Mobile Phone Bills: ଗ୍ରାହକଙ୍କୁ ଲାଗିବ ବଡ଼ ଝଟକା। ନିର୍ବାଚନ ଶେଷ ହେବା ପରେ ବଢିବ ମୋବାଇଲ୍‌ ବିଲ୍‌ । ଯାହା ମୋବାଇଲ୍ ଉପଭୋକ୍ତାଙ୍କ ଉପରେ ଏକ ପ୍ରହାର ସଦୃଶ ହେବ।  ନିର୍ବାଚନ ପରେ ମୋବାଇଲ୍‌ ଶୁଳ୍କରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି।  ଟେଲିକମ୍ କମ୍ପାନୀ ଗୁଡ଼ିକ ଗ୍ରାହକ ପିଛା ରାଜସ୍ବ ବଢ଼ାଇବା ଲାଗି ଉଦ୍ୟମ କରୁଛନ୍ତି ବୋଲି ଜଣାପଡିଛି। ତେଣୁ ସେମାନେ ରିଚାର୍ଜ ଦାମ୍ ବଢ଼ାଇବେ। ନିକଟରେ ବିଭିନ୍ନ ଟେଲିକମ୍ କମ୍ପାନୀ ଗୁଡିକ ଗ୍ରାହକଙ୍କୁ ୫ଜି ସେବା ପ୍ରଦାନ ଆରମ୍ଭ କରିଛନ୍ତି । ଟେଲିକମ୍ କମ୍ପାନୀ ଗୁଡ଼ିକ ୫ ଜି ଭିତ୍ତିଭୂମି ବିକାଶ କରିବ‌ାରେ ଅଧିକ ଟଙ୍କା ବିନିଯୋଗ କରିଛନ୍ତି । ସେହି ଅନୁସାରେ ସେମାନେ ‌‌ସେଭଳି ଆଖିଦୃଶିଆ ରିଟର୍ଣ୍ଣ ପାଉ ନାହାନ୍ତି । ତେଣୁ ୫ଜି ସେବା ( 5G Service) ଲାଗି ସ୍ବତନ୍ତ୍ର ରିଚାର୍ଜ ପ୍ଲାନ୍ ଆସିନଥିବା ବେଳେ ତାହା‌ ସେତେଟା ପ୍ରଭାବଶାଳୀ ରହିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏଭଳି ସମୟରେ ପୁରୁଣା ରିଚାର୍ଜ ଦାମ୍‌କୁ ବଢ଼ାଇବା ବ୍ୟତୀତ କମ୍ପାନିଗୁଡ଼ିକ ପାଖରେ ଅନ୍ୟ ବିକଳ୍ପ ନାହିଁ। 


COMMERCIAL BREAK
SCROLL TO CONTINUE READING

ALSO READ: Petrol Diesel Price Today: ଭୁବନେଶ୍ବରରେ ଶସ୍ତା ହେଲା ପେଟ୍ରୋଲ -ଡିଜେଲ, ଲିଟର ପିଛା ଦର ରହିଛି ଏତିକି ଟଙ୍କା


ବିଶେଷ କରି, ଟେଲିକମ୍ ଶୁଳ୍ପ ବଢ଼ିବା ପରେ ଭାରତୀ ଏୟାରଟେଲ୍‌ର ଗ୍ରାହକ ପିଛା ରାଜସ୍ବରେ ୨୯ ଟଙ୍କା ଓ ଜିଓର ୨୬ ଟଙ୍କା ବୃଦ୍ଧି ହେବ ବୋଲି ଆକ୍ସିସ୍ କ୍ୟାପିଟାଲ୍ ଆକଳନ କରିଛି। ଡାଟା ସ୍ପିଡ୍‌ ଅଧିକ ରହିଲେ ଟେଲିକମ୍ ଶୁଳ୍କରେ ବୃଦ୍ଧି ଗ୍ରାହକଙ୍କ ବିଶ୍ବସନୀୟତାକୁ ବିଶେଷ ପ୍ରଭାବିତ କରିବ ନାହିଁ। ସେମାନେ ଅଧିକ ଟଙ୍କା ଗଣିବାକୁ ରାଜି ହୋଇପାରନ୍ତି। ଯେଉଁ କମ୍ପାନିର ସେବା ଭରସାଯୋଗ୍ୟ ରହିବ, ଅଧିକ ଗ୍ରାହକ ସେହି କମ୍ପାନି ପାଖରେ ରହିବେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଶୁଳ୍କ ବଢ଼ିଲେ ତାହାର ସର୍ବାଧିକ ଲାଭ ଜିଓ ଓ ଏୟାରଟେଲ୍‌କୁ ମିଳିବ ବୋଲି ଜଣାପଡିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ମୋବାଇଲ୍ ରିଚାର୍ଜ ଦାମ୍ ବଢ଼ିବା ପରେ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଲୋକେ ଅଧିକ ପ୍ରଭାବିତ ହେବେ।