US Heatwave Latest Update: ଯୁକ୍ତରାଷ୍ଟ୍ର ଆମେରିକାରେ ଏବେ ତାଣ୍ଡବ ମଚାଇଛି ଗ୍ରୀଷ୍ମ ପ୍ରବାହ। ଦେଶରେ ଏପରି ସ୍ଥିତି ଜାରି ରହିଥିବା ବେଳେ ଏବେ ଯେଉଁ ଘଟଣା ଘଟିଛି ତାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଜଣେ ମହିଳା ୨୦ ମିନିଟ ମଧ୍ୟରେ ୨ ଲିଟର ପାଣି ପିଇଦେବାରୁ ତାଙ୍କର ଜୀବନ ଚାଲିଯାଇଛି। ପ୍ରାଣ ହରାଇଥିବା ଆମେରିକୀୟ ମହିଳାଙ୍କ ବୟସ ୩୫ ବର୍ଷ ବୋଲି କୁହାଯାଉଛି। 


COMMERCIAL BREAK
SCROLL TO CONTINUE READING

ଜଳର ବିଷାକ୍ତତା (water Toxicity) ହେତୁ ତାଙ୍କ ମୃତ୍ୟୁ ଘଟିଥିଲା। ଏହା ଏପରି ଏକ ଅବସ୍ଥା ଯେତେବେଳେ ଅଳ୍ପ ସମୟ ମଧ୍ୟରେ ଅତ୍ୟଧିକ ପରିମାଣର ପାଣି ପିଇ ଦେଇଥାନ୍ତି ଲୋକ। କମ ସମୟ ମଧ୍ୟରେ ଅତ୍ୟଧିକ ପରିମାଣରେ ପାଣି ପିଇଦେବା ବେଳେ ବେଳେ ମହଙ୍ଗା ପଡ଼ିଯାଏ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପୀଡିତା ଆଶଲି ସମର୍ସ ଜୁଲାଇ ଶେଷ ସପ୍ତାହରେ ତାଙ୍କ ସ୍ୱାମୀ ଏବଂ ତାଙ୍କର ଦୁଇ ଛୋଟ ଝିଅଙ୍କ ସହ ଇଣ୍ଡିଆନା ସ୍ଥିତ ଫ୍ରିମାନ ହ୍ରଦ (Lake Freeman Indiana) ନିକଟକୁ ଯାଇଥିଲେ। ମାତ୍ର ଯେତେବେଳେ ସେ ସେଠାରେ ପହଞ୍ଚିଲେ ସେତେ ବେଳେ ସେ ତାଙ୍କ ଶରୀରରେ ଜଳୀୟ ଅଂଶ (Dehydration in Human Body) କମୁଥିବାର ଅନୁଭବ କରିଥିଲେ। ଯାହା ପରେ ସେ ୨୦ ମିନିଟ ମଧ୍ୟରେ ୨ ଲିଟର ପାଣି ପିଇ ଦେଇଥିଲେ।


ମୃତ ମହିଳାଙ୍କ ଭାଇ ଡିଭନ୍ ମିଲର କହିଛନ୍ତି ଯେ, କେହି ଜଣେ କହିଥିଲେ ଯେ ସେ ୨୦ ମିନିଟ ମଧ୍ୟରେ ୪ ବୋତଲ ପାଣି ପିଇଥିଲେ। ମୋର କହିବାର ଅର୍ଥ ହେଉଛି, ହାରାହାରି ପାଣି ବୋତଲ ହେଉଛି ୧୬ ଆଉନ୍ସ ସହ ସମାନ। ଯଦି ଆପଣ ୪ ବୋତଲ ପାଣି ପିଅନ୍ତି ତାହେଲେ ଆପଣ ମୋଟ ୬୪ ଆଉନ୍ସ ପାଣି ପିଇ ଦେଇଛନ୍ତି। ଯାହାର ପରିମାଣ ଅଧା ଗ୍ୟାଲନ୍ ସହ ସମାନ। ଯେଉଁ ପରିମାଣର ପାଣିକୁ ଆପଣ ଗୋଟିଏ ଦିନରେ ପିଇବା ଆବଶ୍ୟକ। 


