Viral Videos : ନିଆଁ ଭଳି ବ୍ୟାପୁଛି `ମାହିର୍ ମାଆ`ଙ୍କ ସାଇକେଲ ଭିଡିଓ
ଭାରତର ଲୋକେ ଦେଶୀ ଯୋଗାଡ଼ ବା ମୁଣ୍ଡ ଖଟାଇବାରେ ବେଶ ମାହିର ! ଏମିତି ଏକ ଦେଶୀ ଯୋଗାଡ଼ ଏବେ ସୋସିଆଲ ମିଡିଆରେ ଚହଳ ଖେଳାଇ ଦେଇଛି । ଟ୍ୱିଟରରେ ଭାଇରାଲ ହେଉଥିବା ମାଆ ଓ କୁନି ଝିଅର ଫଟୋ ଓ ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଛନ୍ତି ।
Viral Videos : ବେଳେ ବେଳେ ସୋଲିଆଲ ମିଡିଆରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳେ, ଯାହା ଜଣେ ସାଧାରଣ ମଣିଷର ଚିନ୍ତାଧାରା ଠାରୁ ଢେର ଉପରେ । ଏମିତି ଏକ ଭିଡିଓ ଏବେ ଭାଇରାଲ ହେଇଛି, ଯାହାକୁ ଦେଖିଲେ ଆପଣ ବି କହିବେ ଦୁନିଆର ସବୁଠୁ ବଡ଼ ମାଷ୍ଟର ମାଇଣ୍ଡ ହେଉଛି ମାଆ । ଜଣେ ମା ତାର ସନ୍ତାନର ପାଇଁ କିଛି ବି କରିପାରେ । ଏହି ଭିଡିଓକୁ ଜଣେ ଆଇପିଏସ ଅଧିକାରୀ ସେୟାର କରିଛନ୍ତି।
ଭାରତର ଲୋକେ ଦେଶୀ ଯୋଗାଡ଼ ବା ମୁଣ୍ଡ ଖଟାଇବାରେ ବେଶ ମାହିର ! ଏମିତି ଏକ ଦେଶୀ ଯୋଗାଡ଼ ଏବେ ସୋସିଆଲ ମିଡିଆରେ ଚହଳ ଖେଳାଇ ଦେଇଛି । ଟ୍ୱିଟରରେ ଭାଇରାଲ ହେଉଥିବା ମାଆ ଓ କୁନି ଝିଅର ଫଟୋ ଓ ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ଏହି ଭିଡ଼ିଓରେ ଜଣେ ମାଆ ସାଇକେଲ ଚଲାଉଛନ୍ତି ଏବଂ ତାଙ୍କ ପୁଅ ସାଇକେଲ ପଛରେ ବସିଛନ୍ତି । କିନ୍ତୁ ପିଲାଟି ଯେମିତି ସାଇକେଲରୁ ତଳକୁ ନ ପଡ଼ିଯିବେ ସେଥିପାଇଁ ତାଙ୍କ ମାଆ ଗୋଟିଏ ଆଶ୍ଚର୍ଯ୍ୟ ଜନକ ଦେଶୀ ଯୋଗାଡ଼ କରିଛନ୍ତି ।
Also Read: ସତରେ କ'ଣ ପ୍ରଥମ ଦେଖାରେ ପ୍ରେମ ହୁଏ? ଗବେଷଣାରୁ ମିଳିଲା ଏଭଳି ତଥ୍ୟ
ମାଆଙ୍କ ଚମତ୍କାର ଯୋଗାଡ
ପିଲାକୁ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ, ତେଣୁ ତାଙ୍କ ମାଆ ସାଇକେଲର ପଛ ସିଟ ବା କ୍ୟାରିୟରରେ ଏକ ଚେୟାର ଲଗାଇଛନ୍ତି । ଚେୟାର ଉପରେ କିଛି କପଡ଼ା ରଖି ନିଜ ପୁଅକୁ ସାଇକେଲରେ ବସାଇ ନିଜ କମରେ ବାହାରି ପଡ଼ିଛନ୍ତି । ଏପରି ଏକ ଦେଶୀ ଯୋଗାଡ ଦେଖି ଅନେକ ସୋସିଆଲ୍ ମିଡିଆ ୟୁଜର୍ସ ବହୁତ ପ୍ରଭାବିତ ହୋଇଛନ୍ତି । ଏହି ଭିଡିଓ ଦେଖି ଅନେକ ଲୋକ ମାଆଙ୍କ ଉଦ୍ଭାବନକୁ ମଧ୍ୟ ପ୍ରଶଂସା କରିଥିଲେ । ଏବେ ଏହି ଭିଡିଓ ଟ୍ୱିଟରରେ ନିଆଁ ଭଳି ବ୍ୟାପୁଛି ।
ଜଣେ ଆଇପିଏସ୍ ଅଧିକାରୀ ଭିଡିଓ ସେୟାର କରିଛନ୍ତି
ଆପଣଙ୍କୁ ଜଣାଇ ରଖୁଛୁ ଯେ, ଏହି ନିଆରା ଭିଡିଓକୁ ଆଇପିଏସ୍ ଅଧିକାରୀ ଅଙ୍କିତା ଶର୍ମା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, 'ବିଅଣ୍ଡ୍ କ୍ୟାପସନ୍'। ଏପର୍ଯ୍ୟନ୍ତ ଦଶ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି । କେବଳ ଏତିକି ନୁହେଁ, ଏହି ଭିଡିଓକୁ ୫୬ ହଜାରରୁ ଊର୍ଦ୍ଧ୍ୱ ଲାଇକ୍ ଏବଂ ସାଢେ ଛଅ ହଜାର ରିଟ୍ୱିଟ ମଧ୍ୟ କରାଯାଇଛି ।