Most Wanted Gangster who killed in Year 2023: ଶେଷ ହେବାକୁ ଯାଉଛି ବର୍ଷ ୨୦୨୩। ଆଉ ୫ ଦିନ ପରେ ଆରମ୍ଭ ହୋଇଯିବ ନୂଆ ବର୍ଷ ୨୦୨୪। ଅନେକ ଘଟଣା ଦୃଷ୍ଟିରୁ ଚଳିତ ବର୍ଷ ଅତ୍ୟନ୍ତ ଅଶାନ୍ତ ରହିଥିଲା। ଯଦି ଅପରାଧ ନିୟନ୍ତ୍ରଣ ଦୃଷ୍ଟିକୋଣରୁ ଦେଖାଯାଏ, ତାହେଲେ ବହୁ ବଡ଼ ଗ୍ୟାଙ୍ଗଷ୍ଟର ଟଳି ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ପୋଲିସ କାର୍ଯ୍ୟାନୁଷ୍ଠାନରେ ଟଳି ପଡ଼ିଥିବା ବେଳେ ଆଉ କେତେକ ଗ୍ୟାଙ୍ଗ ୱାର କାରଣରୁ ପ୍ରାଣ ହରାଇଛନ୍ତି। ଚଳିତ ଉତ୍ତର ପ୍ରଦେଶରେ ଅନେକ ନାମୀଦାମୀ ଗ୍ୟାଙ୍ଗଷ୍ଟର ଟଳି ପଡ଼ିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଅସଦ ଅହମ୍ମଦ ଏବଂ ଗୁଲାମ ମୋହମ୍ମଦ
ଚଳିତ ବର୍ଷ ପ୍ରୟାଗରାଜ ଜିଲ୍ଲାରେ ବିଧାୟକ ରାଜୁ ପାଲଙ୍କ ହତ୍ୟାର ସାକ୍ଷୀ ରହିଥିବା ଉମେଶ ପାଲଙ୍କୁ ୨୦୨୩ ଫେବୃଆରୀ ୨୪ ତାରିଖରେ ତାଙ୍କ ଘର ବାହାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଉମେଶ ପାଲଙ୍କ ୨ ସରକାରୀ ଗନର ମଧ୍ୟ ନିହତ ହୋଇଥିଲେ। ଏହି ହତ୍ୟାକାଣ୍ଡ ମାଫିଆ ଅତୀକ୍ ଅହମ୍ମଦର ନିର୍ଦ୍ଦେଶକ୍ରମେ ହୋଇଥିଲା। ଯାହାକୁ ଅତୀକ ଅହମ୍ମଦର ପୁଅ ଅସଦ ଅହମ୍ମଦ ନିଜର ସହଯୋଗୀଙ୍କ ସହ ମିଶି କରିଥିଲା। ରାଜ୍ୟରେ ହୋଇଥିବା ଏଭଳି ବର୍ବର ହତ୍ୟାକାଣ୍ଡ ପରେ ଉତ୍ତର ପ୍ରଦେଶ ପୋଲିସ ସ୍ପେଶାଲ ଟାସ୍କ ଫୋର୍ସ ୨୦୨୩ ଅପ୍ରେଲ ୧୩ ତାରିଖରେ ରାଜ୍ୟରେ ଝାନ୍ସି ଜିଲ୍ଲାରେ ଅତୀକ୍ ଅହମ୍ମଦର ପୁଅ ଅସଦ ଅହମ୍ମଦ ଏବଂ ଗୁଲାମ ମୋହମ୍ମଦଙ୍କୁ ଏନକାଉଣ୍ଟର କରିଥିଲା।


