Top 10 News Headlines


COMMERCIAL BREAK
SCROLL TO CONTINUE READING

1. Vande Bharat Express: ଓଡି଼ଶାବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟବାସୀଙ୍କ ଦିର୍ଘ ଦିନର ଆଶା ପୂରଣ ହୋଇଛି । କାହିଁକିନା ରାଜ୍ୟରେ ଆଜିଠୁ ଗଡି଼ଛି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ (second Vande Bharat Express of Odisha)।  ଏହା ପୁରୀ -ରାଉରକେଲା ମଧ୍ୟରେ ଚଳାଚଳ ଆରମ୍ଭ କରିଛି ।  ଏନେଇ  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଭିସି ( Video Conferencing) ଯୋଗେ  ଏହାର ଶୁଭାରମ୍ଭ କରିଛନ୍ତି।


2. Weather Update: ଆଜିଠୁ ବର୍ଷା ପରିମାଣ କମିବା ସମ୍ଭାବନା ଥିଲେ ମଧ୍ୟ ଆସନ୍ତା ସପ୍ତାହରେ ପ୍ରବଳ ବର୍ଷା ଆଶଙ୍କା  କରାଯାଇଛି। ବଙ୍ଗାପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା କାରଣରୁ ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ। ସେପ୍ଟେମ୍ବର ୨୯ ତାରିଖରେ ଆଣ୍ଡାମାନ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।


3. Parineeti Raghav Wedding: ଆଜି ବଲିଉଡ଼ ଅଭିନେତ୍ରୀ ପରିଣିତି ଚୋପ୍ରା (Parineeti Chopra) ଓ ଆପ୍ ସାଂସଦ ରାଘବ ଚଡ୍ଡାଙ୍କ (raghav chaddha) ବାହାଘର (Parineeti Raghav Wedding) ।  ଏହି ସେଲିବ୍ରେଟିଙ୍କ ବିବାହ ନେଇ ସଜେଇ ହୋଇଛି ରାଜସ୍ଥାନ ଉଦୟପୁରର ଲିଲା ପ୍ୟାଲେସ୍ ।  ଶନିବାର ଦିନ  ଏହି ଲବ୍ ବାର୍ଡଙ୍କର ହଳଦୀ ଓ ମେହେନ୍ଦୀ ରଶମ ଶେଷ ହୋଇଥିବା ବେଳେ ଆଜି ସେମାନଙ୍କ ବାହାଘର ହେବେ। ପଞ୍ଜାବୀ ରୀତିନୀତି ଅନୁସାରେ ସେମାନଙ୍କ ବାହାଘର ହେବ ବୋଲି ଜଣାପଡିଛି। ଏନେଇ ଉଭୟଙ୍କ ପରିବାର ସଦସ୍ୟ  ଲିଲା ପ୍ୟାଲେସରେ ବି ପହଞ୍ଚି ସାରିଛନ୍ତି ।


4. ବାଲେଶ୍ୱର: ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦା ରୋଡ୍ ନିକଟରେ ଥିବା ନନା ହୋଟେଲ୍‌ରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର ଘଟଣା ଗ୍ୟାସ୍‌ ଲିକ୍‌ ବୋଲି ଜଣାପଡିଛି । ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ଆହତଙ୍କୁ ବସ୍ତା ହସ୍‌ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଖବର ପାଇ ଦମକଳ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।


5. ସୁନ୍ଦରଗଡ଼: ସଦର ଫରେଷ୍ଟ ରେଞ୍ଜର ଟାଙ୍ଗର ଗାଁରେ ହାତୀ ଆକ୍ରମଣ ଖବର ସାମ୍ନାକୁ ଆସିଛି । ଘଟଣାରେ ଆଲାର କୁଲଲୁ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ସାଲମି ଗିଦ୍ଧି ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି । ଆଲାର କୁଲୁ ଘରେ ଶୋଇଥିବା ସମୟରେ ହାତୀ ଆକ୍ରମଣ କରିଥିଲା । ସେହିପରି ସାଲମି ଗିଦ୍ଧି ଶୌଚ ହେବା ପାଇଁ ଯାଇଥିବା ସମୟରେ ହାତୀ ହାବୁଡରେ ପଡିଯାଇଥିଲେ ।


