Uddhav Thackeray Health News:  ଶିବସେନା ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉଦ୍ଧବ ଠାକରେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ପ୍ରି-ପ୍ଲାନ ଚିକିତ୍ସା ପାଇଁ ସେ ଆଜି ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ତାଙ୍କ ପୁଅ ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ଆଦିତ୍ୟ ଠାକରେ ତାଙ୍କ ସମର୍ଥକଙ୍କୁ ଉଦ୍ଧବ ଠାକରେଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଦଶହରା ପରେ ପରେ ବିଗିଡ଼ି ଥିଲା ସ୍ୱାସ୍ଥ୍ୟବସ୍ଥା:


ସୂଚନାନୁସାରେ, ଶନିବାର ଦିନ ଦଶହରା ଦିନ ମୁମ୍ବାଇର ପ୍ରସିଦ୍ଧ ଶିବାଜୀ ପାର୍କରେ ଉଦ୍ଧବ ଠାକରେ ଏକ ସମାବେଶକୁ ସମ୍ବୋଧିତ କରିଥିଲେ। କିଛି ଘଣ୍ଟା ପରେ, ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାକୁ ଲାଗିଥିଲେ। ଆଜି ସକାଳେ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଆରମ୍ଭ ହୋଇଥିଲା ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରିତିଲେ। ଏହା ପରେ ତାଙ୍କୁ ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଚିକିତ୍ସା ଚାଲିଥିଲା।


ପୂର୍ବରୁ ଥରେ ହାର୍ଟ ସର୍ଜରୀ କରାଯାଇଛି:


ରିପୋର୍ଟ ଅନୁଯାୟୀ, ଉଦ୍ଧବ ଠାକରେ ପୂର୍ବରୁ ଥରେ ହାର୍ଟ ସର୍ଜରୀ କରିଛନ୍ତି। ଆଜି ବି ତାଙ୍କର ହୃଦୟ ସମ୍ବନ୍ଧୀୟ ସମସ୍ୟା ହୋଇଥିଲା, ଯାହା ପରେ ଡାକ୍ତରମାନେ ଏଞ୍ଜିଓଗ୍ରାଫି କରିଥିଲେ ଏବଂ ତାଙ୍କର ଅସ୍ତ୍ରୋପଚାର କରିଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ କିନ୍ତୁ ତାଙ୍କୁ ଭଲ ଚିକିତ୍ସା ପାଇଁ ଡାକ୍ତରଖାନାରେ ରଖାଯାଇଛି। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯିବ।


ଉଦ୍ଧବ ଠାକରେଙ୍କ ପୁଅ ତଥା ମହାରାଷ୍ଟ୍ରର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏକ ପୋଷ୍ଟ କରିଛନ୍ତି। ପିତାଙ୍କ ଅସୁସ୍ଥତା ବିଷୟରେ ଉଲ୍ଲେଖ ନକରି ଆଦିତ୍ୟ ଠାକରେ ତାଙ୍କ ଉପରେ ପ୍ରକାଶିତ ପୋଷ୍ଟରେ କହିଛନ୍ତି ଆପଣଙ୍କର ସମସ୍ତ ଶୁଭେଚ୍ଛା ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭଲ ଅଛନ୍ତି ଏବଂ ଲୋକଙ୍କ ସେବା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।