NASA Orion Spacecraft Video: ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଆର୍ଟେମିସ୍-୧  ଅଭିଯାନକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଗତ ବର୍ଷ ଡିସେମ୍ବର ମାସରେ ଆର୍ଟେମିସ୍-୧ ମହାକାଶରୁ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ନାସା ଓରିଅନ୍ ମହାକାଶଯାନକୁ ଚନ୍ଦ୍ରର ଅତି ନିକଟରୁ ପଠାଇଥିଲା। ପ୍ରାୟ ୨୫ ଦିନରେ ୨୨ ଲକ୍ଷ କିଲୋମିଟର ଯାତ୍ରା ସମାପ୍ତ କରିବା ପରେ ଓରିଅନ୍ ୨୦୨୨ ଡିସେମ୍ବର ୧୧ ତାରିଖରେ ଫେରି ଆସିଥିଲେ। ଏହି ଅଭିଯାନର ଏକ ବର୍ଷ ପୂର୍ତ୍ତି ନାସା ଓରିଅନ ଫେରିବାର ଏକ ଚମତ୍କାର ଭିଡିଓ ସେୟାର କରିଛି।


COMMERCIAL BREAK
SCROLL TO CONTINUE READING

ଆମେରିକୀୟ ସ୍ପେସ୍ ଏଜେନ୍ସି (US Space Agency NASA) ପକ୍ଷରୁ ସେୟାର କରାଯାଇଥିବା ଭିଡିଓ ମାଧ୍ୟମରେ ଓରିଅନ (NASA Orion Spacecraft Return Video) ପ୍ରତ୍ୟାବର୍ତ୍ତନ କରୁଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ହେଉଛି ସେତେବେଳ ସମୟର ଯେତେବେଳେ ଓରିଅନ୍ ପୃଥିବୀର ବାୟୁମଣ୍ଡଳରେ ପୁନର୍ବାର ପ୍ରବେଶ କରିଥିଲା। ପୃଥିବୀକୁ ଫେରିବା ସମୟରେ ଓରିଅନ ମହାକାଶଯାନର (NASA Orion Spacecraft) ଗତି ଶବ୍ଦର ଗତି ଠାରୁ ୩୨ ଗୁଣ ଅଧିକ ରହିଥିଲା। ଭବିଷ୍ୟତ ପାଇଁ ନାସା ଓରିଅନ୍ ମହାକାଶଯାନକୁ ପ୍ରସ୍ତୁତ କରିଛି। ମହାକାଶଚାରୀଙ୍କୁ ମହାକାଶକୁ ନେବା ହେଉଛି ଏହି ମହାକାଶ ଯାନର ଉଦ୍ଦେଶ୍ୟ।



ଆମେରିକୀୟ ସ୍ପେସ୍ ଏଜେନ୍ସି ଦ୍ୱାରା ସେୟାର କରାଯାଇଥିବା ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବାବେଳେ ଓରିଅନ ମହାକାଶଯାନକୁ ୨୮୦୦ ଡିଗ୍ରୀ ସେଣ୍ଟିଗ୍ରେଡ ତାପମାତ୍ରାର ସାମ୍ନା କରିବାକୁ ପଡିଥିଲା। ଏହି ଅଭିଯାନରେ ଓରିଅନ୍ କ୍ୟାପସୁଲ ହିଟ୍ ଶୀଲ୍ଡ (Orion Capsule Heat Shield) ମଧ୍ୟ ଯାଞ୍ଚ କରିବାକୁ ପଡ଼ିଥିଲା। ଏହି ଅଭିଯାନରେ ମହାକାଶଯାନ ସଫଳତାର ସହ କାର୍ଯ୍ୟ କରିଥିଲା। ଏହାର ପ୍ରଥମ ପରୀକ୍ଷଣ ଗତ ୨୦୧୪ ବର୍ଷରେ କରାଯାଇଥିଲା। ସେହି ସମୟରେ ଯେତେବେଳେ ଓରିଅନ୍ ମହାକାଶଯାନ ପଥିବୀର କକ୍ଷପଥରୁ ଫେରିଆସିଲା, ସେତେବେଳେ ଏହାର ବେଗ ଘଣ୍ଟା ପ୍ରତି ୨୦ ହଜାର ମାଇଲ ରହିଥିଲା।


ଆର୍ଟେମିସ୍-୧ ମିଶନ ସମ୍ପର୍କରେ ପ୍ରତିକ୍ରିୟା ରଖି ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା କହିଛି ଯେ ଏହି ଅଭିଯାନ ଅଧିନରେ ମଣିଷକୁ ଚନ୍ଦ୍ରକୁ ପଠାଇବାକୁ ପ୍ରସ୍ତୁତ କରାଯାଉଛି। ଆର୍ଟେମିସ୍-୧ ମିଶନ (NASA Artemis-1 Mission) ସଫଳ ହେବା ପରେ ନାସା ବର୍ତ୍ତମାନ ମଣିଷକୁ ମହାକାଶକୁ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ହେଲେ ମହାକାଶଚାରୀ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବେ ନାହିଁ। ଏହି ମିଶନ ଅଧିନରେ ମହାକାଶକୁ ଯାଉଥିବା ବ୍ୟକ୍ତି କେବଳ ଚନ୍ଦ୍ର ପୃଷ୍ଠରେ ବୁଲିବା ପରେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବେ।