Train journey:  ନିକଟରେ ଓଡ଼ିଶା ଟ୍ରେନ୍ ଦୁର୍ଘଟଣା (Odisha train accident case) ସମଗ୍ର ଦେଶକୁ ଥରାଇ ଦେଇଛି । ଯଦି ଆପଣ ମଧ୍ୟ ଆପଣଙ୍କର ଟ୍ରେନ୍ ଯାତ୍ରାକୁ ସୁରକ୍ଷିତ କରିବାକୁ ଚାହୁଁଛନ୍ତି, ତେବେ ଆପଣ ମାତ୍ର ୩୫ ପଇସା ଏହି ବୀମା (insurance) ନେଇପାରିବେ । ଦେଶରେ ପ୍ରତିଦିନ ଅନେକ ଲୋକ ଟ୍ରେନରେ ଯାତ୍ରା (train travel) କରନ୍ତି , ଦିର୍ଘ ଦୂରତା ହେଉ କିମ୍ବା ନିତିଦିନିଆ କାର୍ଯ୍ୟ ପାଇଁ ଆମେ ସାଧାରଣତଃ ଅନ୍ୟ ଯାତାୟତ ବିକଳ୍ପ ଅପେକ୍ଷା ଟ୍ରେନ ଯାତ୍ରାରେ ଅଧିକ ସୁବିଧା ପାଇଥାଉ । ଯେଉଁଥିପାଇଁ ଟ୍ରେନ୍ ଯାତ୍ରାକୁ ଲୋକମାନେ ଅଧିକ ପସନ୍ଦ କରନ୍ତି । କମ ଟଙ୍କାରେ ଆରାମ ଦାୟକ ଯାତ୍ରା ମିଳୁଥିବାରୁ ଟ୍ରେନ ଯାତ୍ରା ପ୍ରାୟତଃ ସମସ୍ତଙ୍କର ପସନ୍ଦ । ଆମେ କୌଣସି ନା କୌଣସି ଦିନ ଟ୍ରେନ୍ ଦୁର୍ଘଟଣାରେ କେହି ଆହତ କିମ୍ବା ଗୁରୁତର ହୋଇଥିବା ଶୁଣିଥାଉ । ସେମାନଙ୍କ ମଧ୍ୟରୁ ଯଦି କେହି ଗରିବ କିମ୍ବା ମଧ୍ୟବିତ୍ତ ପରିବାରର ବ୍ୟକ୍ତି ହୋଇଥାନ୍ତି, ସେମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ଉଠାଇବା ବହୁତ କଷ୍ଟକର ହୋଇଥାଏ । ହେଲେ ଆପଣ ଯଦି ଟ୍ରେନ୍ ଯାତ୍ରା ସମୟରେ ଏହି ବୀମା ନେଉଛନ୍ତି ତେବେ ଆପଣଙ୍କର କୌଣସି ଅସୁବିଧାରେ ଏହି ବୀମା ଆପଣଙ୍କର ଆବଶ୍ୟକତାକୁ ନିଶ୍ଚିତ ପୂରଣ କରିପାରିବ । ତେବେ ଏଥିପାଇଁ ଆପଣଙ୍କୁ କୌଣସି ମୋଟା ରକମର ଟଙ୍କା (Money) ଦେବାକୁ ପଡିବ ନାହିଁ । ଏହା ଅଧିନରେ ଆପଣଙ୍କୁ ମାତ୍ର ୩୫ ପଇସାରେ ୧୦ ଲକ୍ଷ ଟଙ୍କାର ବୀମା ମିଳିପାରିବ ।  କିପରି ଏହି ବୀମା ପାଇବେ ଆସନ୍ତୁ ଜାଣିବା।  


COMMERCIAL BREAK
SCROLL TO CONTINUE READING

ଯେତେବେଳେ ଆପଣ ଟ୍ରେନରେ ଯେକୌଣସି ସ୍ଥାନକୁ ଯାତ୍ରା କରିବାକୁ ଆଇଆରସିଟିସି (IRCTC ) ମାଧ୍ୟମରେ ଟିକେଟ୍ ବୁକ୍ (ticket booking) କରନ୍ତି, ସେତେବେଳେ ଆପଣ ୩୫ ପଇସା ପାଇଁ ବୀମା ପାଇବାର ବିକଳ୍ପ ପାଇବେ । ଯାହା ଅନୁଯାୟୀ, ଯାତ୍ରା ସମୟରେ କୌଣସି ଦୁର୍ଘଟଣା, ସ୍ଥାୟୀ ଆଂଶିକ ଅକ୍ଷମତା, ସ୍ଥାୟୀ ପୂର୍ଣ୍ଣ ଅକ୍ଷମତା, ଆଘାତ କିମ୍ବା ଗୁରୁତର ଆଘାତ ଏବଂ ଯାତ୍ରା ସମୟରେ ମୃତ୍ୟୁ ଘଟିଲେ ଆପଣଙ୍କ ଚିକିତ୍ସା ଖର୍ଚ୍ଚ ଏହି ୩୫ ପଇସା ବୀମା ବହନ କରେ ।


