Motor Vehicle Act Rules: ରାସ୍ତାରେ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଟ୍ରାଫିକ ନିୟମ (Traffic Rules) ପାଳନ କରିବା ବାଧ୍ୟତାମୂଳକ ଅଟେ । ଏହି ନିୟମକୁ ଉଲ୍ଲଂଘନ କରୁଥିବା ଲୋକଙ୍କୁ ମଧ୍ୟ ଭାରୀ ଚାଲାଣ ଦେବାକୁ ପଡିଥାଏ । ଲୋକମାନଙ୍କୁ ଟ୍ରାଫିକ ନିୟମ ଭାଙ୍ଗୁଥିବା ଦେଖିବାକୁ ପାଇଲେ ଟ୍ରାଫିକ ପୋଲିସ (Traffic Police) ସେମାନଙ୍କୁ ଅଟକାଇ ଥାନ୍ତି । ଏପରି ପରିସ୍ଥିତିରେ ବହୁତ ଲୋକ ଅଛନ୍ତି, ଯେଉଁମାନଙ୍କୁ ଅଟକାଇବା ସ୍ଵତ୍ତ୍ୱେ ମଧ୍ୟ ସେମାନେ ଖସି ପଳାଇବାକୁ ଚେଷ୍ଟା କରିଥାନ୍ତି । ଏପରି ଲୋକଙ୍କୁ ଅଟକାଇ ରଖିବା ପାଇଁ ଟ୍ରାଫିକ ପୋଲିସ ଦ୍ୱାରା ଗାଡିରୁ ଚାବି କାଢିନେବା ଘଟଣା ମଧ୍ୟ ଅନେକ ସମୟରେ ସାମ୍ନାକୁ ଆସିଥାଏ । କିନ୍ତୁ ଏହା କରିବା କେତେ ଠିକ୍? ଓ ସେମାନଙ୍କର ଏପରି କରିବାର ଅଧିକାର ଅଛି କି? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଟ୍ରାଫିକ ପୋଲିସ ଦ୍ୱାରା ଗାଡିରୁ ଚାବି ହଟାଇବା ସମ୍ବନ୍ଧରେ ଟ୍ରାଫିକ ନିୟମ କ’ଣ ରହିଛି ଜାଣନ୍ତୁ ।


COMMERCIAL BREAK
SCROLL TO CONTINUE READING

କିଏ ଲଗାଇପାରିବ ଜରିମାନା?
ଭାରତୀୟ ମୋଟର ଯାନ ଅଧିନିୟମ ୧୯୩୨ ଅନୁଯାୟୀ, ଟ୍ରାଫିକ ନିୟମ ଭାଙ୍ଗିବାକୁ ନେଇ ଜରିମାନା ଲଗାଇବା ପାଇଁ ଜଣେ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ଅତି କମରେ ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ରାଙ୍କ୍ ହେବା ଆବଶ୍ୟକ । ଏହା ବ୍ୟତୀତ, ନିୟମ ଭାଙ୍ଗିବାରେ ଧରାପଡିଲେ ASI, ସବ୍-ଇନ୍ସପେକ୍ଟର ଓ ଇନ୍ସପେକ୍ଟର ଜରିମାନା ଆଦାୟ କରିବାର ଅଧିକାର ପାଇଛନ୍ତି । ଏହା ବ୍ୟତୀତ ଉପସ୍ଥିତ ଟ୍ରାଫିକ୍ କନଷ୍ଟେବଳମାନେ କେବଳ ଉପରୋକ୍ତ ଅଧିକାରୀମାନଙ୍କୁ ସାହାଯ୍ୟ କରିପାରିବେ, କିନ୍ତୁ ସେମାନେ ଗାଡିରୁ ଚାବି କାଢି ପାରିବେ ନାହିଁ ।