ଇଣ୍ଡିଆନା ଯାତ୍ରା ସମୟରେ ଆଶଲି ସମର୍ସ ମୁଣ୍ଡ ବିନ୍ଧୁଥିବାର କହିଥିଲେ। ସେ ତାଙ୍କ ବିରତିର ଶେଷ ଦିନରେ ନିଜକୁ ହାଲୁକା ଅନୁଭବ କରିଥିଲେ। ଯେତେବେଳେ ସେ ତାଙ୍କ ଘରକୁ ଫେରିଥିଲେ ସେତେବେଳେ ମହିଳା ଜଣକ ଅନୁଭବ କରିଥିଲେ ଯେ ସେ ଆଉ ପାଣି ପିଇ ପାରିବେ ନାହିଁ। ପରେ ମହିଳା ଜଣଙ୍କ ଗ୍ୟାରେଜ ଠାରେ ପଡ଼ିଯାଇଥିଲେ। ସମର୍ସ ଚେତାଶୂନ୍ୟ ହୋଇଯିବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଆଇୟୁ ହେଲ୍ଥ ଆର୍ନେଟ ହସ୍ପିଟାଲ ଠାରେ ଭର୍ତ୍ତି କରିଥିଲେ। ହେଲେ ଜଳ ବିଷାକ୍ତ ହୋଇଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। 


ମୋ ଭଉଣୀ ମୋତେ ଡାକିଥିଲେ। ଯେତେବେଳେ ସେ ମୋତେ ଡାକିଥିଲେ ସେତେବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଆଶଲି ସମର୍ସଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ମସ୍ତିଷ୍କ ଫୁଲି ଯାଇଛି। ସେମାନେ ଜାଣନ୍ତି ନାହିଁ ଏହାର କାରଣ କ'ଣ? ଏହା ଆମ ସମସ୍ତଙ୍କୁ ଚକିତ କରିଥିଲା। ଯେତେବେଳେ ସେମାନେ ପ୍ରଥମେ ଜଳର ବିଷାକ୍ତତା ବିଷୟରେ କହିବା ଆରମ୍ଭ କରିଥିଲେ। 


ଜଳ ବିଷାକ୍ତତା କିମ୍ବା ଜଳ ନିଶା (Water Intoxication) ବୋଲି ମଧ୍ୟ କୁହାଯାଏ। ଜଳ ବିଷାକ୍ତ ସେତେବେଳେ ହୋଇଯାଏ ଯେତେବେଳେ ଜଣେ ବ୍ୟକ୍ତି ଅଳ୍ପ ସମୟ ମଧ୍ୟରେ ଅଧିକ ଜଳ ପାନ କରିଥାଏ। ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ କିଡନୀ ଅତ୍ୟଧିକ ଜଳ ଧାରଣ କରି ରଖିଥାଏ। ଏହି ବିରଳ ଅବସ୍ଥାର ଲକ୍ଷଣ ହେଉଛି ମାଂସପେଶୀ ଦରଜ ହେବା କିମ୍ବା ବିନ୍ଧିବା, ମୁଣ୍ଡବିନ୍ଧା ଏବଂ ଯନ୍ତ୍ରଣା।


ଆଇୟୁ ହେଲ୍ଥ ଆର୍ନେଟ ହସ୍ପିଟାଲ ବିଶେଷଜ୍ଞ (IU Health Arnett Hospital) ଡକ୍ଟର ବ୍ଲେକ୍ ଫ୍ରବର୍ଗ କହିଛନ୍ତି ଅତ୍ୟଧିକ ଗ୍ରୀଷ୍ମ ସମୟରେ କିମ୍ବା ଯଦି କେହି ବାହାରେ କାମ କରନ୍ତି କିମ୍ବା ବାରମ୍ବାର ଘୋର ବ୍ୟାୟାମ କରନ୍ତି ତେବେ ଜଳ ବିଷାକ୍ତତା ଅଧିକ ହେବାର ସମ୍ଭାବନା ରହିଥାଏ। ଏପରି କିଛି ଜିନିଷ ଅଛି ଯାହା ଦ୍ୱାରା ଏହା କାହାକୁ ଅଧିକ ବିପଦରେ ପକାଇପାରେ। ହେଲେ ସାମଗ୍ରିକ ଘଟଣା ହେଉଛି ଯେ ଆପଣଙ୍କ ଶରୀରରେ ଅତ୍ୟଧିକ ଜଳ ଏବଂ ପର୍ଯ୍ୟାପ୍ତ ପରିମାଣର ସୋଡିୟମ୍ ନାହିଁ। ଲୋକଙ୍କୁ ଇଲେକ୍ଟ୍ରୋଲାଇଟ୍, ପୋଟାସିୟମ୍ ଏବଂ ସୋଡିୟମ୍ ସହିତ ତରଳ ପଦାର୍ଥ ପିଇବାକୁ ପରାମର୍ଶ ଦେଇଥାନ୍ତି।