Damodar Rout: ଆରପାରିରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ। ୮୩ ବର୍ଷ ବୟସରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଦେହାନ୍ତ। ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ସକାଳ ୫ଟା ୨୩ରେ ଦେହାନ୍ତ ସୂଚନା।ଦେହାନ୍ତ ନେଇ ସୂଚନା ଦେଲେ ପୁଅ ସମ୍ବିତ ରାଉତରାୟ। ଓଡ଼ିଶା ଇତିହାସରେ ଜଣେ ମହାଦ୍ରୁମ ଭାବେ ପରିଚିତ ଥିଲେ। ୮୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।


COMMERCIAL BREAK
SCROLL TO CONTINUE READING

 



ତେବେ ଗୁରୁବାର ଦିନ  ବ୍ରେନଡେଡ୍ ଯୋଗୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା। ସେ ଭୁବନେଶ୍ୱରର କିମ୍‌ସ ହସ୍ପିଟାଲରେ ଲାଇଫ୍ ସପୋର୍ଟ ସିଷ୍ଟମରେ ଥିବା ବେଳେ ତାଙ୍କର ପରଲୋକ ଘଟିଛି।ତେବେ ତିନିମାସ ତଳେ ମଧ୍ୟ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଅସୁସ୍ଥ ହୋଇପଡିଥିଲେ। ଯକୃତରେ ପାଣି ଜମିଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।


ତେବେ ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ | ଓଡ଼ିଶା ରାଜନୀତିରେ ଦାମୋଦର ରାଉତ ବଡ ରାଜନେତା ଭାବେ ଜଣାଶୁଣା । ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ତେବେ ୨୦୧୯ରେ ବିଜେପି ଟିକେଟରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ ଦାମ । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିକୁ ବାଏ ବାଏ କରିଥିଲେ ଦାମ । ତାଙ୍କ ଉପରୁ ଜାନୁଆରି ୧ରେ  ନିଲମ୍ବନ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ଯେଉଁଥିରେ ବିଜେଡି ସୁପ୍ରିମୋଙ୍କ ଦସ୍ତଖତ ଥିବା ଦେଖିବାକୁ ମିଳିଥିଲା ।  ସୂଚନା ମୁତାବକ ୨୦୧୮ରେ ବିଜେଡିରୁ ନିଲମ୍ବନ ହୋଇଥିଲେ ଦାମୋଦର । ବ୍ରାହ୍ମଣ ବିବାଦକୁ ନେଇ ହରାଇଥିଲେ ମନ୍ତ୍ରୀପଦ । କିଛି ବର୍ଷ ହେବ ରାଜନୀତିରୁ ଏକଦମ ଦୂରେଇ ଯାଇଥିଲେ ଦାମୋଦର । ତେବେ ଆଜି ସକାଳେ ତାଙ୍କ ବ୍ରେନ ଡେଡ଼ ହୋଇଥିବା ନେଇ ଡାକ୍ତରୀ ଦଳ ସୂଚନା ଦେଇଛନ୍ତି I