Tour de kalinga rally:  ଭୁବନେଶ୍ୱର: ରୁଟ୍‌ସ ଅଫ୍ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ହାଇ ଫାଇଭ୍ ସୋସିଆଲ ଇନୋଭେସନ ଓ ମିସନ ଓଡ଼ିଶା ସହଯୋଗରେ ଆୟୋଜିତ 'ଟୁର୍‌ ଡି କଳିଙ୍ଗ'ର ଚତୁର୍ଥ ସଂସ୍କରଣ ରବିବାର ଠାରୁ ଆରମ୍ଭ ହୋଇଛି। ଏହାକୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ସାମ୍ନାରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପେଡାଲ୍ ଅନ୍ ସେଭ୍ ଏନଭାର୍ନମେଣ୍ଟ, ଗ୍ଲୋବାଲ୍ ୱାର୍ମିଂ ଓ ଡ୍ରଗ୍‌ସ ଆବ୍ୟୁସ୍ ଉପରେ ପର୍ଯ୍ୟବେସିତ ଏହି ଅଭିଯାନକୁ ଲୋକାର୍ପିତ କରି ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା କହିଛନ୍ତି ଯେ ମୁଁ ଏ ବିଷୟରେ ଜାଣିଛି ଓ ଅତୀତରେ ଫାଉଣ୍ଡେସନର ବହୁ କାର୍ଯ୍ୟ ସହିତ ଜଡ଼ିତ ରହିଛି। ଏହିଭଳି କାର୍ଯ୍ୟ ଲାଗି ସେମାନଙ୍କ ସମର୍ଥନ ପାଇଁ ମୁଁ ଭୁବନେଶ୍ୱରର ଟିମ୍‌କୁ ଧନ୍ୟବାଦ ଜଣାଉଛି । ଓଡ଼ିଶା ହେଉଛି ଇକୋ ଟୁରିଜିମ୍‌ର ଏକ ଶ୍ରେଷ୍ଠ ସ୍ଥାନ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱର ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ପାଇଁ ବହୁ ଭିତିଭୂମି ଗଠନ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ରୁଟ୍‌ସ ଅଫ୍ ଓଡ଼ିଶା ଫାଉଣ୍ଡେସନର ଅଧ୍ୟକ୍ଷ ସିଏ ସୁଧୀର କୁମାର ଦାଶ କହିଛନ୍ତି ଯେ ରାଜ୍ୟରେ ରାଜନୈତିକ ସ୍ଥିରତା ସହ ଦୂରଦୃଷ୍ଟି ସମ୍ପନ୍ନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ଗଠନରେ ଚମତ୍କାର ରୂପାନ୍ତରଣ କରିଛନ୍ତି। ଆମେ ଆଶା କରୁଛୁ ଯେ ତାଙ୍କ ଯାଦୁରେ ସେ ଓଡ଼ିଶାକୁ କେବଳ ଭାରତ ନୁହେଁ ବରଂ ଦୁନିଆର ମାନଚିତ୍ରରେ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ ଭାବେ ସ୍ଥାନିତ କରିବେ। ଟୁର ଡି କଳିଙ୍ଗର ବିଷୟବସ୍ତୁକୁ ଉନ୍ମୋଚନ କରି ସିଏ ଶ୍ରୀ ଦାଶ କହିଛନ୍ତି ଯେ ସ୍ୱର୍ଣ୍ଣ ତ୍ରିଭୂଜ, ଚିଲିକା ହ୍ରଦ, ପୂର୍ବତଟ ପର୍ବତମାଳା ଏବଂ ଘଂଚ ଜଙ୍ଗଲ ସହିତ ଜଳ ଏବଂ ବନ୍ୟଜସ୍ତ ଆଦିକୁ ନେଇ ଓଡ଼ିଶାରେ ସ୍ୱତନ୍ତ୍ର ଦୃଶ୍ୟପଟ୍ଟ ରହିଛି ଯାହା ଦୁନିଆର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ ଏବଂ ତାହା ଓଡ଼ିଶାକୁ ଏକ ଉପଯୁକ୍ତ ଇକୋ-ଟୁରିଜିମ୍ ସ୍ଥଳରେ ପରିଣତ କରିଛି । ଏହା କେବଳ ଓଡ଼ିଶାର ଶ୍ରେଷ୍ଠ ଲୁକ୍କାୟିତ ବିଷୟକୁ ସାମ୍ନାକୁ ଆଣିବ ନାହିଁ ବରଂ ରାଜ୍ୟ ରାଜ୍ୟରେ ପର୍ଯ୍ୟଟନ ସମ୍ଭାବନାକୁ ବଢ଼ାଇବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପର୍ଯ୍ୟଟନ ହେଉଛି ଦୁନିଆର ସର୍ବବୃହତ ନିଯୁକ୍ତିଦାତା ।


ଚଳିତ  ବର୍ଷ ‘ଟୁର୍-ଦେ–କଳିଙ୍ଗ’ର ବ୍ରିଗେଡ୍ ୧୧ ଡିସେମ୍ବର ୨୦୨୨ରେ ଭୁବନେଶ୍ୱରରୁ କୋରାପୁଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। କୋରାପୁଟରେ ପହଞ୍ଚିବା ପରେ ପୁନର୍ବାର ଭୁବନେଶ୍ୱରକୁ ଫେରିବେ। ଏହି ସାଇକେଲ ରାଲିଟି ମୋଟ ୧୩୦୦ କିଲୋମିଟର ଦୂରତା ସହ ୧୦ଟି ଜିଲ୍ଲା ଦେଇ ଅତିକ୍ରମ କରିବ। ପୁରା ଅଭିଯାନ ୧୩ ଦିନ ମଧ୍ୟରେ ସମ୍ପନ୍ନ ହେବ। ପ୍ରଥମ ଦିନରେ ସାଇକେଲ ଆରୋହୀମାନେ କୋଣାର୍କ, ପିପିଲି ଏବଂ ରଘୁରାଜପୁର ଦେଇ ପୁରୀରେ ପହଞ୍ଚିଛନ୍ତି।  ଏହି ଟୁର୍‌ର ଅନ୍ୟତମ ସଂଯୋଜକ ଶ୍ରୀଯୁକ୍ତ ଯୋଗେନ୍ଦ୍ର ସିଂହ ୨୦୧୭ରୁ ଏଥିରେ ସାମିଲ ହୋଇଥିବା ବେଳେ ସେ କହିଛନ୍ତି ଯେ ମୁଁ ବହୁ ରାଷ୍ଟ୍ର ଭ୍ରମଣ କରିଛି, କିନ୍ତୁ ଓଡ଼ିଶାର ସୁ୍‌ନ୍ଦରତା ଏହାର ଶ୍ରେଷ୍ଠ ସଂସ୍କୃତି, କଳା ଏବଂ ଖାଦ୍ୟ ବିଜ୍ଞାନକୁ ନେଇ ଅତୁଳନୀୟ ଯାହା ଓଡ଼ିଶାର ଆଭ୍ୟନ୍ତରୀଣ ଅଂଚଳରେ ମଧ୍ୟ ଦେଖିବାକୁ ମିଳେ । ଏଠାରେ ଉପସ୍ଥିତ ମନ୍ତ୍ରୀ ମଧ୍ୟ ଅତି ସହଜରେ ଉପଲବ୍ଧ ହୋଇଥାନ୍ତି । ଖାଦ୍ୟ ସ୍ୱତନ୍ତ୍ର ମୂଲ୍ୟବାନ ଏବଂ ଲୋକ ଓ ସେମାନଙ୍କ ଆତିଥେୟତା ମଧ୍ୟ ସେହିଭଳି ।
ବିଶିଷ୍ଟ ସାମ୍ବାଦିକ ଓ ମିସନ ଓଡ଼ିଶାର ପ୍ରତିଷ୍ଠାତା ମଧୁସୂଦନ ମିଶ୍ର ରାଜ୍ୟ ବାହାରର ଚାଳକମାନଙ୍କୁ ସ୍ୱାଗତ କରିଛନ୍ତି ଏବଂ କହିଛନ୍ତି ଯେ ଇକୋ-ଟୁରିଜିମ୍ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଇକୋ ଓ ରୋମାଞ୍ଚ ପର୍ଯ୍ୟଟନର ପ୍ରସାର କରିବା ଲାଗି ଟୁର-ଡି-କଳିଙ୍ଗ ହେଉଛି ଶ୍ରେଷ୍ଠ ବିକଳ୍ପ। ଦୁର୍ଭାଗ୍ୟର ବିଷୟ ହେଉଛି ଏହି ଅଞ୍ଚଳରେ ଆବଶ୍ୟକ ଭିତ୍ତିଭୂମି ବିକାଶ କରିବା ଲାଗି ଏବେବି ସେତିକି ଧ୍ୟାନ ଦିଆଯାଇନାହିଁ। ଏହି ଅବସରରେ ସାମାଜିକ କମୀ ତଥା ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ଏବଂ ସାମାଜିକ କର୍ମୀ ବିପିନ ମହାନ୍ତି ଉପସ୍ଥିତ ଥିଲେ।