ଅତୀକ୍ ଅହମ୍ମଦ-ଅଶରଫ ଅହମ୍ମଦ 
ଅସଦ ଅହମ୍ମଦ ଏବଂ ଗୁଲାମ ମୋହମ୍ମଦଙ୍କୁ ଏନକାଉଣ୍ଟର ହେବାର ୩ ଦିନ ପରେ ମାଫିଆ ଡନ୍ ଅତୀକ୍ ଅହମ୍ମଦ ଏବଂ ତାହାର ଭାଇ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅଶରଫ ଅହମ୍ମଦ ନିପାତ ହୋଇଯାଇଥିଲେ। ସର୍ଚ୍ଚ ଅପରେସନ କରିବା ପରେ ପ୍ରୟାଗରାଜ ପୋଲିସ ୨୦୨୩ ଅପ୍ରେଲ ୧୬ ତାରିଖରେ ଉଭୟ ଭାଇଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଡାକ୍ତରଖାନାକୁ ଆଣିଥିଲା। ହେଲେ ଡାକ୍ତରଖାନାକୁ ଆଣିବା ସମୟରେ ୩ ଜଣ ଆକ୍ରମଣକାରୀ ଅରର୍କିତ ଗୁଳି ଚଳାଇ ଉଭୟ ଗ୍ୟାଙ୍ଗଷ୍ଟର ଭାଇଙ୍କୁ ଡାକ୍ତରଖାନା ପରିସରରେ ହତ୍ୟା କରିଥିଲେ।


ଅନିଲ ଦୁଜାନା
ଗାଜିଆବାଦ-ଗୌତମ ବୁଦ୍ଧ ନଗର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ଅନିଲ ନଗର ଓରଫ୍ ଅନିଲ ଦୁଜାନା ମଧ୍ୟ ଚଳିତ ବର୍ଷ ଟଳି ପଡ଼ିଥିଲା। ୟୁପି ଏସଟିଏଫ ଟିମ୍ ଟାର୍ଗେଟ ପରିସରରେ ରହିଥିଲା ଗ୍ୟାଙ୍ଗଷ୍ଚାର ଅନିଲ ଦୁଜାନା। ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ୨୦୨୩ ମେ ୫ ତାରିଖରେ ମେରଠା ସ୍ଥିତ ନିଜ ଶ୍ୱଶୁର ଘରକୁ ଯାଉଥିଲା ଅନିଲ ଦୁଜାନା। ହେଲେ ଯେତେବେଳେ ଏସଟିଏଫ୍ ଟିମ୍ ତାକୁ ଘେରି ନେଇଥିଲା ସେତେବେଳେ ଉଭୟ ପକ୍ଷ  ମଧ୍ୟରେ ଅନେକ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ଅନିଲ ଦୁଜାନା ଟଳି ପଡ଼ିଥିଲା। 


ସଞ୍ଜୀବ ମାହେଶ୍ୱରୀ 
ଗତ ଜୁନ୍ ୭ ତାରିଖରେ ପଶ୍ଚିମ ଉତ୍ତର ପ୍ରଦେଶରେ ଆତଙ୍କ ସୃଷ୍ଟି କରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୀବ ମହେଶ୍ୱରୀ ଓରଫ୍ ଜୀୱା ଲକ୍ଷ୍ନୌ ସ୍ଥିତ କେସିଆରବାଗ କୋର୍ଟ ପରିସରେରେ ହୋଇଥିବା ଗୁଳି ମାଡ଼ରେ ଟଳି ପଡ଼ିଥିଲା। ତାଙ୍କୁ ଅଦାଲତରେ ହାଜର କରାଯିବା ସମୟରେ ଏଭଳି ଘଟଣା ଘଟିଥିଲା। ବିଜେପି ବିଧାୟକ ବ୍ରହ୍ମଦତ୍ତ ଦ୍ୱିବେଦୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲା ସଞ୍ଜୀବ ମାହେଶ୍ୱରୀ। ଓକିଲ ବେଶରେ କୋର୍ଟ ଆସିଥିବା ଆକ୍ରମଣକାରୀ ତାକୁ ଟାର୍ଗେଟ କରି ଗୁଳି ଚଳାଇଥିଲା। ଯେଉଁ କାରଣରୁ ଘଟଣାସ୍ଥଳରେ ଟଳି ପଡ଼ିଥିଲା ସଞ୍ଜୀବ ମାହେଶ୍ୱରୀ।