1- Lightening Terror in Bhubaneswar
 ଭୁବନେଶ୍ୱରରେ ୩ ଘଣ୍ଟା ଆତଙ୍କ: 
ଶନିବାର ସନ୍ଧ୍ୟାରେ ପ୍ରାକ୍‍ ଲଘୁଚାପ ବର୍ଷା ଓ ବଜ୍ରପାତ ରାଜଧାନୀବାସୀଙ୍କୁ ଆତଙ୍କିତ କରିଛି। ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶଙ୍କ ସୂଚନା ଅନୁସାରେ କେବଳ ରାଜଧାନୀ ଓ ଆଖପାଖର ଅଞ୍ଚଳରେ ମାତ୍ର ୩ ଘଣ୍ଟା ମଧ୍ୟରେ ୨୫୬୭୩ଟି ବଜ୍ରପାତ ଅର୍ଥାତ୍‍ ବିଜୁଳି ଓ ଘଡ଼ଘଡ଼ି ମାରିଛି। ଏହା ସହ ୧୨୬ ମିଲିମିଟର ବର୍ଷା ମଧ୍ୟ ରେକର୍ଡ କରାଯାଇଛି। ଆଗକୁ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବା ବିଭାଗ ସୂଚନା ଦେଇଛି। ଆସନ୍ତା କାଲି ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ବେୌଦ୍ଧ ଓ କନ୍ଧମାଳରେ ୨୦୦ ମିଲିମିଟର ଯାଏ ବର୍ଷା ହୋଇପାରେ। ସେହିପରି  ୫ ତାରିଖରେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ନବରଙ୍ଗପୁରରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି। 


COMMERCIAL BREAK
SCROLL TO CONTINUE READING

2- New Judges For Odisha HC
ହାଇକୋର୍ଟରେ ୨ ନୂଆ ବିଚାରପତି: 
ଓଡ଼ିଶା ହାଇକୋର୍ଟରେ ଦୁଇଜଣ ଓଡ଼ିଆଙ୍କୁ ବିଜଚାରପତି ଭାବେ ନିଯୁକ୍ତି ମିଳିଛି। ସେମାନେ ହେଲେ ବରିଷ୍ଠ ଆଇନଜୀବୀ ଶିବଶଙ୍କର ମିଶ୍ର ଏବଂ ବରିଷ୍ଠ ବିଚାରବିଭାଗୀୟ ଅଧିକରୀ ଆନନ୍ଦ ଚନ୍ଦ୍ର ବେହେରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସୁପ୍ରିମ୍‍ କୋର୍ଟଙ୍କ କଲିଜିଅମ୍‍ ସୁପାରିଶ୍‍ ଆଧାରରେ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଆସନ୍ତା ସପ୍ତାହରେ ସେମାନେ ଶପଥ ଗ୍ରହଣ କରିବେ। ସେମାନଙ୍କ ଯୋଗଦାନ ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ ରେ ପହଞ୍ଚିବ।  ତଥାପି ଆହୁରି ୧୧ ପଦବୀ ଖାଲି ରହିବ। କାରଣ ଏବେ ସମୁଦାୟ ମଞ୍ଜୁରୀପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ହେଉଛି ୩୩। 


3 -1449 Families to get land rights after 50 years.
ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ପଟ୍ଟା: 
୫୦ ବର୍ଷର ଅପେକ୍ଷା ପରେ ହୀରାକୁଦ ବନ୍ଧ  ନିର୍ମାଣ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ନିଜ ବାସସ୍ଥାନ ପଟ୍ଟା ମିଳିବ। ଏଥିରେ ଝାରସୁଗୁଡ଼ା ଜିଲ୍ଲାର ୧୯ଟି ଗାଁର ୧୪୪୯ ପରିବାର ଉପକୃତ ହେବେ। ସେମାନଙ୍କୁ ୩୨୩୧ ଏକର ଜମି ଉପରେ ଅଧିକାର ପ୍ରଦାନ କରାଯିବ ବୋଲିମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। 


4 -CB probe Order for OPSC Question leak scam
ଓପିଏସ୍‍ସି ପରୀକ୍ଷାର କ୍ରାଇମ୍‍ ବ୍ରାଞ୍ଚ ତଦନ୍ତ: 
ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଜୁନିୟର ଇଞ୍ଜିନିୟର ପରୀକ୍ଷାରେ ହୋଇଥିବା ତ୍ରୁଟି ତଥା ପ୍ରଶ୍ନପତ୍ର ଲିକ୍‍ ମାମଲାର କ୍ରାଇମ୍‍ ବ୍ରାଞ୍ଚ ତଦନ୍ତ କରିବାକୁ ହାଇକୋର୍ଟନିର୍ଦ୍ଦେଶ ଦେଇଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରୁ ଏହି ଦୁର୍ନୀତିର ଚେର ଲମ୍ବିଛି। ଏବଂ ଏହାର ଆବଶ୍ୟକତା ଥିବା କୋର୍ଟ ଅନୁଭବ କରିଛନ୍ତି। 


