Firing on Chandrashekhar Azad: ଉତ୍ତର ପ୍ରଦେଶର ସାହରନପୁର ଜିଲ୍ଲାରୁ ଆସିଛି ଏକ ବଡ଼ ଖବର। ଜିଲ୍ଲାର ଦେଓବନ୍ଦ ଅଞ୍ଚଳରେ ଭୀମ ଆର୍ମୀ ଅଧ୍ୟକ୍ଷ ତଥା ଆଜାଦ ସମାଜ ପାର୍ଟି ସଭାପତି ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ହୋଇଛି ଗୁଳମାଡ଼। ହେଲେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଭୀମ ଆର୍ମୀ ଅଧ୍ୟକ୍ଷ। ହରିୟାଣା ନମ୍ବର ପ୍ଲେଟ ରହିଥିବା ଗାଡ଼ିରେ ଆସିଥିବା ଅଜଣା ଦୁର୍ବୃତ୍ତ ଆଜାଦ ସମାଜ ପାର୍ଟି ସଭାପତିଙ୍କ ଉପରେ କରିଥିଲେ ଗୁଳିମାଡ଼। ଗୁଳି ଚନ୍ଦ୍ରଶେଖର ଆଜାଦ ରାବଣଙ୍କ ଅଣ୍ଟାକୁ ଛୁଇଁ ବାହାରି ଯାଇଛି। ଆହତ ଅବସ୍ଥାରେ ତାଙ୍କୁ ଦେଓବନ୍ଦ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଏହି ଘଟଣାରେ ପ୍ରତିକ୍ରିୟା ସାହାରନପୁର ଏସଏସପି ଭିପିନ ଟାଡା (Saharanpur SSP Dr Vipin Tada) କହିଛନ୍ତି ଯେ କାର ଯୋଗେ ଆସିଥିବା  ଅଜଣା ଦୁର୍ବୃତ୍ତ ଚନ୍ଦ୍ରଶେଖର ଆଜାଦଙ୍କ (Chandrasekhar Azad) ଉପରେ ଆକ୍ରମଣ କରିଥିଲେ। ଯେଉଁମାନେ ଭୀମ ଆର୍ମୀ ଅଧ୍ୟକ୍ଷଙ୍କ (Bhim Army Chief) ଉପରେ ଆକ୍ରମଣ କରିଥିଲେ ସେମାନଙ୍କୁ ଖୋଜା ଚାଲିଛି। ଚନ୍ଦ୍ରଶେଖର ଆଜଦଙ୍କ ଚିକିତ୍ସା ଜାରି ରହିଛି। ହେଲେ ତାଙ୍କ ଅବସ୍ଥା ବିପଦରୁ ବାହାରେ ରହିଥିବା କୁହାଯାଉଛି।


ଅନ୍ୟପଟେ ରାଜ୍ୟର ସାହରନପୁର ଜିଲ୍ଲାରେ (Saharanpur District) ହୋଇଥିବା ଗୁଳିମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ ପୋଲିସ ଆଇନ ଶୃଙ୍ଖଳା ଏଡ଼ିଜି ପ୍ରଶାନ୍ତ କୁମାର (UP Police Law and Order ADG Prashant Kumar)। ଏନେଇ ଏଡ଼ିଜି କହିଛନ୍ତି ଯେ ଚନ୍ଦ୍ରଶେଖର ଆଜାଦଙ୍କୁ ଦେହରେ ବାଜିବା ପରେ ଗୁଳି ବାହାରି ଯାଇଛି। କାର ଯୋଗେ ଆସିଥିବା ଅଜଣା ଦୁର୍ବୃତ୍ତ ତାଙ୍କ ଉପରକୁ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ। ପୋଲିସ ଏହି ଅଜ୍ଞାତ ଆକ୍ରମଣକାରୀଙ୍କୁ ଖୋଜୁଛି। ଗୁଳିମାଡ଼ କରିଥିବା ଅଜଣା ଦୁର୍ବୃତ୍ତ ହରିୟାଣା ନମ୍ବର ପ୍ଲେଟ ରହିଥିବା ଗାଡିରେ ଆସିଥିଲେ। ଚନ୍ଦ୍ରେଶେଖର ଆଜାଦ୍ ଗୁଳମାଡ଼ରେ ଆହତ ହୋଇଛନ୍ତି। 