ଏହି କଥା ଗୁଡ଼ିକୁ ମନେରଖନ୍ତୁ


>> ଯେତେବେଳେ ଆପଣ ନିୟମ ଉଲ୍ଲଂଘନ କରି ଟ୍ରାଫିକ୍ ପୋଲିସ୍ ଦ୍ୱାରା ଅଟକିଥାନ୍ତି, ସେତେବେଳେ ସେମାନଙ୍କ ପାଖରେ ଚାଲାଣ ବୁକ୍ କିମ୍ବା ଇ-ଚାଲାଣ ମେସିନ୍ ରହିବା ବାଧ୍ୟତାମୂଳକ, ଏହା ବିନା ଆପଣ ଚାଲାଣ କଟାଯାଇ ପାରିବେ ନାହିଁ ।


>>  ଚାଲାଣ କାଟିବା ପାଇଁ ଟ୍ରାଫିକ ପୋଲିସ ୟୁନିଫର୍ମରେ ରହିବା ବାଧ୍ୟତାମୂଳକ ଓ ଏଥି ସହିତ ତାଙ୍କ ୟୁନିଫର୍ମରେ ନେମ ପ୍ଲେଟ ରହିବା ମଧ୍ୟ ବାଧ୍ୟତାମୂଳକ ଅଟେ । ଯଦି ଏସବୁ ନଥାଏ ତେବେ ତାଙ୍କୁ ତାଙ୍କର ପରିଚୟ ପତ୍ର ମାଗିବାର ଅଧିକାର ମଧ୍ୟ ରହିଛି ।


>> ଯଦି ଟ୍ରାଫିକ ପୋଲିସର ଜଣେ ହେଡ କନଷ୍ଟେବଳଙ୍କ ଦ୍ୱାରା ଏହି ଚାଲାଣ କଟାଯାଇଥାଏ, ତେବେ ସର୍ବାଧିକ ପରିମାଣ ୧୦୦ ଟଙ୍କା ହୋଇପାରେ, ତାହାଠାରୁ ଅଧିକ ନୁହେଁ ।


>> ଯଦି କୌଣସି ପୋଲିସ୍ ଆପଣଙ୍କ କାରର ଚାବି କାଢିନିଏ, ତେବେ ଆପଣ ଏହାର ଏକ ଭିଡିଓ କରିନେବା ଉଚିତ୍ ଓ ଆପଣ ଏହା ବିଷୟରେ ନିକଟସ୍ଥ ପୋଲିସ୍ ଷ୍ଟେସନରେ ଅଭିଯୋଗ କରିପାରିବେ ।


>> ଯଦି ଟ୍ରାଫିକ୍ ପୋଲିସ୍ ଆପଣଙ୍କୁ ଅଟକାଇ ଆପଣଙ୍କ ସହ ଦୁର୍ବ୍ୟବହାର କିମ୍ବା ଖରାପ ଶବ୍ଦ ବ୍ୟବହାର କରେ, ତେବେ ଆପଣ ତୁରନ୍ତ ସେମାନଙ୍କ ଉଚ୍ଚ ଅଧିକାରୀଙ୍କ ନିକଟରେ ଏହାକୁ ନେଇ ଅଭିଯୋଗ କରିପାରିବେ ।


>> ଯଦି ଆପଣଙ୍କର ଚାଲାଣ କଟାଯାଇଛି ଓ ତୁରନ୍ତ ଜରିମାନା ରାଶି ଦେବାକୁ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ, ତେବେ ଆପଣଙ୍କ ପାଖରେ ସମାନ ଅର୍ଥରାଶିକୁ ପରେ ଦେବାର ଅଧିକାର ମଧ୍ୟ ଅଛି । ଏହି ପରିସ୍ଥିତିରେ ଟ୍ରାଫିକ୍ ପୋଲିସ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ କରିପାରିବେ । 


ଏହା ବି ପଢ଼ନ୍ତୁ: Monkeys: ଏହି ଗାଁରେ ୩୨ ଏକର ଜମିର ମାଲିକ ଅଟନ୍ତି ମାଙ୍କଡ, ଲୋକମାନେ ମଧ୍ୟ ଦିଅନ୍ତି ବିଶେଷ ସମ୍ମାନ