5 -Inflation to be in descending trend now.
ଚଳିତମାସରୁ କମିବ ମୁଦ୍ରାସ୍ଫୀତି: 
ଚଳିତ ସେପ୍ଟମ୍ବରରୁ ହିଁ ମୁଦ୍ରାସ୍ଫୀତି କମିବା ଆରମ୍ଭ କରିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି। ଟମାଟେ ମୂଲ୍ୟ ହ୍ରାସ, ଚାଉଳ ରପ୍ତାନୀ ଉପରେ କଟକଣା, ତେୈଳ ଦର ହ୍ରାସ ହେତୁ ଏହା ସମ୍ଭବ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। 


6 10.4% hike in Car sales
ଦେଶରେ କାର ବିକ୍ରିରେ ୧୦.୪% ବୃଦ୍ଧି
ସମଗ୍ର ଦେଶରେ କାର୍‍ ବିକ୍ରି ବୃଦ୍ଧି ପାଇଛି। ଜୁଲାଇ ତୁଳନାରେ ଅଗଷ୍ଟ ମାସରା ୧୦.୪ ପ୍ରତିଶତ ବୃଦ୍ଧି ଘଟିଛି। ଏହାଦ୍ୱାରା ଅଗଷ୍ତଟରା ୩ ଲକ୍ଷ ୬୦ ହଜାର ୮୯୭ଟି କାର ବିକ୍ରି ହୋଇଛି। ପାର୍ବଣ ଋତୁ ଆରମ୍ଭରୁ ଏପରି ଅଭିବୃଦ୍ଧି କାର କାର ବଜାରକୁ ସରଗରମ କରିଛି। 


7 -“Adopt a Heritage 2.0” on tomorrow
୪ରେ ଆଡପ୍ଟ ଏ ହେରିଟେଜ୍‍ ୨.୦
ଆସନ୍ତା କାଲି କେନ୍ଦ୍ର ସରକାରଙ୍କ ଦ୍ୱାରା ଏଏସ୍‍ଆଇ ପକ୍ଷରୁ ‘ଆଡପ୍ଟ ଏ ହେରିଟେଜ୍‍ ୨.୦’ ତାଲିକାର ଉନ୍ମୋଚନ ହେବ। ଏହା ଐହତିହ୍ୟ କିରତ୍ତିରାଜୀଗୂଡ଼ିକର ସୁରକ୍ଷା, ଡକ୍ୟୁମେଣ୍ଟେସନ୍‍ ଏବଂ ପ୍ରଚାର ପ୍ରସାରରେ ସହାୟକ ହୋଇପାରିବ। ଏଥିରେ ଓଡ଼ିଶା କିରତ୍ତିରାଜୀ ସ୍ଥାନ ପାଇବା ସମ୍ଭାବନା ରହିଛି। ଓଡ଼ିଶାର ୮୦ଟି କିର୍ତ୍ତିରାଜୀ ଏଏସ୍‍ଆଇ ଅଧୀନରେ ରହିଛି। 



8 -Odia Officer CBC Chief
କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଓଡ଼ଆ ମହାନିର୍ଦ୍ଦେଶକ
ଭାରତର ସରକାରଙ୍କ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ( ସିବିସି)ର ନୂଆ ନିର୍ଦ୍ଦେଶକ ଭାବେ ଜଣେ ଓଡ଼ିଆ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ସେ ହେଲେ ଧୀରେନ୍ଦ୍ର ଓଝା। ସେ ୧୯୯୦ ବ୍ୟାଚ୍‍ର ଭାରତୀୟ ସୂଚନା ସେବା ଅଧିକାରୀ। ପୂର୍ବରୁ ସେ ପ୍ରସ୍‍ ରେଜିଷ୍ଟ୍ରାର୍‍ ଭାବେ କାର୍ଯ୍ୟ କରୁଥିଲେ। 


9 -Ex Speaker Dies
ସୂର୍ଯ୍ୟ ପାତ୍ରଙ୍କ ବିୟୋଗ: 
ପୂର୍ବତନ ବାଚସ୍ପତି ତଥା ଲଗାତାର ଓଡ଼ିଶା ବିଧାନସଭାକୁ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ଘଟିଛି। ତାଙ୍କ ୭୫ ବର୍ଷ ହୋଇଥିଲା। ଦକ୍ଷିଣ ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ସେ ପରିଚିତ। ତାଙ୍କ ବିୟାଗରେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ଶୋକପ୍ରକାଶ କରିଛନ୍ତି। 



10 -India-Pak Match disrupted
ଭାରତ-ପାକ୍‍ ମ୍ୟାଚ୍‍ ଅଧାରୁ ବାତିଲ: 
ବର୍ଷାହେତୁ କଲମ୍ବୋରେ ଖେଳାଯାଇଥିବା ଏସିଆ କପ୍‍ ଭାରତ-ପାକିସ୍ତାନ ମ୍ୟାଚ୍‍ କୁ ଅଧାରୁ ବାତିଲଥ୍‍ କରାଯାଇଛି। ଫୁଳରେ ଦୁଇ ଦେଶ ମଧ୍ୟରେ ପଏଣ୍ଟ ଭାଗ କରାଯାଇଛି। ଏହାଦ୍ୱାରା ପାକିସ୍ତାନକୁ ସମୁଦାୟ ୩ ପଏଣ୍ଟ ପ୍ରାପ୍ତ ହୋଇ ସୁପର-୪ରେ ପ୍ରବେଶ କରିଛି।