ବାଲେଶ୍ୱର ବାହାନଗାଠାରେ ଟ୍ରେନ୍ ଦୁର୍ଘଟଣା ଦେଶର ସବୁଠୁ ବଡ ଟ୍ରେନ୍ ଦୁର୍ଘଟଣା, ଯାହା ସମସ୍ତ ଭାରତୀୟ ଲୋକଙ୍କ ହୃଦୟକୁ ଥରାଇ ଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବାଲେସୋରରେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୦ ରୁ ଅଧିକ ବୋଲି କୁହାଯାଉଛି। ଏହି ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ୯ ଶହ ଅତିକ୍ରମ କରିଛି। ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଜୀବନର ମୂଲ୍ୟ  କେହି ଦେଇପାରିବେ ନାହିଁ ଓ ସେମାନଙ୍କ ପରିବାରରେ ହୋଇଥିବା ଏତେ ବଡ କ୍ଷତିକୁ କେହିବି ପୂରଣ କରିପାରିବେନି । କିନ୍ତୁ, ଆପଣ ଜାଣନ୍ତି କି, ଭାରତୀୟ ରେଳ କ୍ୟାଟରିଂ ଏବଂ ଟୁରିଜିମ୍ କର୍ପୋରେସନ୍ ଯଥା IRCTC ମାଧ୍ୟମରେ ଅନଲାଇନ୍ ଟିକେଟ୍ ବୁକିଂ (online ticket booking) କରିବା ସମୟରେ ଯାତ୍ରୀମାନଙ୍କୁ ମଧ୍ୟ ବୀମା ସୁବିଧା ଯୋଗାଇ ଦିଆଯାଉଛି? ଏହି ବୀମା ଅନୁଯାୟୀ ଟ୍ରେନ୍ ଦୁର୍ଘଟଣାରେ ଆହତ ଓ ମୃତ ଲୋକଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି ।


ଭାରତରେ ଦୀର୍ଘ ଯାତ୍ରା ପାଇଁ ଲୋକମାନେ ଟ୍ରେନ୍ ଯାତ୍ରାକୁ ଅଧିକ ପସନ୍ଦ କରନ୍ତି, କାରଣ ଏହା ଶସ୍ତା ଓ ସୁବିଧା ଜନକ ଅଟେ । ବର୍ତ୍ତମାନ ଦେଶରେ ଡିଜିଟାଇଜେସନ୍ ହେତୁ ଟିକେଟ କାଉଣ୍ଟରରୁ ଟିକେଟ୍ ନେବା ପରିବର୍ତ୍ତେ ଲୋକମାନେ ଅନଲାଇନରେ ଟିକେଟ୍ ବୁକ୍ କରିବାକୁ ବେଶି ପସନ୍ଦ କରନ୍ତି । ଯେଉଁଥିରେ ସେମାନେ ନିଜ ସିଟ୍ ବାଛିବା ଠାରୁ ଖାଇବା ପିଇବା ପର୍ଯ୍ୟନ୍ତ ଅନେକ ବିକଳ୍ପ ପାଇଥାଆନ୍ତି । ତେବେ ଏଥିରେ ଅନ୍ୟ ଏକ ବିକଳ୍ପ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି, ଯାହା ଲୋକମାନେ ଅନଲାଇନରେ ଟିକେଟ ବୁକିଂ କରିବା ସମୟରେ ପାଇଥା’ନ୍ତି । ଏହି ବିକଳ୍ପ ହେଉଛି ବୀମା କରିବା । ଏହା ଅନୁଯାୟୀ, ଯାତ୍ରା ସମୟରେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ହୋଇଥିବା କ୍ଷତି ପାଇଁ ଲୋକଙ୍କୁ କ୍ଷତିପୂରଣ ଦିଆଯାଏ ।


ଆଇଆରସିଟିସି (irctc) ମାଧ୍ୟମରେ ଟିକେଟ୍ ବୁକିଂ କରୁଥିବାବେଳେ ଯାତ୍ରୀମାନଙ୍କୁ ପ୍ରାୟ ୩୫ ପଇସାର ପ୍ରାୟ ଶୂନ ପ୍ରିମିୟମରେ ୧୦ ଲକ୍ଷ ଟଙ୍କା ବୀମା (insurance) ପ୍ରଦାନ କରାଯାଇଛି। ତେବେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ (benefits) ବୋଲି ପ୍ରମାଣିତ ହୋଇପାରେ । ଯେତେବେଳେ ଆପଣ ଟ୍ରେନ୍ ଟିକେଟ୍ ବୁକ୍ କରନ୍ତି, ଦେୟ ସମୟରେ, ଆପଣଙ୍କୁ ଭ୍ରମଣ ବୀମାର ବିକଳ୍ପ ମିଳିବ, ଯାହାଦ୍ବାରା ଆପଣ ଭ୍ରମଣ ବୀମାର କଭର ପାଇପାରିବେ । ଏହାର ବିଶେଷତ୍ୱ ହେଉଛି ଯଦି ଅନେକ ଯାତ୍ରୀ ଗୋଟିଏ PNR ରେ ଯାତ୍ରା କରୁଛନ୍ତି, ତେବେ ସମସ୍ତେ ସମାନ ଭାବରେ ଏହାର ଲାଭ ପାଇବେ ।
 


also read- ପ୍ରେମିକ ସହ ଫେରାର୍ ହେଲା ଝିଅ: ପହିଲି ରଜରେ ବାପା ଦେବେ ମୃତ୍ୟୁ ଭୋଜି