବା ସାଙ୍ଗକୁ ସ୍ଥାନେ ସ୍ଥାନେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ଏହାପ୍ରଭାବରେ ତାପମାତ୍ରା କମିଛି। ଗରମ ପବନ ସ୍ଥାନରେ ଥଣ୍ଡା ପବନ ଅନୁଭୂତ ହେବା ସହ ବିଜୁଳି ଘଡ଼ଘଡ଼ିର ଆଶଙ୍କା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେଥିଲାଗି ପୀତି ସତର୍କତା ଜାରି କରାଯାଇଛି। 

 

H2. ପ୍ରଥମଥର ପାଇଁ ଭାରତୀୟ ଜନସଂଚାର ସଂସ୍ଥାନରେ  ଚଳିତବର୍ଷଠାରୁ ଆରମ୍ଭ ହୋଇଛି ଡିଗ୍ରୀ । ଦୁଇଟି ପାଠ୍ୟକ୍ରମ ଏଥିଲାଗି ସ୍ଥିର କରାଯାଇଛି। ପ୍ରତିଟି ପାଠ୍ୟକ୍ରମ ଲାଗି ୪୦ ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରାଯିବ ବୋଲି ଏକ ବିଜ୍ଞପ୍ତିରେ ଜଣାଇଛନ୍ତି ସଂସ୍ଥାନର ଉପ ପଞ୍ଜିକାର ଆଶୀଷ କୁମାର ସିଂହ। ଦିଲ୍ଲୀ କେନ୍ଦ୍ରରେ ଏହି ପାଠ୍ୟକ୍ରମ ପଢ଼ାଯିବ।

 

H3. ନିର୍ବାଚନ ରାଜନୀତିରେ ଘିଅ ଢାଳିବାକୁ ଯାଇ ଭୁବନେଶ୍ୱର ସାଂସଦ ଆଜି ବିଜୁ ଜନତା ଦଳ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହି ଦଳ ନିର୍ବାଚନର ଦୁଇ ତିନିଦିନ ପୂର୍ବରୁ ‘ଅନ୍ଧାରୀ ବିଜେ’ ନୀତି ଆପଣାଇଥାଏ ଏବଂ ଏଥିରେ ଲୋକଙ୍କୁ ଭୋଟ ଦେବା ଲାଗି ଟଙ୍କା ବାଣ୍ଟେ ବୋଲି କହିଛନ୍ତି ଅପରାଜିତା। ତାଙ୍କ ପାଖରେ ଏହାର ପ୍ରମାଣ ରହିଛି ବୋଲି ଦାବି କରିଛନ୍ତି ସେ। ଖାଲି ସେତିକି ନୁହେଁ ଏଠାରେ ଜଣେ ସାନବାବୁ ବଡ଼ବାବୁ ହେବା ଲାଗି ମଞ୍ଚ ଉପରେ ଓଡ଼ିଆ ନେତାଙ୍କୁ ସୁଯୋଗ ଦେଉ ନାହାନ୍ତି ବୋଲି କହିଛନ୍ତି ଅପରାଜିତା।

 

H4. ବ୍ରହ୍ମଗିରି ଜିଲ୍ଲାପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡ଼ାଙ୍କୁ ନିଲମ୍ବନ କରିଛି ବିଜୁ ଜନତା ଦଳ। ଦଳ ବିରୋଧୀ କାର୍ଯ୍ୟ କଳାପ ଯୋଗୁ  ତାଙ୍କୁ ତତ୍‍କ୍ଷଣାତ୍‍ ନିଲମ୍ବନ କରାଯାଇଥିବା ଦଳୀୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। 

 

H5. କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ବିଜେଡିର ଦ୍ୱିତୀୟ ପ୍ରଭାବଶାଳୀ ନେତା ଭିକେ ପାଣ୍ଡିଆନ୍‍ ପ୍ରଚାର କରିଛନ୍ତି। ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍‍ ଦେବା ଲାଗି ଅନୁରୋଧ କରିବା ସହ ଶ୍ରୀ ପାଣ୍ଡିଆନ୍‍ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଭତ୍ତା ପ୍ରସଙ୍ଗରେ ସେ କହିଛନ୍ତି ନବୀନ ବାବୁ ୧୦୦୦ ଟଙ୍କା ଭତ୍ତା ଦେଉଥିବାବେଳେ କେନ୍ଦ୍ର ସରକାର ୩୦୦ ଟଙ୍କା ଦେଉଛନ୍ତି। 

 

