Firozabad will become Chandra Nagar: ବହୁ ବର୍ଷର ସାଂସ୍କୃତିକ ଦାସତ୍ୱର ଶୃଙ୍ଖଳା ଭାଙ୍ଗି ଭାରତ ବର୍ତ୍ତମାନ ନିଜର ପୁରୁଣା ଗୌରବ ଫେରି ପାଇବା ପଥରେ ଅଗ୍ରସର ହେଉଛି। ଏହି କ୍ରମରେ ରାଜ୍ୟର ଏକ ଜିଲ୍ଲାର ନାମ ପରିବର୍ତ୍ତନ କରିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶ ସରକାର। ରାଜ୍ୟର ଆହ୍ଲାବାଦ ଏବଂ ମୁଗଲସରାୟ ପରେ ବର୍ତ୍ତମାନ ରାଜ୍ୟର ଏକ ବଡ ଜିଲ୍ଲା ଫିରୋଜାବାଦ ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି ଚାଲିଛି। ଏନେଇ ଫିରୋଜାବାଦ ନଗର ନିଗମ ପକ୍ଷରୁ ଏକ ପ୍ରସ୍ତାବ ପାରିତ କରାଯାଇଛି। ଯାହାକୁ ଅନୁମୋଦନ ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ପାଖକୁ ପଠାଯିବ। ସରକାରୀ ଅନୁମୋଦନ ମିଳିବା ପରେ ବିଦେଶୀ ଦାସତ୍ୱର ଭାବନା ଦେଉଥିବା ଫିରୋଜାବାଦ ଜିଲ୍ଲାର ନାମ ପରିବର୍ତ୍ତନ କରାଯିବ। 


COMMERCIAL BREAK
SCROLL TO CONTINUE READING

ସର୍ବସମ୍ମତି କ୍ରମେ ପାରିତ ହୋଇଛି ପ୍ରସ୍ତାବ 
ଫିରୋଜାବାଦ ନଗର ନିଗମ ମେୟର କାମିନୀ ରାଠୋର କହିଛନ୍ତି ଯେ ପ୍ରାଚୀନ କାଳରେ ଫିରୋଜାବାଦ ନାମ ଚନ୍ଦ୍ରାବର ରହିଥିଲା। ଯାହାକୁ ମୋଗଲ ସମ୍ରାଟ ଆକବର ପରିବର୍ତ୍ତନ କରିଥିଲେ। ବର୍ତ୍ତମାନ ଆମେ ଆମ ଜିଲ୍ଲାର ପୁରୁଣା ଗୌରବମୟ ନାମ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ। ଏହା କୌଣସି ନୂଆ ନାମ ନୁହେଁ। ଏହି ପରିପ୍ରେକ୍ଷୀରେ ଫିରୋଜାବାଦ ନଗର ନିଗମ ପକ୍ଷରୁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ଯାହାକୁ ସମସ୍ତଙ୍କ ସହମତି କ୍ରମେ ଚନ୍ଦ୍ର ନାଗରକୁ ହସ୍ତାନ୍ତର କରାଯାଇଛି।


Also Read: General Knowledge: କାହିଁକି ବିଭିନ୍ନ ସ୍ଥାନର ନାମ ପଛରେ ଲଗାଯାଇଥିବା ପୁର ଶବ୍ଦ? ଜାଣନ୍ତୁ


