Zomato Delivery Boy: ଘରେ ବସି ଆପଣ ବିଭିନ୍ନ ଅନଲାଇନ ଆପ (Online app) ମାଧ୍ୟମରେ ଖାଦ୍ୟ ମଗାଉଥିବେ ନିଶ୍ଚିତ । ଅର୍ଡର କରିବାର ନିର୍ଦ୍ଦିଷ୍ଟ କିଛି ସମୟ ମଧ୍ୟରେ ଆପଣଙ୍କ ଘର ପାଖରେ ଖାଦ୍ୟ (Food) ସାମଗ୍ରୀ ପହଞ୍ଚିଯାଇଥାଏ । କିନ୍ତୁ ଆପଣ ହୁଏତ ଡେଲିଭରୀ ବୟ ହାତରୁ ଆପଣଙ୍କ ଖାଦ୍ୟ ପ୍ୟାକେଟ୍ ଗ୍ରହଣ କରି ଡୋର୍ ଲକ୍ କରିଦେଉଥିବେ କିନ୍ତୁ କେବେ ଭାବିଛନ୍ତି ଆପଣଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଥିବା ବ୍ୟକ୍ତି ବିଷୟରେ । ଖରା, ବର୍ଷା, ଶୀତକୁ ଖାତିର ନକରି ନିଜ ପେଟ ଚାଖଣ୍ଡକ ପାଇଁ ସେ ବାହାରିଯାଏ ନିଜ କାମରେ । ଡେଲିଭରୀ ବୟଙ୍କ ଜୀବନରେ ଘଟିଥିବା କାହାଣୀକୁ ନେଇ ସିନେମା (Film) ମଧ୍ୟ ନିର୍ମାଣ କରାଯାଇଛି । ତେବେ ଆମେ ଆଜି ଆପଣଙ୍କୁ ଆଉ ଜଣେ ଡେଲିଭରୀ ବୟଙ୍କ ଜୀବନରେ ଘଟିଥିବା କାହାଣୀ (Story) ବିଷୟରେ କହିବାକୁ ଯାଉଛୁ । ଯେଉଁଥିରେ ରହିଛି ଜଣେ ଡେଲିଭରୀ ବୟ ନିଜ ପିଲାଙ୍କୁ ସାଥୀରେ ଧରି କିପରି ଅର୍ଡର ହୋଇଥିବା ପାର୍ସଲ ଗ୍ରାହକଙ୍କ ନିକଟରେ ପହଞ୍ଚାଉଛନ୍ତି ।


COMMERCIAL BREAK
SCROLL TO CONTINUE READING

ଜୋମାଟୋ ଡେଲିଭରୀ ବୟଙ୍କର ଏକ ଭିଡିଓ ଇଣ୍ଟରନେଟରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଅନେକ ଲୋକଙ୍କ ହୃଦୟକୁ ଏହା ଖୁବ୍ ପ୍ରଭାବିତ କରୁଥିବା ଦେଖିବାକୁ ମିଳିଛି । କିଛି ବ୍ୟକ୍ତି ଉକ୍ତ ଡେଲିଭରୀ ବୟଙ୍କ ପ୍ରତି ସହାନୁଭୂତି ମନୋଭାବ ମଧ୍ୟ ଦେଖାଇଛନ୍ତି । କିଛି ବ୍ୟକ୍ତି ଡୋଲିଭରୀ ବୟଙ୍କ ଏପରି କଠିନ ପରିଶ୍ରମ (Hard work)କୁ ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି । କାରଣ ଭିଡିଓରେ ରହିଛି ଯେ, ଜଣେ ଡେଲିଭରୀ ବୟ ନିଜ କର୍ମ ତ କରୁଛନ୍ତି ତା ସହ ନିଜ ପିଲାଙ୍କ ଯତ୍ନ ନେବାକୁ ମଧ୍ୟ ଭୁଲି ନାହାନ୍ତି । ନିଜର ଛୋଟ ଶିଶୁ କନ୍ୟାକୁ ନିଜ କୋଳରେ ଧରି ତା ସହ ସାଥୀରେ ଆଉ ଏକ ପିଲା ମଧ୍ୟ ରହିଛି ।


