Uttarakhand tunnel rescue: ଉତ୍ତରପ୍ରଦେଶର ସିଲ୍କିରା ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ଧନ୍ୟବାଦ ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, 'ଉତ୍ତରପ୍ରଦେଶର ଟନେଲରେ ଫସି ରହିଥିବା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ଜାଣିବା ପରେ ମୁଁ ଖୁସି ଅନୁଭବ କରୁଛି। ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିବାରୁ ଦୀର୍ଘ ୧୭ ଦିନ ଧରି ସେମାନେ କଷ୍ଟ ଅନୁଭବ କରୁଥିଲେ । ଦେଶ ଶ୍ରମିକମାନଙ୍କ ସାହସକୁ ଅଭିବାଦନ ଜଣାଉଛି। ସେମାନଙ୍କ ଘରଠାରୁ ବହୁ ଦୂରରେ ରହି ବିପଦପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ କରୁଥିବାକୁ ସାରା ଦେଶ ସେମାନଙ୍କ ପାଇଁ କୃତଜ୍ଞ। 


COMMERCIAL BREAK
SCROLL TO CONTINUE READING

Post- 



ଉଦ୍ଧାର କାର୍ଯ୍ୟର ସଫଳତା ପରେ ପିଏମ ମୋଦୀ ଉତ୍ତରାଖଣ୍ଡ ସିଏମ ଧାମିଙ୍କ ସହ କଥା ହୋଇଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ନରେନ୍ଦ୍ର ମୋଦୀ ଲେଖିଛନ୍ତି ଯେ, ଉତ୍ତରପ୍ରଦେଶରେ ଶ୍ରମିକ ଭାଇମାନଙ୍କ ଉଦ୍ଧାର କାର୍ଯ୍ୟର ସଫଳତା ସମସ୍ତଙ୍କୁ ଭାବପ୍ରବଣ କରିବ। ଯେଉଁମାନେ ଟନେଲରେ ଫସି ରହିଥିଲେ ସେମାଙ୍କର ସାହସ ଏବଂ ଧୈର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି । ମୁଁ ସମସ୍ତଙ୍କର ଆରୋଗ୍ୟ ଏବଂ ସୁନ୍ଦର ସ୍ୱାସ୍ଥ୍ୟ କାମନା କରୁଛି। ଏହା ଅତ୍ୟନ୍ତ ସନ୍ତୋଷଜନକ ବିଷୟ ଯେ, ଦୀର୍ଘ ସମୟ ଅପେକ୍ଷା କରିବା ପରେ ଆମର ଏହି ବନ୍ଧୁମାନେ ବର୍ତ୍ତମାନ ସେମାନଙ୍କର ପ୍ରିୟ ଲୋକ ତଥା ପରିବାରକୁ ଭେଟିବେ । ଏହି ଚ୍ୟାଲେଞ୍ଜିଂ ସମୟରେ ଏହି ସମସ୍ତ ପରିବାର ଦେଖାଇଥିବା ଧୈର୍ଯ୍ୟ ଏବଂ ସାହସକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ । ଏହି ଉଦ୍ଧାର କାର୍ଯ୍ୟ ସହିତ ଜଡିତ ସମସ୍ତ ବ୍ୟକ୍ତିତ୍ୱଙ୍କୁ ମୁଁ ପ୍ରଣାମ କରୁଛି ବୋଲି ପିଏମ କହିଛନ୍ତି । ତାଙ୍କର ସାହସିକତା ଏବଂ ନିଷ୍ଠା ଆମ ଶ୍ରମିକ ଭାଇମାନଙ୍କୁ ନୂତନ ଜୀବନ ଦେଇଛି । ଏହି ମିଶନରେ ଜଡିତ ସମସ୍ତ ଟିମ୍ ମାନବିକତା ଏବଂ ଦଳଗତ କାର୍ଯ୍ୟର ଏକ ଚମତ୍କାର ଉଦାହରଣ ସୃଷ୍ଟି କରିଛନ୍ତି ।


Post- 



ସୂଚନାଯୋଗ୍ୟ, ଗତ ୧୭ ଦିନ ଧରି ଉତ୍ତରାଖଣ୍ଡର ସିଲ୍କିରା ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି। ଶ୍ରମିକମାନଙ୍କୁ ୮ଶହ ମିଲିମିଟର ପାଇପ୍ ମାଧ୍ୟମରେ ଜଣଙ୍କ ପରେ ଜଣଙ୍କୁ ବାହାରକୁ ଟାଣି ନିଆଯାଇଥିଲା । ବର୍ତ୍ତମାନ ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି। ଶ୍ରମିକମାନଙ୍କୁ ସ୍ଥାନାନ୍ତର ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ସଡ଼କ ପରିବହନ ଓ ରାଜପଥ ବିଭାଗର କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ ମଧ୍ୟ ଉପସ୍ଥିତ ଥିଲେ। ବାହାରକୁ ଆସୁଥିବା ଶ୍ରମିକମାନଙ୍କୁ ଆଲିଙ୍ଗନ କରି ସେମାନଙ୍କ ସହ କଥା ହୋଇଥିଲେ ମନ୍ତ୍ରୀ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମର ସାହସକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ, ଟନେଲର ଏକ ଅଂଶ ନଭେମ୍ବର ୧୨ ରେ ଭୁଶୁଡି ପଡିଥିଲା । ଯେଉଁକାରଣରୁ ୪୧ ଜଣ ଶ୍ରମିକ ଟନେଲରେ ଫସି ରହିଥିଲେ ।


Also Read- jasprit bumrah: ବିଶ୍ୱକପ ପରେ ବୁମରାଙ୍କ ସହିତ କ’ଣ ହେଲା? କାହିଁକି ଏମିତି ପୋଷ୍ଟ୍ କଲେ?


Also Read- ଟନେଲରୁ ବାହାରିବା ସମୟର ଶ୍ରମିକଙ୍କ ପ୍ରଥମ ଫଟୋ, ଆଲିଙ୍ଗନ କରି ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