Top 10 News Headlines


COMMERCIAL BREAK
SCROLL TO CONTINUE READING

1. ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଜନବିରୋଧୀ କାର୍ଯ୍ୟକଳାପ ପାଇଁ ଆଜି ବିଜେଡ଼ିରୁ ବହିଷ୍କାର କରାଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ବିଷୟରେ ଆଦେଶ ଜାରି କରିଛନ୍ତି। ଏହି ଦୁଇ ସଦସ୍ୟଙ୍କୁ ବିଧାନସଭା ଆରମ୍ଭର ଅବ୍ୟବହିତ ପୂର୍ବରୁ ବହିଷ୍କାର କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। 


2. ଭୁବନେଶ୍ୱର:  ବରିଷ୍ଠ ନେତା ତଥା ସମ୍ୱାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିରୁ ବହିଷ୍କାର କରାଯିବା ପରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ଦେଇଛି । ଓଡ଼ିଶାରେ ଗଣତନ୍ତ୍ରର ଶାସନ ନାହିଁ ବାବୁତନ୍ତ୍ର ଶାସନ ଚାଲିଛି । ଓଡ଼ିଶାରେ ତାମିଲ ଶାସନ ଚାଲିବାକୁ ଦିଆଯିବ ନାହିଁ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି କହିଥିଲେ ଯେ, ଓଡ଼ିଶାରେ ମନ୍ତ୍ରୀ, ବିଧାୟକ, ସାଂସଦମାନେ, ସମସ୍ତେ କ୍ଷମତାଶୂନ୍ୟ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ଦିଆଯାଉନାହିଁ । 


3. ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା  ଦୈନିକ ଖବରକାଗଜ’ଧରିତ୍ରୀ’ର ସମ୍ପାଦକ ତଥାଗତ ସତପଥି ମହିଳା ଆରକ୍ଷଣ ବିଲ୍‍କୁ ସମାଲେଚନା କରିଛନ୍ତି। ସମଗ୍ର ଦେଶରେ ଯେତେବେଳେ ଏହି ବିଲ୍‍ର ସମର୍ଥନରେ ଲାଗିଛି ସେତେବେଳେ ତଥାଗତ ଟ୍ୱିଟ୍‍ କରି କହିଛନ୍ତି ଏହା କିଛି ପୁରୁଷ ରାଜନେତାଙ୍କୁ ସହାୟକ ହେବ। ସେମାନଙ୍କ ଭୋଟ୍‍ ଭିତ୍ତିକୁ ଧରି ରଖିବାରେ ଏହି ବିଲ୍‍ ସାହାଯ୍ୟ କରିବ


4. ଭୁବନେଶ୍ୱର: ଆସନ୍ତା କାଲି ସକାଳେ ପ୍ରଥମେ ବାଚସ୍ପତି ନିର୍ବାଚନ ଓ ଶପଥଗ୍ରହଣ ପରେ ବିଧାନସଭାର ଅଧିବେଶନ ଆରମ୍ଭ ହେବ। ଏଥିଲାଗି ଆବଶ୍ୟକ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। ପକ୍ଷରୁ ପ୍ରମିଳା ମଲ୍ଲିକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।  ଯଦି ଆଉ କେହି ପ୍ରାର୍ଥୀ ନାମାଙ୍କନ ଦାଖଲ ନକରନ୍ତି ତେବେ ପ୍ରମିଳା ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ଭାବେ ଅପ୍ରତିଦ୍ୱନ୍ଦ୍ୱୀ ହୋଇ  ନିର୍ବାଚିତ ହେବେ।


5. ନୂଆଦିଲ୍ଲୀ: ରାଜ୍ୟସଭାରେ ଗୃହୀତ ହେଲା ମହିଳା ଆରକ୍ଷଣ ବିଲ୍‍: ବିଳମ୍ବିତ ସନ୍ଧ୍ୟାରେ  ପୂର୍ଣ୍ଣ ସହମତିରେ ଗ୍ରହଣ ହୋଇଛି ମହିଳା ଆରକ୍ଷଣ ବିଲ୍‍। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଆଲୋଚନା ପରେ ରାତି ପ୍ରାୟ ୧୦ଟା ୮ ମିନିଟ୍‍ ସମୟରେ ଗୃହର ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନକଡ଼ ସଦସ୍ୟମାନଙ୍କ ଭୋଟ୍‍ ଗ୍ରହଣ କରିଥିଲେ। ପ୍ରଥମେ ବାଚନୀକ ଭୋଟ୍‍ ପରେ ସଦସ୍ୟମାନେ ନିଜର ମତକୁ ବ୍ୟକ୍ତିଗତ ଭାବେ  ଇଲେକ୍ଟ୍ରନିକ ଉପାୟରେ ଭୋଟ୍‍ ପଞ୍ଜୀକୃତ କରିଥିଲେ। ଯେଉଁଥିରେ ଗୃହର ସମସ୍ତ ସଦସ୍ୟ ମହିଳା ବିଲ୍‍କୁ ପାରିତ କରିବା ପାଇଁ ମତ ଦେଇଥିଲେ।


