Clash in Wedding Party: ବାହାଘରରେ ଛୋଟ ଛୋଟ କଥାକୁ ନେଇ ଅନେକ ଥର ଗଣ୍ଡଗୋଳ ହୋଇଥିବାର ଖବର ଆପଣ ଶୁଣିଥିବେ। ସଦ୍ୟ ଉତ୍ତର ପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଉଦାହରଣ। ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ବରଯାତ୍ରୀ ଗରମ ରୁଟି ନ ପାଇବାରୁ ହଙ୍ଗାମା କରିଛନ୍ତି। ଏପିରିକି ସେମାନେ ଚେୟାର ପିଙ୍ଗା ଫୋପଡ଼ା କରିଛନ୍ତି। କେବଳ ସେତିକି ନୁହେଁ ସେମାନେ ରୋଷେୟାକୁ ରିଭଲବର ଦେଖାଇବାକୁ ପଛେଇ ନାହାଁନ୍ତି। ଫର୍ରୁଖାବାଦ୍ ଜିଲ୍ଲାର ଶାମସାବାଦ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଏଠାକାର ସୁଭାଷ ନାମକ ଜଣେ ବ୍ୟକ୍ତିଙ୍କ ଝିଅ ସୁଧାଙ୍କ ବିବାହ ଆୟୋଜିତ ହୋଇଥିଲା। ବରଯାତ୍ରୀ କାସଗଞ୍ଜ ଠାରୁ ଆସିଥିଲା। ବାହାଘର କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଯେତେବେଳେ ରୁଟି ଥଣ୍ଡା ହୋଇଗଲା, ସେତେବେଳେ ସେଠାରେ ଏତେ ବିଶୃଙ୍ଖଳା ହୋଇଥିଲା ଯେ କଥା ରିଭଲବର ବାହାର କରିବା ପର୍ଯ୍ୟନ୍ତ ଚାଲି ଯାଇଥିଲା।


COMMERCIAL BREAK
SCROLL TO CONTINUE READING

ଗରମ ରୁଟି ପାଇଁ ସୃଷ୍ଟି ହୋଇଥିଲା ହଙ୍ଗାମା
ଆପଣଙ୍କୁ କହିରଖୁଛୁ ଯେ ବରଯାତ୍ରୀ ବିଳମ୍ବରେ ପହଞ୍ଚିଥିଲେ। ବର ଶିବମଙ୍କ ବନ୍ଧୁ ରୋଷେୟାଙ୍କ ଠାରୁ ଗରମ ରୁଟି ମାଗିଥିଲେ। ହେଲେ ରୋଷେୟା କହିଥିଲେ ତନ୍ଦୁର ବନ୍ଦ ହୋଇଯାଇଛି। ତନ୍ଦୁର ବନ୍ଦ ହୋଇଯାଇଥିବାରୁ ଗରମ ରୁଟି ମିଳିପାରିବ ନାହିଁ ବୋଲି ବରଯାତ୍ରୀଙ୍କୁ କହିଥିଲେ ରୋଷେୟା। ଏକଥା ଶୁଣିବା ପରେ ବରଯାତ୍ରୀ ରୋଷେୟାଙ୍କୁ ଡାକିବାକୁ କହିଥିଲେ। ରୋଷେୟା ପହଞ୍ଚିବା ମାତ୍ରେ ବରଯାତ୍ରୀ ତାଙ୍କୁ ରିଭଲଭର ଦେଖାଇଥିଲେ। କିଛି ସମୟ ମଧ୍ୟରେ ଦେଖୁ ଦେଖୁ ବରଯାତ୍ରୀ ତାତି ଉଠିଥିଲେ।  ଏହା ପରେ ଉଭୟ ବର-କନ୍ୟା ପକ୍ଷ ମଧ୍ୟରେ ମୁହାଁମୁହିଁ ହୋଇଥିଲା।


ବିନା କନ୍ୟାରେ ଫେରିଗଲା ବରଯାତ୍ରୀ 
ଯେତେବେଳେ ପୋଲିସ ଏହି ଘଟଣା ବିଷୟରେ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଅଧାରୁ ଅଧିକ ଉଭୟ ବର-କନ୍ୟା ପକ୍ଷର ଲୋକଙ୍କୁ ଥାନାକୁ ନେଇ ଆସିଥିଲା। ଅଭିଯୋଗ ହୋଇଛି ଯେ ଏହି ବାହାଘରରେ ଯୋଗ ଦେଇଥିବା ବରଯାତ୍ରୀ ମଦ୍ୟପାନ କରିଥଲେ। ଯେତେବେଳେ ବରଯାତ୍ରୀ ଗରମ ରୁଟି ପାଇଲେ ନାହିଁ, ସେତେବେଳେ ବର ବିନା କନ୍ୟା ନେଇ ବରଯାତ୍ରୀଙ୍କୁ ଫେରାଇ ନେଇଥିଲା। ଏହା ପୂର୍ବରୁ ଧୂମଧାମରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ପରେ ଯେତେବେଳେ ବରଯାତ୍ରୀ ବିଳମ୍ବିତ ରାତିରେ ପହଞ୍ଚିଲା, ସେତେବେଳେ ଯାଇ ବାହାଘର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।


କାହିଁକି ବାହାଘରରେ ହୋଇଥିଲା ହଙ୍ଗାମା?
କନ୍ୟା ପକ୍ଷ ଅଭିଯୋଗ କରିଛନ୍ତି ଯେ ବରଯାତ୍ରୀ ବିଳମ୍ବରେ ପହଞ୍ଚି ସାରିଛନ୍ତି। ଏହା ପରେ ବରଯାତ୍ରୀ ମଦ୍ୟପାନ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ନାଚିବାରେ ଲାଗିଥିଲ। ଏହି କାରଣରୁ ଖାଇବାରେ ବହୁତ ବିଳମ୍ବ ହୋଇଥିଲା। ଏହା ପରେ ଅତିଥି ଖାଇବାକୁ ବସିବା ବେଳକୁ ତନ୍ଦୁରୀ ବନ୍ଦ ହୋଇଯାଇଥିଲା। ଯେତେବେଳେ ବରଯାତ୍ରୀ ଗରମ ରୁଟି ପାଇଲେ ନାହିଁ, ସେତେବେଳେ ସେମାନେ ହଙ୍ଗାମା କରିଥିଲେ। ଏହା ଉଭୟ ପକ୍ଷର ସଦସ୍ୟ ପରସ୍ପରକୁ ବୁଝାଇବାରେ ଲାଗିଥିଲେ। ହେଲେ ଚେୟାର ଫିଙ୍ଗା ଫୋପଡ଼ା ଠାରୁ ଆରମ୍ଭ କରି ଠେଙ୍ଗା ବାଡ଼ି ପର୍ଯ୍ୟନ୍ତ ଚାଲି ଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ପୁରା ବାହାଘର ମଣ୍ଡପ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା। ଶେଷରେ ପରିସ୍ଥିତି ଏପରି ହୋଇଥିଲା ଯେ ବର ବିନା ବିବାହରେ ଫେରିଗଲା।