Unity is Power: ଏଥର ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନତାର ୭୬ ବର୍ଷ ପାଳନ କରୁଛି । ଏହି ସମୟରେ ପଞ୍ଜାବର ବର୍ଣ୍ଣଳାର କୁଟବା ବାହମାନିଆ ଗ୍ରାମରୁ ଏକ ନିଆରା ଖବର ସାମ୍ନାକୁ ଆସିଛି । ଏକତାର ଏକ ନିଆରା ବାର୍ତ୍ତା ଏହି ଅଞ୍ଚଳରେ ଦେଖିବାକୁ ମିଳିଛି । ଗ୍ରାମରେ ଶାନ୍ତିର ବାତାବରଣ ଦେଖିବାକୁ ମିଳିଛି । ଶୁକ୍ରବାର ଅବସରରେ ମୁସଲିମ ସଂମ୍ପ୍ରଦାୟ (Muslim community)ର ଲୋକମାନେ ଅଜାଣ ପ୍ରାର୍ଥନା କରିବା ପାଇଁ ଏକ ମସଜିଦ ନିର୍ମାଣ କରାଯାଇଛି । ଯାହାକୁ ନେଇ ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଆଲୋଚନା କରାଯାଇଛି ।


COMMERCIAL BREAK
SCROLL TO CONTINUE READING

କୁଟବା ବାହମାନିଆର ପଞ୍ଚାୟତର ସରପଞ୍ଚ ବୁଟା ସିଂ ଗାଁର ପ୍ରଥମ ମସଜିଦର ଉଦଘାଟନ (Inauguration of the mosque) କରିଛନ୍ତି । ଗାଁରେ ଥିବା ୪ଟି ମୁସଲିମ ପରିବାର ପାଇଁ ଏହି ମସଜିଦଟି ନିର୍ମାଣ କରାଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମସଜିଦଟି ଏକ ଗୁରୁଦ୍ୱାର ନିକଟରେ ସ୍ଥାପନ କରାଯାଇଛି । ସରପଞ୍ଚ ବୁଟା ସିଂ କହିଛନ୍ତି ଯେ, ଆମେ ସମସ୍ତେ ଟଙ୍କା ଚାନ୍ଦା ଆକାରରେ ଦେଇ ମସଜିଦଟି ନିର୍ମାଣ କରିଛୁ । ଜଣେ ମହିଳା ଅତ୍ୟନ୍ତ ଖୁସିର ସହିତ କହିଛନ୍ତି ଯେ, ଏହା ଭାଈଚାରାକୁ ପ୍ରଦର୍ଶିତ କରିଛି । କାରଣ ସବୁ ଧର୍ମର ଲୋକେ ଏହାକୁ ସପୋର୍ଟ କରିଛନ୍ତି । କାରଣ ଏଠାରେ ସବୁ ସମ୍ପ୍ରଦାୟର ଲୋକେ ମିଳିମିଶି ବାସ କରନ୍ତି । ସେହିପରି ମହମ୍ମଦ ତାରିକ ନାମକ ଜଣେ ମୁସଲିମ ବ୍ୟକ୍ତି କହିଛନ୍ତି ଯେ, ଏହି ମସଜିଦ ଆମ ସମସ୍ତଙ୍କୁ ଏକଜୁଟ କରିଛି ।