ପ୍ରାଚୀନ ନାମ ରହିଥିଲା ଚନ୍ଦ୍ରାବର
ଆପଣଙ୍କୁ କହିରଖୁଛୁ ଯେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରୁ ପ୍ରାୟ ୨୯୪ କିଲୋମିଟର ଦୂରରେ ଅବସ୍ଥିତ ରହିଛି ଫିରୋଜାବାଦ। ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲା ଏହାର କାଚ ଶିଳ୍ପ ପାଇଁ ଜଣାଶୁଣା। ଏହି ଜିଲ୍ଲାରେ ଶିକୋହାବାଦ, ତୁଣ୍ଡଲା ଏବଂ ସିରସାଗଞ୍ଜ ଭଳି ବଡ଼ ସହର ଅବସ୍ଥିତ ରହିଛି। ଏଠାରେ ଅଧିକାଂଶ ଲୋକ କାଚ ସମ୍ବନ୍ଧୀୟ ବ୍ୟବସାୟରେ ନିୟୋଜିତ ଅଛନ୍ତି। ଐତିହାସିକ ତଥ୍ୟ ଅନୁଯାୟୀ ଫିରୋଜାବାଦ ଜିଲ୍ଲାର ପ୍ରାଚୀନ ନାମ ହେଉଛି ଚନ୍ଦ୍ରାବର। ଏହି ନାମ ରାଜା ଚନ୍ଦ୍ରଶେନଙ୍କ ନାମରୁ ଉତ୍ପନ୍ନ ହୋଇଥିଲା। ଯିଏ ସେହି ସମୟରେ ଶାସକ ଥିଲେ। ୧୧୯୪ ମସିହାରେ ରାଜା ଚନ୍ଦ୍ରସେନ୍ ଏବଂ ମହମ୍ମଦ ଘୋରୀଙ୍କ ମଧ୍ୟରେ ଏକ ବଡ଼ ଯୁଦ୍ଧ ହୋଇଥିଲା। ହେଲେ ଏହି ଯୁଦ୍ଧରେ ରାଜା ଚନ୍ଦ୍ରସେନଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ଆଜି ମଧ୍ୟ ଚନ୍ଦ୍ରାବର ସହରର ଭଗ୍ନାବଶେଷ ଯମୁନା ନଦୀ କୂଳରେ ଅବସ୍ଥିତ ରହିଛି। ଯାହା ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯାଇଛି।


Also Read: General Knowledge: ବିଭିନ୍ନ ସ୍ଥାନର ନାମ ପଛରେ କାହିଁକି ଲାଗିଥାଏ ଗଡ଼ ଏବଂ ପତ ଶବ୍ଦ? ଜାଣନ୍ତୁ କାରଣ


କିପରି ଆସିଲା ଫିରୋଜାବାଦ ନାମ?
ମୋଗଲ ସମ୍ରାଟ ଆକବରଙ୍କ ଶାସନ କାଳରେ ସେତେବେଳର ଚନ୍ଦ୍ରାବର ସହରର ନାମ ପରିବର୍ତ୍ତନ କରାଯାଇଥିଲା। ଯାହା ଏବେ ଫିରୋଜାବାଦ ନାମରେ ଜମାଶୁଣା। ନିଜର ଶାସନ କାଳରେ ମୋଗଲ ସମ୍ରାଟ ଆକବର ଚନ୍ଦ୍ରାବର ଦଖଲ କରିବା ପାଇଁ ତାଙ୍କ ସେନାପତି ଫିରୋଜ ଶାହାଙ୍କୁ ପଠାଇଥିଲେ। ସେନାପତି ଫିରୋଜ ଶାହ ମୋଗଲ ସୈନିକଙ୍କ ସହାୟତାରେ ଚନ୍ଦ୍ରାବର ଠାରେ ନରସଂହାର କରିଥିଲେ। ଐତିହାସିକ ଦାବି କରିନ୍ତି ଯେ ସେହି ସମୟରେ ଶହ ଶହ ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଇଥିଲା। ଏହା ସହିତ ସେଠାରେ ରହିଥିବା ମନ୍ଦିରକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଫିରୋଜ ଶାହାଙ୍କ ଯୁଦ୍ଧ ଅଭିଯାନରେ ସନ୍ତୁଷ୍ଟ ହୋଇ ମୋଗଲ ଶାସକ ଆକବର ଚନ୍ଦ୍ରାବର ସହରର ନାମ ପରିବର୍ତ୍ତନ କରି ଏହାକୁ ଫିରୋଜାବାଦ ନାମରେ ନାମିତ କରିଥିଲେ।