6. Krishna Leela in Srimandir: ଚଳିତମାସ ୬ ତାରିଖ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ଅନ୍ତିମ ଦିବସ । ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ନବମୀ ତିଥି କୃଷ୍ଣଲୀଳାର ଶେଷ ଦିବସରେ କଂସ ମହାରାଜଙ୍କୁ ଶ୍ରୀକୃଷ୍ଣ ବଧ କରିବେ । ବଡଦାଣ୍ଡରେ ମହାପ୍ରଭୁଙ୍କ(Lord Jagannath) ଏହି ନିତି ଅନୁଷ୍ଠିତ ହେବ । ଆଜି ଅପରାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରିବେଲବଣିଖିଆ ମଣ୍ଡପରେ ମହାଭୋଇ ପରିବାରର ବୋହୁମାନଙ୍କ ହାତରୁ ଲବଣି ଖାଇବା ପରେ ମଥୁରା ନଗର ଅର୍ଥାତ ବଡଦାଣ୍ଡରେ ପହଂଚିବା ପରେ ସେଠାରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ପର୍ବ ଅନୁଷ୍ଠିତ ହେବ ଶେଷରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପ୍ରଭୁ ଶ୍ରୀକୃଷ୍ଣ ରାକ୍ଷସ ରାଜା କଂସଙ୍କ ମଧ୍ୟରେ ଯୁଦ୍ଧ ହେବ | ଶେଷରେ ଶ୍ରୀକୃଷ୍ଣ ମହାରାଜ କଂସଙ୍କୁ ନିଧନ କରିବା ପରେ ମହାପ୍ରଭୁଙ୍କ ପାଲିଙ୍କି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ କରିବେ। 


7. ସୁନ୍ଦରଗଡ଼: ଜିଲ୍ଲାରେ ବଢୁଛି ସ୍କ୍ରବ୍ ଟାଇଫସ୍‌ ରୋଗୀଙ୍କ ସଂଖ୍ୟା । ପୁଣି ୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ୧୦ଜଣଙ୍କର ରକ୍ତନମୁନା ପରୀକ୍ଷା ହୋଇଥିଲା ସେଥିରୁ ୯ ଜଣ ସ୍କ୍ରବ୍ ଟାଇଫସ୍‌ ରୋଗ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ସମୁଦାୟ ୨୩୦ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇସାରିଛନ୍ତି ।


8. ଭୁବନେଶ୍ୱର: ବମିଖାଲ ଓଭରବ୍ରିଜ ନିକଟରେ ଦୁର୍ଘଟଣା । ଭାରସ୍ୟାମ ହରାଇ ବ୍ରିଜ୍ ଉପରୁ ତଳକୁ ଖସିପଡିଛି କାର୍ । ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହାତ ହୋଇଛନ୍ତି । ଦୁର୍ଘଟଣାରେ କାରଟି ଚୁରମାର ହୋଇଯାଇଛି । ଡ୍ରାଇଭରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।


9. ଭୁବନେଶ୍ବର: ଏଏନସଓ ଚାକିରି କରାଇଦେବାକୁ କହି ୪୦ ଜଣଙ୍କୁ ଠକେଇ ହୋଇଥିବା ଅଭିଯୋଗ ଆସିଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢୁଥିବା ଛାତ୍ରଙ୍କୁ ଲୋକସେବା ଭବନରେ ଚାକିରୀ କରାଇଦେବାର ଲୋଭ ଦେଖାଉଥିଲେ ଜଣେ ବ୍ୟକ୍ତି । ଛାତ୍ରଙ୍କଠାରୁ ୨ ଲକ୍ଷ ଟଙ୍କା ଲେଖାଏଁ ନେଉଥିଲେ । ଘଟଣାରେ ସହିଦନଗର ଥାଲା ପୋଲିସ ତଦନ୍ତ କରି ଅଭିଯୁକ୍ତ ମାଧବଚନ୍ଦ୍ର ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇର ଅଭିଯୋଗ ମାଧବଙ୍କ ନାମରେ ରହିଛି ।


10. ବ୍ରହ୍ମପୁର: ହିଂଜିଳିକାଟୁ ନିକଟ ମହୁଲପଲ୍ଲୀ ପଡିଆ ନିକଟରୁ ଗୋଟିଏ ନରକଙ୍କାଳ ଜବତ ହୋଇଛି । ଏ ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ନରକଙ୍କାଳଟି କିପରି ଏଠାକୁ ଆସିଲା ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଅନ୍ୟପଟେ ପାଟପୁର ଥାନା  ବୃନ୍ଦାବନପୁର ଗାଁ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଶବକୁ ଜବତ କରିବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ନାମ ଅନିଲ ନାୟକ (୨୦)।


Also Read- Love Story: ୩୫ ବର୍ଷର ଯୁବକଙ୍କୁ ପ୍ରେମ ବିବାହ କଲେ ୭୦ ବର୍ଷିୟା ମହିଳା