Toothless Girl News In Odia : ସାଧାରଣତଃ ପିଲାମାନଙ୍କର କ୍ଷୀର ଦାନ୍ତ (Teeth) ୬ରୁ ୧୨ ବର୍ଷ ମଧ୍ୟରେ ଖସିବା ଆରମ୍ଭ କରେ। କିନ୍ତୁ ସେହି ସମୟରେ ତାଙ୍କର ନୂଆ ଦାନ୍ତ(Teeth)  ଉଠିବା ଆରମ୍ଭ କରେ । ଏହା ମଣିଷ ଜୀବନରେ ସାଧାରଣତଃ ଦୁଇ ଥର ଆସିଥାଏ । ଅର୍ଥାତ ପିଲା ଥିବା ସମୟରେ ଦାନ୍ତ ଖସୁଥିବା ବେଳେ ବାଦ୍ଧାକ୍ୟ ଅବସ୍ଥାର ମଧ୍ୟ ହୋଇଥାଏ । କିନ୍ତୁ ବାଦ୍ଧାକ୍ୟ ଅବସ୍ଥାରେ ଦାନ୍ତ ଖସିଲେ ପୁଣି ଥରେ ନୂଆ ଦାନ୍ତ ଆସି ନ ଥାଏ। ଆଜି ଆମେ ଏପରି ଜଣେ ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ । ଯାହା ଶୁଣିକି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବତୀଙ୍କ ବୟସ ୩୦ କିନ୍ତୁ ତାଙ୍କର ଗୋଟିଏ ବି ଦାନ୍ତ ନାହିଁ (Toothless Girl)। ଆପଣ ଭାବନ୍ତୁ ସେ କିପରି ଖାଦ୍ୟ ଚୋବେଇ ଖାଉଥିବେ । ତେବେ, ଯୁବତୀଙ୍କୁ ୩୦ ବର୍ଷ (Toothless Girl)ବୟସରେ ଏଭଳି କଣ ଘଟିଲା ଯେ, ତାଙ୍କ ସହ ତାଙ୍କର ଦାନ୍ତ ସବୁ ଉପୁଡି ଗଲା (Toothless Girl)। ଆସନ୍ତୁ ଜାଣିବା । 


COMMERCIAL BREAK
SCROLL TO CONTINUE READING

୩୦ ବର୍ଷୀୟ ଯୁବତୀ (age of 30) ଚେୟେନୀ ଦୁନ୍ (Cheyenne Dunn) ।  ନିଜକୁ ଦାନ୍ତ ବିହୀନ ଯୁବତୀ (Toothless Girl) ବୋଲି ଘୋଷଣା କରି ସେ ଚର୍ଚ୍ଚାରେ ଅଛନ୍ତି ।  ସେ ଦାନ୍ତ ବିହୀନ (Toothless Girl) ଥିବାରୁ ଦାନ୍ତ ଲଗାଇବା ପାଇଁ ସମସ୍ତଙ୍କ ସାହାର୍ଯ୍ୟ ଲୋଡିଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ସେ ଅର୍ଥ ସଂଗ୍ରହ କରିବାରେ ଲାଗି ପଡିଛନ୍ତି । ସେ କିପରି ଦାନ୍ତ ବିହିନ ହେଲେ, ଏନେଇ ସୋସିଆଲ ମିଡିଆରେ ନିଜର କାହଣୀ ଲୋକଙ୍କ ସହ ସେୟାର କରିଛନ୍ତି । ସେ କହିଛନ୍ତି,'ମୋତେ ଯେତେବେଳେ ୧୭ ବର୍ଷ ବୟସ ହୋଇଥିଲା ସେତେବେଳେ କୌଣସି କାରଣରୁ ଗୋଟିଏ ପରେ ଗୋଟିଏ ଦାନ୍ତ ମାଢିରୁ ଖସିବାକୁ ଆରମ୍ଭ କରିଥିଲା।  ଏହାସହ ସେ କହିଛନ୍ତି ପୁଣି ଥରେ ଦାନ୍ତ ରୋପଣ ପାଇଁ ବର୍ତ୍ତମାନ ମୋତେ,୩୩ ହଜାର ଡଲାର ଦରକାର , ଯାହା ଦ୍ବାରା ମୁଁ ନୂଆ ଦାନ୍ତ ଲଗାଇପାରିବି । '