6. ସମ୍ବଲପୁର: ଏକାଠି ମିଶି ୮୫ ପରିବାରର ୪ ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ ନୂଆଁ ଖାଇଲେ। ନୂଆଁଖାଇ ହେଉଛି ଅନେକତାରେ ଏକତା ସୂତ୍ରରେ ବାନ୍ଧିବାର ପର୍ବ। ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବା ବେଳେ ଗ୍ରାମର ସମସ୍ତେ ଏକା ସାଙ୍ଗେ ନୁଆଁ ଖାଇବା ହେଉଛି ଏକ ସୂତ୍ରରେ ବାନ୍ଧି ହୋଇ ରହିବାର ପର୍ବ। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲପଙ୍ଗା ଗ୍ରାମରେ ଏକାଠି ହୋଇ ୮୫ ପରିବାର ପ୍ରାୟ ୪ଶହ ରୁ ଊର୍ଦ୍ଧ୍ୱ ଲୋକ ନୂଆଁ ଖାଇଛନ୍ତି। ନିଆଁରା ଢଙ୍ଗରେ ପାଳନ କରିଛନ୍ତି ଏହି କୃଷିଭିତ୍ତିକ ନୂଆଁଖାଇ। 


7. Akhil Mishra Death: ବଲିଉଡ ଫିଲ୍ମ ୩ ଇଡିଅଟ୍ସରେ ଲାଇବ୍ରେରିଆନ୍ ଦୁବେ ଜୀ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତା ଅଖିଲ ମିଶ୍ରଙ୍କ ମୃତ୍ୟୁ କାରଣରୁ ସମଗ୍ର ବଲିଉଡରେ ଶୋକାକୁଳ ପରିବେଶ । ବିଲଡିଂରୁ ଖସିଯିବା କାରଣରୁ ଅଖିଳଙ୍କ ମୃତ୍ୟୁ ହୋଇଥିବା ସୂଚନା ।


8.  ନୂଆଦିଲ୍ଲୀ: ମଝି ଆକାଶରେ ବିମାନର ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରିବା ସହିତ କ୍ରୁ ମେମ୍ବରଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ଅଗରତାଲା ବିମାନ ବନ୍ଦରରୁ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ବିଶ୍ୱଜିତ ଦେବନାଥ ନାମକ ୪୧ ବର୍ଷୀୟ ଯୁବକ ଗୌହାଟୀ-ଅଗରତାଲା ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ସମୟରେ ହଠାତ୍ ନିଜ ସିଟରୁ ଉଠି ବିମାନର ଜରୁରୀକାଳୀନ ଗେଟ୍ ଖୋଲିବାକୁ ଚେଷ୍ଟା କରିଥିଲା । ଜଣେ ଏୟାରହୋଷ୍ଟେସଙ୍କ ନଜରରେ ତାହା ପଡିବାରୁ ସେ ଯୁବକଙ୍କୁ ଟାଣି ଆଣିଥିଲେ । ପରେ ଯୁବକ ଏୟାରହୋଷ୍ଟେସଙ୍କୁ ଦୁର୍ବ୍ୟବହାର କରିଥିଲା ।


9. ପାରାଦୀପ: ବଙ୍ଗୋପ ସାଗର ସମୁଦ୍ର ଉପକୂଳରେ ଭାରତୀୟ ସେନାର ସମରାଭ୍ୟାସ ଆରମ୍ଭ କରିଛି । ଏହି ସମରାଭ୍ୟାସ ୨ ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି । ଜଳପଥରେ ଉପକୂଳର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ସେନା ବିଭିନ୍ନ ପ୍ରକାରର ପ୍ରସ୍ତୁତି ଚଳାଇଛି ।


10. ଭୁବନେଶ୍ୱର: ଏମସରେ ବଢିବାରେ ଲାଗିଛି ଗୁରୁତର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ୩ ସପ୍ତାହ ହେବ ଅଧିକ ସଂଖ୍ୟାରେ ଗୁରୁତର ଅବସ୍ଥାରେ ଡେଙ୍ଗୁ ରୋଗୀ ପହଞ୍ଚୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଡାକ୍ତରଖାନାରୁ ଡେଙ୍ଗୁ ରୋଗୀଙ୍କୁ ଏମସ୍ ରେଫର କରାଯାଉଛି । ଦୁଇ ସପ୍ତାହ ହେବ ଲଗାତାର କେବଳ ଏମ୍‌ସ ମେଡିସିନ ବିଭାଗରେ ୧୫-୧୬ ଜଣ ଲେଖାଏଁ ରୋଗୀଙ୍କୁ ଭର୍ତ୍ତି କରାଯାଇଛି । କିଛି ରୋଗୀ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।


Also Read- SBI Job: ଏସବିଆଇରେ ପାଇପାରିବେ ନିଯୁକ୍ତି, ସ୍ନାତକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ


Also Read- Akhil Mishra Death: ଟେବୁଲରୁ ଖସି ବଲିଉଡ ଅଭିନେତା ଅଖିଳ ମିଶ୍ରଙ୍କ ମୃତ୍ୟୁ