ଫର୍ଚ୍ୟୁନର କାର ଯୋଗେ ଦେଓବନ୍ଦ ଗସ୍ତରେ ଆସିଥିଲେ ଚନ୍ଦ୍ରଶେଖର ଆଜାଦ 
କୁହାଯାଉଛି ଯେ ଭୀମ ଆର୍ମୀ ଅଧ୍ୟକ୍ଷ ଚନ୍ଦ୍ରଶେଖର ଆଜାଦ ତାଙ୍କ ଫର୍ଚୁନର କାର ଯୋଗେ ସାହରନପୁର ଜିଲ୍ଲାର ଦେଓବନ୍ଦ (Deoband) ଗସ୍ତରେ ଆସିଥିଲେ। ହେଲେ ଗସ୍ତ ସମୟରେ ହଠାତ୍ କାର ଯୋଗେ ଆସିଥିବା ଅଜ୍ଞାତ ଆକ୍ରମଣକାରୀ ତାଙ୍କ କାରରେ ଗୁଳି ଚଳାଇଥିଲେ। ତାଙ୍କ ଗାଡ଼ିରେ ଗୁଳିମାଡ଼ ହୋଇଥିବାର ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ରାଜ୍ୟରେ ହୋଇଥିବା ଗୁଳିମାଡ଼ ଘଟଣାର ତତ୍କାଳ ତଦନ୍ତ ଆରମ୍ଭ କରିଛି ଉତ୍ତର ପ୍ରଦେଶ ପୋଲିସ (Uttar Pradesh Police)। 


ଚନ୍ଦ୍ରେଶେଖର ଆଜାଦଙ୍କ ଗାଡ଼ିକୁ ପିଛା କରୁଥିଲେ ଅଜ୍ଞାତ ଆକ୍ରମଣକାରୀ 
ଉତ୍ତର ପ୍ରଦେଶ ଦେଓବନ୍ଦ ଅଞ୍ଚଳରେ ହୋଇଥିବା ଗୁଳିମାଡ଼ରେ ଆଜାଦ ସମାଜ ପାର୍ଟି ଅଧ୍ୟକ୍ଷ (Azad Samaj Party President) ଚନ୍ଦ୍ରଶେଖର ଆଜାଦଙ୍କ ଫର୍ଚୁନର କାର କାଚ ଭାଙ୍ଗି ଯାଇଛି। ଆକ୍ରମଣକାରୀ ଯେପରି ଖସି ନ ଯାଆନ୍ତି ସେଥିପାଇଁ ପୋଲିସ ଆଖପାଖ ଅଞ୍ଚଳକୁ ଘେରି ରହିଛି। ଏହି ଅଞ୍ଚଳରେ ସ୍ଥାପିତ ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଜାଣିବାକୁ ମିଳିଛି ଯେ କାର ଯୋଗେ ଆସିଥିବା ଅଜ୍ଞାତ ଆକ୍ରମଣକାରୀ ଚନ୍ଦ୍ରଶେଖର ଆଜାଦଙ୍କ ଗାଡିକୁ ଦୀର୍ଘ ସମୟ ଧରି ପିଛା କରି ଆସୁଥିଲେ। ସୁଯୋଗ ପାଇବା ମାତ୍ରେ ସେମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ।


ଚନ୍ଦ୍ରଶେଖର ଆଜାଦଙ୍କୁ ସୁରକ୍ଷା ଯୋଗାଇବାକୁ ଦାବି
ଦଳର ଅଧ୍ୟକ୍ଷ ଚନ୍ଦ୍ରଶେଖର ଆଜାଦ ରାବଣଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛି ତାଙ୍କ ଦଳ ଆଜାଦ ସମାଜ ପାର୍ଟି। ଏନେଇ ଦଳ କହିଛି ଯେ ଦେଓବନ୍ଦ ଠାରେ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ହୋଇଥିବା ହତ୍ୟାକାଣ୍ଡ ବହୁଜନ ମିଶନ ଆନ୍ଦୋଳନକୁ ରୋକିବା ପାଇଁ ଏକ ଭୟଭୀତ କାର୍ଯ୍ୟ। ଆମେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା, କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ସୁରକ୍ଷା ଦାବି କରୁଛୁ।