ଏହି ଭିଡିଓଟିକୁ ଜଣେ ଫୁଡ୍ ବ୍ଲଗର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିବା ପରେ ଏହାକୁ ଲକ୍ଷ ଲକ୍ଷ ଲୋକେ ଦେଖିସାରିଛନ୍ତି । ଭିଡିଓ କ୍ୟାପସନରେ ଲେଖାଥିଲା ଯେ, ଏହି ଭିଡିଓଟିକୁ ଦେଖିବା ପରେ ମୁଁ ଖୁବ୍ ଅନୁପ୍ରାଣିତ ହୋଇଛି । କାରଣ ଜୋମାଟୋ ଡେଲିଭରୀ ବୟ ନିଜର ଏହି ୨ କୁନି ପିଲାଙ୍କ ସହ ଦିନ ରାତି ବିତାଇଥାନ୍ତି । ଖାଦ୍ୟ ଡେଲିଭରୀ କରିବା ପାଇଁ ଯେଉଁଠିକୁ ବି ଯାଆନ୍ତି ତାଙ୍କ ଦୁଇ ପିଲାଙ୍କୁ ସାଥିରେ ନେଇ ଯଆନ୍ତି । ପିଲାଙ୍କ ପାଇଁ ଦାନା ଦିମୁଠା ଯୋଗାଡ କରିବା ସହ ସେମାନଙ୍କୁ ସୁରକ୍ଷା ଦେଇ ବଡ଼ କରିବାରେ ଜଣେ ବାପାର ଯୋଉଁ ଦାୟୀତ୍ୱ ତାହା ଏଥିରୁ ସ୍ପଷ୍ଟ ଭାବରେ ବାରି ହୋଇପଡୁଛି ।


ଦେଖନ୍ତୁ ଭିଡିଓ- 



ଭିଡିଓ ଦେଖିବା ପରେ ଲୋକଙ୍କ ପ୍ରତିକ୍ରିୟା


ଏହି ଭିଡିଓ କ୍ଲିପଟି ଏତେ ମାତ୍ରାରେ ଭାଇରାଲ୍ ହେଲା ଯେ, ଶେଷରେ ଜୋମାଟୋ (Zomato) ନିକଟରେ ପହଞ୍ଚିଯାଇଥିଲା । ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ସହ ଜୋମାଟୋ ଉକ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ ହାତ ବଢାଇଲା। ଜୋମାଟୋ ପକ୍ଷରୁ କମେଣ୍ଟ ବକ୍ସରେ ଲେଖାଯାଇଥିଲା ଯେ, ଆମକୁ ବ୍ୟକ୍ତିଗତ ଭାବରେ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରନ୍ତୁ ଯାହାଦ୍ୱାରା ଆମେ ଡେଲିଭରୀ ବୟଙ୍କୁ ସାହାଯ୍ୟ କରିପାରିବୁ । ଅନ୍ୟପଟେ କମେଣ୍ଟ୍ ବକ୍ସରେ ଡେଲିଭରୀ ବୟଙ୍କ ପ୍ରତି କିଛି ବ୍ୟକ୍ତିଙ୍କର ମତାମତ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଟଙ୍କା ରୋଜଗାର ତଥା ଗୁଜୁରାଣ ମେଣ୍ଟାଇବା ପାଇଁ ଜୋମାଟୋ ଏକ ସୁନ୍ଦର ପ୍ଲାଟଫର୍ମ ଖୋଲିଛି ଏଥିସହ ଏହି ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିବାରୁ ଅନେକ ଅନେକ ଧନ୍ୟବାଦ । ଅନ୍ୟଜଣେ ବ୍ୟକ୍ତି କହିଛନ୍ତି ଯେ, ଏହା ଅତ୍ୟନ୍ତ ପ୍ରେରଣାଦାୟୀ ଘଟଣା । ସେହିପରି ଆଉଜଣେ ବ୍ୟକ୍ତି ନିଜର ମତ ଦେଇ ଲେଖିଛନ୍ତି ଯେ, ଏ ବାପା ଜଣଙ୍କ ହେଉଛନ୍ତି ପ୍ରକୃତରେ ରିୟଲ ହିରୋ (Real Hero) ।


Also Read- ରାଗିଗଲେ ସୁନୀଲ ଗାଭାସ୍କର, କହିଲେ- ସଚିନ ଓ ଦ୍ରାବିଡ ମଧ୍ୟ ସମସ୍ୟା ନେଇ ମୋ ପାଖକୁ ଆସୁଥିଲେ...