H6. ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ବ୍ରହ୍ମପୁର ଏବଂ ନବରଙ୍ଗପୁର ଆସନରେ ସେ ନିର୍ବାଚନ ପ୍ରଚାର ସଭାରେ ଉଦବୋଧନ ଦେବେ। ପୂର୍ବାହ୍ଣରେ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିବା ରାଜ୍ୟ ବିଜେପି ନାତା ଗୋଲକ ମହାପାତ୍ର କହିଛନ୍ତି। ଏହା ମୋଦୀଙ୍କ ପ୍ରଥମ ନିର୍ବାଚନ ପ୍ରଚାର ହୋଇଥିବାରୁ ବିଜେପିର ଆଭିମୁଖ୍ୟ ଆହୁରି ତୀକ୍ଷ୍ଣ ହେବ ବୋଲି ଆଶା କରାଯାଇଛି। 

 

H7. ନିର୍ବାଚନ ପ୍ରଚାରରେ ଯାଇଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ହାଲିକପ୍ଟରକୁ ଯାଞ୍ଚ କରିଛନ୍ତି ଫ୍ଲାଇଂ ସ୍କ୍ୱାର୍ଡ। ଭୋଟରଙ୍କୁ ପ୍ରଭାବିତ୍ କରିବା ଲାଗି ସାମଗ୍ରୀକୁ ଦେଖିଥିଲା ଟିମ୍‍। କିନ୍ତୁ ସେଥିରୁ କିଛି ନ ପାଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲାରେ ଏକ ମିଶ୍ରଣ ପର୍ବରେ ଯୋଗ ଦେବାକୁ ଆସିଥିଲା ଶ୍ରୀ ଟୁଡୁ। 

 

H8. ବରଗଡ଼ରେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପୂର୍ବରୁ ସେ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବରଗଡ଼ ଲାଗି ଭୋଟ୍‍ଗ୍ରହଣ ହେବ। 

 

H9. ଭୁବନେଶ୍ୱର ବିମାନବନ୍ଦରରେ  ଜରୁରୀ ଅବତରଣ କରିଛି ଭିସ୍ତାରର ଏକ ବିମାନ। ଟେକ୍‍ଅଫ୍‍ କରିବାର କିଛି ସମୟରେ ଏହା ଅବତରଣ କରିଛି। ହଠାତ୍‍ କୁଆପଥର ମାଡ଼ ଯୋଗୁ ଏହାର ଓ୍ୱିଣ୍ଡ୍‍ସିଲ୍‍ଡ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱରରୁ ଏହା ଦିଲ୍ଲୀ ଅଭିମୁଖେ ଯାଉଥିଲା ଏହି ବିମାନ। ଏହି ବିମାନରେ ୧୭୦ ଯାତ୍ରୀ ଥିଲେ। ହେଲେ ସମସ୍ତ ସୁରକ୍ଷିତ ରହିଥିବା ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଅପରାହ୍ଣ ୧ଟା ୪୫ରେ ଉଡ଼ାଣ ଆରମ୍ଭ କରିଥିଲା। ୧୦ ମିନିଟ ପରେ ଏହା ପୁଣି ତଳକୁ ଓହ୍ଲାଇଥିଲା।  ଆଉ ଏକ ବିମାନରେ ଯାତ୍ରୀଙ୍କୁ ଦିଲ୍ଲୀ ନିଆଯିବ ଏବଂ ମରାମତି ପରେ ସମ୍ପୃକ୍ତ ବିମାନ ସ୍ୱଭାବିକ ଚଳାଚଳ କରିବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। 

 

H10. ଭାରତୀୟ ନୌସେନାକୁ ଅଧିକ ଶକ୍ତିଶାଳୀ କରିବା ତଥା ଲକ୍ଷ୍ୟ ଭେଦକୁ ସହଜ କରିବା ଲାଗି ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ସ୍ମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଓଡ଼ିଶା ଉପକୂଳ ଅବ୍ଦୁଲ୍‍ କଲାମ୍‍ ଉତକ୍ଷେପଣ କେନ୍ଦ୍ରରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା। ସମୁଦ୍ର ମଧ୍ୟରେ ଯୁଦ୍ଧାସ୍ତ୍ରକୁ ଏହି ବ୍ୟବସ୍ଥା ଦ୍ୱାରା ଅଧିକ ଚତୁରତାର ସହ ନଷ୍ଟ କରିହେବ। ଏହା ଏକ ହାଲୁକା କ୍ଷେପଣାସ୍ତ୍ର ହୋଇଥିବାରୁ ଏହାକୁ ପରିବହନ କରିବା ସହଜସାଧ୍ୟ ବୋଲି ଡିଆରଡିଓ ସୂଚନା ଦେଇଛି।