UN Security Council : ଗାଜାରେ ତୁରନ୍ତ ଯୁଦ୍ଧ ବନ୍ଦ କରି ମାନବିକ ସହାୟତାକୁ ବୃଦ୍ଧି କରିବା ଲାଗି ଜାତିସଂଘର ସବୁଠାରୁରୁ ଶକ୍ତିଶାଳୀ ସୁରକ୍ଷା ପରିଷଦ ପ୍ରସ୍ତାବ ପାରିତ କରିଛନ୍ତି। ୧୦ ନିର୍ବାଚିତ ପ୍ରତିନିଧିଙ୍କ ସମେତ ଚାରି ସ୍ଥାୟୀ ପ୍ରତିନିଧି ଏହି ପ୍ରସ୍ତାବରେ ସମ୍ମତି ପ୍ରକାଶ କରିଛନ୍ତି। ପ୍ରଥମଥର ପାଇଁ ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆମେରିକା ଏଥର ଭିଟୋ ପ୍ରୟୋଗରୁ ବିରତ ରହିଛି।


COMMERCIAL BREAK
SCROLL TO CONTINUE READING

ସୁରକ୍ଷା ପରିଷଦରେ ଭିଟୋ ପ୍ରୟୋଗ ନକରିଲେ ଆମେରିକାକୁ  ଇସ୍ରାଏଲ୍‍ ପଠାଇବାକୁ ଥିବା ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀଙ୍କୁ ବିରତ କରିବ ବୋଲି ଇସ୍ରାଏଲ୍‍ ସେନା ରେଡିଓ ପ୍ରକାଶ କରିଥିଲା। କିନ୍ତୁ ଏହାକୁ ଖାତିର ନକରି ଆମେରିକା ସୁରକ୍ଷା ପରିଷଦ ବୈଠକରେ ଉପସ୍ଥିତ ରହି ନାହିଁ।


ଇସ୍ରାଏଲ୍‍ ଉପରେ ଅକ୍ଟୋବର ୭, ୨୦୨୩ଦିନ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ୍‍ ପକ୍ଷରୁ ହମାସ ନେତୃତ୍ୱରେ ଥିବା ବିଭିନ୍ନ ସଂଗଠନ ଉପରେ ଆକ୍ରମଣ ଆରମ୍ଭ କରାଯାଇଥିଲା। ଏଥିରେ ପ୍ରାୟ ୩୨ ହଜାର ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଧନସମ୍ପତ୍ତି ନଷ୍ଟ ହୋଇଛି। ଆମେରିକାର ସହଯୋଗରେ ଇସ୍ରାଏଲ୍‍ ଏତେବଡ଼ ଯୁଦ୍ଧକୁ ପରିଚାଳନା କରି ଆସୁଛି। ଏ ବାବଦରେ ସୁରକ୍ଷା ପରିଷଦ ବାରମ୍ବାର ପ୍ରସ୍ତାବ ଆଣୁଥିଲେ ମଧ୍ୟ ଏଥିରେ ଆମେରିକା ଭିଟୋ ପ୍ରୟୋଗ କରୁଥିବାରୁ ଯୁଦ୍ଧ ବିରତି ପାଇଁ ପ୍ରସ୍ତାବ ପାରିତ ହୋଇ ପାରି ନଥିଲା। ଏବେ ପବିତ୍ର ରମଦାନ ପର୍ବ ଚାଲିଥିବାରୁ ଆମେରିକା ପ୍ରସ୍ତାବ ପାରିତ ହେବେକୁ ଡକାଯାଇଥିବା ସୁରକ୍ଷେ ପରିଷଦ ବୈଠକରେ ନିଜକୁ ଅନୁପସ୍ଥିତ ରଖିଥିଲା। ଏହାଫଳରେ ୫ ସ୍ଥାୟୀ ପ୍ରତିନିଧି  ଓ ୧୦ ନିର୍ବାଚିତ ପ୍ରତିଧ ଥିବା ସୁରକ୍ଷା ପରିଷଦରେ ସର୍ବସମ୍ମତ୍ତିକ୍ରମେ ଗାଜାରେ ଯୁଦ୍ଧ ବନ୍ଦ ପ୍ରସ୍ତାବ ପାାରିତ ହୋଇଛି।


ଏହା ସହ ସେଠାରେ ମାନବିକ ସହାୟତାକୁ ବୃଦ୍ଧି କରିବା ପାଇଁ ସୁରକ୍ଷା ପରିଷଦ ପ୍ରସ୍ତାବ କରିଛି। ଇସଅାଏଲ୍‍ର ସୂଚନା ଅନୁସାରେ ହମାସ ୨୫୩ଜଣଙ୍କୁ ବନ୍ଧକ କରି ରଖିଛି।