Lucknow Vanar Van: ରାଜ୍ୟ ରାଜଧାନୀ ଲକ୍ଷ୍ନୌ ଠାରେ 'ବାନର ବନ' ନିର୍ମାଣ କରିବେ ପ୍ରଦେଶ ଉତ୍ତର ସରକାର। ପ୍ରସ୍ତାବିତ ବାର୍ଷିକ ବୃକ୍ଷରୋପଣ ସମୟରେ ରାଜ୍ୟ ରାଜଧାନୀରେ ସ୍ୱତନ୍ତ୍ର ଭାବରେ "ମାଙ୍କଡ଼ ଜଙ୍ଗଲ" ସୃଷ୍ଟି କରାଯିବ। ଲକ୍ଷ୍ନୌ ନଗର ନିଗମ, ଜଙ୍ଗଲ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ମାଙ୍କଡ଼ ଜଙ୍ଗଲ ତିନୋଟି ଶ୍ରେଣୀରେ ନିର୍ମାଣ କରାଯିବ।


COMMERCIAL BREAK
SCROLL TO CONTINUE READING

"ବାନର ବନ" (Vanar Van) ଭଳି ଯୋଜନା କାର୍ଯ୍ୟକାରୀ କରିବା ପଛରେ କାରଣ ହେଉଛି ମାଙ୍କଡ ଭଳି ପ୍ରାଣୀକୁ ଜନବସତି ଠାରୁ ଦୂରେଇ ରଖିବା। ମାଙ୍କଡ଼ ଜଙ୍ଗଲ (Monkey Forest) ପାଇଁ ପ୍ରଥମେ ଫଳ ଧାରଣ କରୁଥିବା ଗଛର ଚାରା ରୋପଣ କରିବା। ଯେଉଁ ଚାରା ବଡ଼ ହେଲେ ଜଙ୍ଗଲ ଆକାର ଧାରଣ କରିବ। ଏହି ବନ ମାଙ୍କଡ ଜନସଂଖ୍ୟାକୁ (Monkey Population) ବଞ୍ଚାଇବାରେ ସାହାଯ୍ୟ କରିବ। ଯେଉଁମାନେ ଖାଦ୍ୟ ସନ୍ଧାନରେ ଆବାସିକ ଅଞ୍ଚଳରେ ବୁଲିବା ସମୟରେ ସ୍ଥାନୀୟ ଲୋକଙ୍କ ଲାଗି ବିଭିନ୍ନ ପ୍ରକାରର ଅସୁବିଧା ସୃଷ୍ଟି କରିଥାନ୍ତି।


"ବାନର ବନ" ନିର୍ମାଣ ହେବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଅୱଧ ବନଖଣ୍ଡ (Awadh Foest Range UP) ଅଧିକାରୀ (Divisional Forest Officer) ଡିଏଫଏ (DFO Ravi K.Singh)। ଏନେଇ ଡିଓଏଫଓ କହିଛନ୍ତି ସୋମବାର ବୃକ୍ଷରୋପଣ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଲକ୍ଷ୍ନୌ ଜିଲ୍ଲାପାଳ ସୂର୍ଯ୍ୟପାଲ ଗଙ୍ଗୱାର (Lucknow Collector Suryapal Gangwar) "ବାନର ବନ" ପ୍ରସଙ୍ଗରେ ଆଲୋଚନା କରିଥିଲେ। ପ୍ରସ୍ତାବିତ ମାଙ୍କଡ଼ ଜଙ୍ଗଲ ଲକ୍ଷ୍ନୌ ସହର (Lucknow City) ବାହାରେ ଅବସ୍ଥିତ ରହିବ। ଯାହାଫଳରେ ମାଙ୍କଡ (Monkey) ବଞ୍ଚିବା ପାଇଁ ସେଠାରେ ଖାଦ୍ୟ ଏବଂ ଜଳ ପାଇପାରିବେ।


ସେହିପରି ୯୮୦ ଔଷଧୀୟ ବୃକ୍ଷର ଚାରା ରୋପଣ କରି "ସୁଶାନ୍ତ ଗଲ୍ଫ ସିଟି" (Sushant Golf City Lucknow) ଠାରେ ଆୟୁଷ ଜଙ୍ଗଲ (Ayush Forest) ବିକଶିତ କରାଯିବ। ସେହିପରି "ନନ୍ଦନ ବନ୍" (Nandan Van Lucknow) କାଳି ପଶ୍ଚିମ ଅଞ୍ଚଳରେ (Kalli Pashchim Area Lucknow) ଆସିବ। ରାଜଧାନୀ ଠାରେ ନିର୍ମିତ ହେବାକୁ ଥିବା ପ୍ରସ୍ତାବିତ 'ବାନର ବନ' ଲକ୍ଷ୍ନୌ ନଗର ନିଗମ (Lucknow Municipal Corporation), ଜଙ୍ଗଲ ବିଭାଗ (Uttar Pradesh Forest Department) ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ (Rural Development Department Uttar Pradesh) ଦ୍ୱାରା ମାଙ୍କଡ଼ ଜଙ୍ଗଲ ତିନୋଟି ଶ୍ରେଣୀରେ ନିର୍ମାଣ କରାଯିବ।