ତେବେ ଆପଣଙ୍କୁ କହିରଖୁଛୁ ଯେ, ୨୦୨୨ ମସିହାରେ ଏହି ମସଜିଦ ନିର୍ମାଣ ପାଇଁ ଜଣେ ୪୬ ବର୍ଷିୟ କୃଷକ (farmer) ଅମାନଦୀପ ସିଂ ଖୁସିର ସହ ୨୫୦ ବର୍ଗ ମିଟର ଜମି ଦାନ କରିଥିଲେ । ତାଙ୍କର ଏହି ମହତପଣିଆ ପାଇଁ ଆଜି ମସଜିଦ କାର୍ଯ୍ୟ ଶେଷ ହେବାକୁ ଯାଉଛି। ଜମି ଦେଇଥିବା ଅମାନଦୀପ ଅଂଶୀଦାର କହିଛନ୍ତି ଯେ,  "ଆମର ପର୍ଯ୍ୟାପ୍ତ ଜମି ଏବଂ ସମ୍ପତ୍ତି ଅଛି। ମୋର ଏକମାତ୍ର ପୁଅ କାନାଡାରେ ରୁହନ୍ତି । ମୁଁ ଦେଖୁଥିଲି ଆମ ଗାଁର କିଛି ମୁସଲମାନ ଭାଈ ନମାଜ ପ୍ରାର୍ଥନା କରିବା ପାଇଁ ଅନେକ ଦୂରରରେ ରହିଥିବା ଅନ୍ୟ ଗ୍ରାମର ଏକ ମସଜିଦକୁ ଯାଉଥିଲେ। ମୁଁ କିଛିଜଣଙ୍କ ପରାମର୍ଶ ନେବାପରେ ଜମି ଦାନ ସ୍ୱରୁପ ଦେବାପାଇଁ ସ୍ଥିର କରିଥିଲି । ସରପଞ୍ଚ ଏହା ମଧ୍ୟ କହିଛନ୍ତି ମୁଁ ଏହି ଗ୍ରାମର ସରପଞ୍ଚ ହୋଇଥିବାରୁ ନିଜକୁ ଭାଗ୍ୟବାନ ମନେକରେ । ପ୍ରକୃତରେ ମାନବିକତା ଠାରୁ ଆଉ କିଛି ଧର୍ମ ବଡ଼ ନୁହେଁ । ସାମ୍ପ୍ରତିକ ଦଙ୍ଗା ହେଉଥିବା ଅଞ୍ଚଳ କଥା ଶୁଣିଲେ ମତେ ଦୁଖ ଅନୁଭବ ହୁଏ । ଆମେ ସମସ୍ତେ ଏକାଠି ରହିବା ଭଲ ।


ବଣ୍ଣଳାର ମୋମ ଗାଁରେ ଆଉ ଏକ ବ୍ରାହ୍ମଣ ପରିବାର 'ଅମାନ ମସଜିଦ' ପାଇଁ ନିଜର କିଛି ଜମି ଦାନ କରିଥିଲେ । ୨୦୧୭ ମସିହାରେ ଗ୍ରାମବାସୀମାନେ ମିଳିତ ହୋଇ ଟଙ୍କା ସଂଗ୍ରହ କରିବା ପରେ ୧୨ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଥିଲା । ପରେ ଗ୍ରାମବାସୀମାନେ ମସଜିଦ ନିର୍ମାଣରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଜଣେ ବ୍ୟକ୍ତି କହିଛନ୍ତି ଯେ, ମନ୍ଦିର (Temple), ମସଜିଦ ଓ ଗୁରୁଦ୍ୱାର ସବୁ ଗୁଡିକ ଗୋଟିଏ ଗାଁର ଆଖପାଖରେ ରହିଥିବାରୁ ଗାଁର ଶୋଭା ବୃଦ୍ଧି ପାଇଛି । ଜଣେ ୪୫ ବର୍ଷିୟ ମୁସଲିମ ବ୍ୟକ୍ତି କହିଛନ୍ତି ଯେ, ସେ ଏଠାକୁ ନମାଜ ପାଠ କରିବାକୁ ଆସି ଖୁବ ଖୁସି ଅନୁଭବ କରୁଛନ୍ତି । ଏଥିସହ ସେ ଏକଥା ମଧ୍ୟ କହିଛନ୍ତି ଗ୍ରାମର ଜଣେ ମୁସଲିମ ବ୍ୟକ୍ତି ଉକ୍ତ ଗାଁରେ ଶିବ ମନ୍ଦିର ନିର୍ମାଣରେ ମଧ୍ୟ ସାହାଯ୍ୟ କରିଥିଲେ । ସେହିପରି ଜଣେ ଶିଖ ବ୍ୟକ୍ତିଙ୍କ ପରିବାର ଲୋକେ ଶିବ ପାର୍ବତୀଙ୍କ ପ୍ରତିମୂର୍ତ୍ତି ଆଣିବାରେ ସହଯୋଗ କରିଥିଲେ । ଜଣେ ପୂଜକଙ୍କ କହିବା ଅନୁଯାୟୀ ଏହି ଗାଁରେ ସମସ୍ତ ପର୍ବ ଖୁସିର ସହ ପାଳନ କରାଯାଇଥାଏ । ଶିବରାତ୍ରୀ ହେଉ ଅବା ଇଦ କିମ୍ୱା ବଡ଼ ଦିନ ସବୁ ପର୍ବରେ ସାମୁହିକ ଭାବରେ ଗାଁର ଲୋକମାନେ ସାହାଯ୍ୟ ସହଯୋଗ କରିଥାନ୍ତି ।


Also Read- Business Tips: ଧନୀ ହେବାକୁ ଚାହାନ୍ତି କି? ସାବୁନ ତିଆରି କରି ହୁଅନ୍ତୁ ଲକ୍ଷପତି