Rishikesh Tyre Burst: ନୂଆ ଗାଡ଼ି ପରୀକ୍ଷଣ ବେଳେ ଫାଟିଲା ଟାୟାର; ୪ ମୃତ
Rishikesh Chilla Road Tyre BurstL: ନୂଆ ଗାଡ଼ି ପରୀକ୍ଷଣ କରିବା ବେଳେ ଫାଟି ଯାଇଥିଲା ଟାୟର। ଯେଉଁ କାରଣରୁ ବିଭାଗୀୟ ଅଧିକାରୀଙ୍କ ସମେତ ମୋଟ ୧୦ ଜଣ ଆହତ ହୋଇଥିଲେ।
4 Forest Dept Staff Died by Tyre Burst in Uttarakhand: ଗତ ସୋମବାର ସନ୍ଧ୍ୟାରେ ଉତ୍ତରାଖଣ୍ଡର ଋଷିକେଶସ୍ଥିତ ଚିଲା ମାର୍ଗ ଠାରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ଏହି ଘଟଣାରେ ବନ ବିଭାଗର ୨ ଜଣ ଅଧିକାରୀଙ୍କ ସମେତ ମୋଟ ୪ ଜଣ କର୍ମଚାରୀ ପ୍ରାଣ ହରାଇଥିବାର ଖବର ଆସିଛି। ବନ ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ନୂତନ ଗାଡିର ପରୀକ୍ଷଣ ସମୟରେ ଦୁର୍ଘଟଣା ଘଟିଥିବାର ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଋଷିକେଶ ସ୍ଥିତ ଏମ୍ସ ଠାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ବନ ବିଭାଗ ୱାର୍ଡେନ ନିଖୋଜ ରହିଥିବାର କୁହାଯାଉଛି।
ପରୀକ୍ଷଣ ବେଳେ ଫାଟିଲା ଟାୟାର
ଏହି ଘଟଣା ସମ୍ପର୍କରେ ମିଳିଥିବା ଖବର ଅନୁସାରେ ବନ ବିଭାଗକୁ ଜଙ୍ଗଲ ଅଞ୍ଚଳରେ ପେଟ୍ରୋଲିଂ କରିବା ପାଇଁ ନୂଆ ଗାଡ଼ି ମିଳିଥିଲା। ଏହି ଗାଡ଼ିକୁ ପରୀକ୍ଷା କରିବା ପାଇଁ ବନ ବିଭାଗ ଅଧିକାରୀଙ୍କ ସମେତ ମୋଟ ୧୦ ଜଣ କର୍ମଚାରୀଙ୍କ ଏକ ଟିମ୍ ଜଙ୍ଗଲକୁ ପଠାଯାଇଥିଲା। ରାସ୍ତାରେ ଟାୟାର ଫାଟିଯିବା କାରଣରୁ ହଠାତ୍ ଦ୍ରୁତ ଗତିରେ ଆସୁଥିବା ଗାଡି ଓଲଟି ଯାଇଥିଲା। ଯେଉଁଥିପାଇଁ ଗାଡ଼ିରେ ରହିଥିବା ସମସ୍ତ ଲୋକ ଗୁରୁତର ଆହତ ହୋଇଥିଲେ। ଏନେଇ ଖବର ମିଳିବା ମାତ୍ରେ ସେମାନଙ୍କୁ ଋଷିକେଶ ସ୍ଥିତ ଏମ୍ସ ଠାରେ ଭର୍ତ୍ତି କରାଯାଇଥିଲା। ସେଠାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାର କୁହାଯାଉଛି। ପୋଷ୍ଟମର୍ଟମ ପାଇଁ ସେମାନଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଦୁର୍ଘଟଣାରେ ଚାଲିଗଲା ୪ ବନ କର୍ମଚାରୀଙ୍କ ଜୀବନ
ଋଷିକେଶସ୍ଥିତ ଚିଲା ମାର୍ଗ ଠାରେ ହୋଇଥିବା ଦୁର୍ଘଟଣାରେ ୫ ଜଣ ଆହତଙ୍କୁ ଚିକିତ୍ସା ପାଇଁ ଏମ୍ସ ଟ୍ରମା ଏମରଜେନ୍ସି ଠାରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାର କୁହାଯାଉଛି। ଏମ୍ସ ଲୋକସମ୍ପର୍କ ଅଧିକାରୀ ସନ୍ଦୀପ କୁମାର ସିଂହ କହିଛନ୍ତି ଯେ ମୋଟ ୯ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ପ୍ରାଣ ହରାଇଥିଲେ। ମୃତକଙ୍କ ହେଉଛନ୍ତି ଡେପୁଟି ଫରେଷ୍ଟ ରେଞ୍ଜର ଶିଲେଶ ଘିଲ୍ଡିଆଲ (୪୩), ପ୍ରମୋଦ (୪୩), ସୈଫ ଅଲି (୨୫) ଏବଂ କୁଲରାଜ (୩୫)। ସମସ୍ତ ମୃତକ ଚିଲା ରେଞ୍ଜ ଠାରେ ନିୟୋଜିତ ହୋଇଥିଲେ |
ଦୁର୍ଘଟଣାରେ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ
ଋଷିକେଶ ଏମ୍ସ ଲୋକସମ୍ପର୍କ ଅଧିକାରୀ କହିଛନ୍ତି ଯେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତଙ୍କ ନାଁ ହେଉଛି ଅମିତ ସେମୱାଲଙ୍କ (୪୧), ଅଶ୍ୱିନ ବିଜୁ (୨୪, ଅଙ୍କୁଶ (୪୦), ରାକେଶ ନୌଟିୟାଲ (୫0), ହିମାଂଶୁ (୩୬)। ଆହତଙ୍କ ମଧ୍ୟରେ ଅମିତ ସେମୱାଲ ଏବଂ ଅଶ୍ୱିନ ବିଜୁଙ୍କ ଅବସ୍ଥା ଗୁରୁତର ରହିଛି। ଋଷିକେଶ ଚିଲା ରାସ୍ତାରେ ଘଟିଥିବା ଦୁର୍ଘଟଣାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାରେ ମୁ୍ଖ୍ୟମନ୍ତ୍ରୀ ପୀଡିତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଅନ୍ୟପଟେ ରାଜ୍ୟ ବନବିଭାଗ ମନ୍ତ୍ରୀ ସୁବୋଧ ୟୁନିୟାଲ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।