Gautam Gambhir: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ତା ପୂର୍ବରୁ ବିଜେପିର ହାତ ଛାଡିବାକୁ ପ୍ରସ୍ତୁତ ହେଲେଣୀ ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର (MP Gautam Gambhir)। କେବଳ ବିଜେପିରୁ (bjp) ନୁହେଁ ବରଂ ରାଜନୀତି ଜଗତରୁ ଦୂରେଇ ଯିବାକୁ ଚାହୁଁଛନ୍ତି ଗୌତମ ଗମ୍ଭୀର(Gautam Gambhir Quit From Politics) । ଏନେଇ ସୋସିଆଲ ମିଡି଼ଆ (ଏକ୍ସ)ରେ ଏକ ଲମ୍ବା ପୋଷ୍ଟ କରିଛନ୍ତି। ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ''ମୋତେ ରାଜନୈତିକ ଦାୟିତ୍ବରୁ ମୁକ୍ତ କରାଯାଉ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅନୁରୋଧ କରିଛନ୍ତି। ଯାହା ଫଳରେ ଆଗକୁ ଆସୁଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ (ଆଇପିଏଲ)ରେ ଧ୍ୟାନ କେନ୍ଦ୍ରିତ କରିପାରିବି , ରାଜନୀତି ମାଧ୍ୟମରେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି। ''


COMMERCIAL BREAK
SCROLL TO CONTINUE READING

 



ସୂଚନା ଯୋଗ୍ୟ ଯେ,   ୨୦୧୮ ରେ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଗମ୍ଭୀର ବିଦାୟ ନେଇଥିଲେ।  କ୍ରିକେଟ୍ ଜଗତରୁ ସନ୍ୟାସ ନେବା ପରେ, ଗୌତମ ଗମ୍ଭୀର ୨୦୧୯ ମସିହା, ମାର୍ଚ୍ଚ ମାସରେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ରେ ହୋଇଥିବା ଲୋକସଭା ନିର୍ବାଚନରେ , ବିଜେପି ପକ୍ଷରୁ ଟିକେଟ୍ ପାଇଁ ​​ପୂର୍ବ ଦିଲ୍ଲୀ ଆସନରୁ ଲଢି ବିଜୟ ହୋଇଥିଲେ। ୬,୯୫,୧୦୯ ଭୋଟ୍ ବ୍ୟବଧାନରେ ସେ ବିଜୟୀ ହୋଇଥିଲେ। ତେବେ, ଏହି ଆସନରେ ଆପର ଲୋକସଭା ପ୍ରାର୍ଥୀ  ଆତଶୀ ମାର୍ଲିନା ରହିଥିବା ବେଳେ  କଂଗ୍ରେସର ପ୍ରାର୍ଥୀ ରହିଥିଲେ ଅରବିନ୍ଦର ସିଂ ଲଭଲି ।  ଆଗକୁ ଆସୁଛି ଆଇପିଏ ସିଜିନ୍। ତେବେ, ସେ କେକେଆର ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିବାରୁ ସେ ରାଜନୀତିରୁ ସନ୍ୟାସ ନେଉଛନ୍ତି ବୋଲି ଚର୍ଚ୍ଚା ହେଉଛି।