Also Read :  Chaiti Festival: ମା’ ତାରିଣୀଙ୍କ ପୀଠରେ ଜମୁଛି ଚଇତି ପର୍ବ,ପଣା ସଂକ୍ରାନ୍ତିରେ ସୁନାବେଶରେ ଝଲସୁଛନ୍ତି ଘଟଗାଁ ରାଣୀ


Also Read : Hanuman Jayanti: ସମ୍ବଲପୁରରେ ୧୪୪ ଧାରା ସତ୍ତ୍ୱେ ହେବ ଶୋଭାଯାତ୍ରା, ଆଜିବି ଠପ୍ ଇଣ୍ଟରନେଟ୍ ସେବା


ଏ-ହି ସମସ୍ୟା ୧୫ ବର୍ଷ ବୟସରେ ଦେଖାଗଲା:
ଜର୍ଜିଆର ବାସିନ୍ଦା(Georgia), ଚେୟେନୀ କହିଛନ୍ତି ଯେ ସେ ୧୫ ବର୍ଷ ବୟସରେ ଏହି ସମସ୍ୟା ତାଙ୍କ ଠାରେ ପ୍ରଥମେ ଦେଖାଦେଇଥିଲା । ପୂର୍ବରୁ ଦାନ୍ତରେ ବହୁତ ଯନ୍ତ୍ରଣା ହୋଇଥିଲା। ଖାଦ୍ୟ ଖାଇବା ସମୟରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଯେଉଁଥି ପାଇଁ ସେ ଅଧିକାଂଶ ସମୟ ଖାଦ୍ୟ ମଧ୍ୟ ଖାଇପାରୁ ନଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ,  ଯେତେବେଳେ ସେ ଡାକ୍ତରଙ୍କ ପାଖକୁ ଗଲେ, ଡାକ୍ତର ଦାନ୍ତ ଦେଖି ସେଥିରେ କିଛି କ୍ଲିପ୍ ଲଗାଇ ଥି୍ଲେ । ପରେ କିନ୍ତୁ ଦାନ୍ତ ଖରାପ ହେବାକୁ ଲାଗିଲା। ଏବଂ ଧିରେ ଧିରେ ଦାନ୍ତ ଗୁଡିକ ଆପଣାଛାଏଁ ଗୁଣ୍ତ ହୋଇ ପାଟିରେ ମିଳେଇ ନଷ୍ଟ ହୋଇଗଲା । ଦାନ୍ତ ନଥିବା ଯୋଗୁଁ ଯୁବତୀଙ୍କ ଚେହେରାରେ ମଧ୍ୟ ଅସୁନ୍ଦର ଦେଖାଯାଇଛି ।  ଦାନ୍ତ ଗୁଡିକ ନଷ୍ଟ ହୋଇଯିବା କାରଣରୁ ସେ ହସିବା ମଧ୍ୟ ବନ୍ଦ କରି ଦେଇଛନ୍ତି । ବର୍ତ୍ତମାନ ଡାକ୍ତରମାନେ କହୁଛନ୍ତି ଯେ ନୂଆ ଦାନ୍ତକୁ ଫିଟ୍ କରିବାକୁ ପଡିବ ଏବଂ ଏଥିପାଇଁ ମୋଟ ୩୩ ହଜାର ଡଲାରରୁ ଅଧିକ ଖର୍ଚ୍ଚ ହେବ।


ଜେନେଟିକ୍ କାରଣରୁ ଯୁବତୀଙ୍କ ଏପରି ଅବସ୍ଥା :
ଚେୟେନୀଙ୍କ ସହିତ ଏହା କାହିଁକି ଘଟିଲା? ଡାକ୍ତରମାନେ ତାଙ୍କୁ କହିଥିଲେ ଯେ, ଦାନ୍ତ ରେ କ୍ଲିପ୍ ଲାଗାଇବା ହେତୁ ତାଙ୍କର ଦାନ୍ତ ଭାଙ୍ଗି ନାହିଁ, କିନ୍ତୁ ଏହାର କାରଣ ହେଉଛି ଜେନେଟିକ୍। ଖରାପ ନ୍ୟୁଟ୍ରେସନ୍ ଏବଂ ମାନସିକ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେତୁ ଏକ ଅଟୋ-ଇମ୍ୟୁନ ବ୍ୟାଧି ବିକଶିତ ହୁଏ (an auto-immune disorder develops) ଯାହା ଦାନ୍ତ ନଷ୍ଟ ହୋଇଯାଏ । ଯେଉଁ କାରଣରୁ ଦାନ୍ତ ଗୁଡିକ ନଷ୍ଟ ହେବାରେ ଲାଗିଥାଏ।