Ayodhya Ram Mandir Darshan Stop From 20 January 2024: ଅଯୋଧ୍ୟା ଯାତ୍ରା କରିବାକୁ ଯୋଜନା କରିଥିବା ତୀର୍ଥଯାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ଭକ୍ତଙ୍କ ଦ୍ୱାରା କରାଯାଉଥିବା ଦର୍ଶନ ୨୦୨୪ ଜାନୁଆରୀ ୨୦ ତାରିଖରୁ ବନ୍ଦ ହୋଇଯିବ। ଭକ୍ତ ଆସନ୍ତା ବର୍ଷ ଜାନୁଆରୀ ୨୩ ତାରିଖରୁ ଦର୍ଶନ ପାଇପାରିବେ। ୨୦୨୩ ଜାନୁଆରୀ ୨୩ ତାରିଖ ପର୍ଯ୍ୟନ୍ତ ରାମଲାଲା ଧର୍ମ ନଗରୀ ଅଯୋଧ୍ୟା ଠାରେ ପ୍ରତିଷ୍ଠା ହୋଇଥିବା ଭବ୍ୟ ମନ୍ଦିରରେ ବିରାଜମାନ ହୋଇ ସାରିଥିବେ। ଶ୍ରୀରାମ ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଦସ୍ୟ ଡକ୍ଟର ଅନିଲ ମିଶ୍ର କହିଛନ୍ତି ଯେ ୨୦୨୪ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରର ଗର୍ଭଗୃହରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏନେଇ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦେଶର ୭ ହଜାର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ କରାଯିବ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା
ଡକ୍ଟର ଅନିଲ ମିଶ୍ର କହିଛନ୍ତି ଯେ ସେ ୨୦୨୪ ଜାନୁଆରୀ ୨୩ ତାରିଖରୁ ରାମ ମନ୍ଦିରରେ ନୂତନ ପ୍ରତିମା ପରିଦର୍ଶନ କରିବାକୁ ଭକ୍ତଙ୍କୁ ଅନୁରୋଧ କରିଥିଲେ। ସେ ସ୍ପଷ୍ଟ କରିଛନ୍ତି ଯେ ଦର୍ଶନ ସମୟରେ ଭକ୍ତଙ୍କ ସୁରକ୍ଷା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ହେବ। ସେମାନଙ୍କ ସୁରକ୍ଷାରେ କୌଣସି ଆପୋଷ ବୁଝାମଣା କରାଯିବ ନାହିଁ। ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଯାତ୍ରୀଙ୍କ ସୁରକ୍ଷା ଯାଞ୍ଚ ଖୁବ୍ କମ୍ ସମୟ ମଧ୍ୟରେ କରାଯିବ। ସମଗ୍ର ପ୍ରକ୍ରିୟା ଏତେ ଦ୍ରୁତ ହେବ ଯେ ଭକ୍ତ  କୌଣସି ବିଶେଷ ସମସ୍ୟାର ସାମ୍ନା କରିବେ ନାହିଁ।


କେତେ ଶ୍ରଦ୍ଧାଳୁ କରିପାରିବେ ଦର୍ଶନ?
ଡକ୍ଟର ଅନିଲ ମିଶ୍ର ଆହୁରି କହିଛନ୍ତି ଯେ ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ପ୍ରତିଷ୍ଠା ହୋଇସାରିବା ପରେ ମାତ୍ରେ ଭକ୍ତଙ୍କ ଭିଡ ନିଶ୍ଚିତ ବଢିବ। ଏହାକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଉଛି ଯେ ୧.୫ ଲକ୍ଷରୁ ୨.୫ ଲକ୍ଷ ଭକ୍ତ ପ୍ରତ ଦିନ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିପାରିବେ। ମନ୍ଦିର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଯାଞ୍ଚ କରିବା ପାଇଁ ଶ୍ରୀରାମ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ୨ ଦିନିଆ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରାଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିନରେ ଅନୁଷ୍ଠିତ ବୈଠକରେ ଟ୍ରଷ୍ଟ ସଦସ୍ୟ ଡକ୍ଟର ଅନିଲ ମିଶ୍ର, ନିର୍ମାଣ ଦାୟିତ୍ୱରେ ସଂସ୍ଥା ଲାର୍ସନ ଆଣ୍ଡ ଟର୍ବୋ  ଏବଂ ଟାଟା କମ୍ପାନୀ ଇଞ୍ଜିନିୟର ମଧ୍ୟ ଉପସ୍ଥିତ ରହିଥିଲେ।


୯୦ ପ୍ରତିଶତ ଶେଷ ହୋଇଛି ୪ ଥାକିଆ ରାସ୍ତା ନିର୍ମାଣ କାମ  
ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ଭବ୍ୟ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଖେଇ ଆସିବାରେ ଲାଗିଲାଣି। ରାମ ମନ୍ଦିରରେ ଭକ୍ତଙ୍କ ସହଜରେ ପ୍ରବେଶ ପାଇଁ ହେଉଥିବା ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏନେଇ ଚାଲିଥିବା କାର୍ଯ୍ୟକୁ ଶେଷ କରିବା ପାଇଁ ଦିନ ରାତି କାମ ଚାଲିଛି। ଏହି କ୍ରମରେ ୨୭ ନମ୍ବର ଜାତୀୟ ରାଜପଥରୁ ମୋହବରା ଏବଂ ଟେଡି ବଜାର ଦେଇ ରାମ ମନ୍ଦିର ପର୍ଯ୍ୟନ୍ତ ୪ ଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ ଶୀଘ୍ର ଶେଷ ହେବାକୁ ଯାଉଛି। ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ୪ ଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ।