Weather Report: ଦେଶର ଅନେକ ରାଜ୍ୟରେ ଏବେ ନିଆଁ ବର୍ଷା ହେବା ଭଳି ଅନୁଭୂତ ହେଉଛି। ଲୋକମାନେ ଖରା, ଗରମରେ ଡହଳ ବିକଳ ହେଉଛନ୍ତି। ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ତାପମାତ୍ରା ପାଖାପାଖି ୪୭ ଡିଗ୍ରୀ ସେଲସିୟସରେ ପହଞ୍ଚିଥିବାବେଳେ ଦିଲ୍ଲୀ ଏନସିଆରର ଲୋକମାନେ ଗ୍ରାଷ୍ମ ପ୍ରବାହ ଫଳରେ ଆଉଟୁପାଉଟୁ ହେଉଛନ୍ତି। ହିଟ୍ ୱେଭକୁ ନେଇ ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ (IMD) । ସେପଟେ ଦେଶର କିଛି ରାଜ୍ୟରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ 'ଅରେଞ୍ଜ' ଆଲର୍ଟ ଜାରି ହୋଇଥିବା ବେଳେ ଆଇଏମଡି ରବିବାର ପାଇଁ ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ଏକ ରେଡ୍ ଆଲର୍ଟ ଜାରି କରିଛି ବିଭାଗ। ଏହି ଅବଧି ମଧ୍ୟରେ, ଅନେକ ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୪ ରୁ ୪୭ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବାର ସମ୍ଭାବନା ରହିଛି। ଏହି ବିଷୟରେ, IMD ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଛି।


ଦେଶର ଉତ୍ତପ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ। ୟୁପିରେ କାନପୁର ଏବଂ ରାଜସ୍ଥାନର ବାରମର୍ ଶନିବାର ସର୍ବାଧିକ ତାପମାତ୍ରା ୪୬.୯ ଡିଗ୍ରୀ ସେଲସିୟସ ରେକର୍ଡ କରିଛି। ପଞ୍ଜାବ ଏବଂ ମଧ୍ୟପ୍ରଦେଶରେ ଲୋକମାନେ ଖରା ଗରମରେ କଲବଲ ହେଉଛନ୍ତି। ପଞ୍ଜାବର ଲୁଧିଆନାରେ ସର୍ବାଧିକ ମର୍କୁର ୪୫.୯ ଡିଗ୍ରୀ ସେଲସିୟସ ଏବଂ ଗ୍ୱାଲିଅରରେ ୪୫.୦ ଡିଗ୍ରୀ ସେଲସିୟସ ରହିଛି।


ମଧ୍ୟପ୍ରଦେଶରେ ରେକର୍ଡ ଭାଙ୍ଗିଛି ତାପମାତ୍ରା। ଦତିୟାରେ ସର୍ବାଧିକ ୪୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଗ୍ୱାଲିଅରରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ, ଖଜୁରାହୋରେ ୪୪ ଡିଗ୍ରୀ, ଗୁନା ୪୩.୮ ଏବଂ ରତ୍ଲାମରେ ୪୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।


ମେ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ, ପଞ୍ଜାବ, ହରିୟାଣା-ଚଣ୍ଡିଗଡ଼-ଦିଲ୍ଲୀର ଅନେକ ସ୍ଥାନରେ ଉତ୍ତାପ ତରଙ୍ଗ ହେବାର ସମ୍ଭାବନା ରହିଛି। ପଶ୍ଚିମ ଉତ୍ତରପ୍ରଦେଶର କିଛି ସ୍ଥାନ ଏବଂ ଓଡିଶାର ବିଭିନ୍ନ ସ୍ଥାନରେ ହିଟ୍ ୱେଭର ସମ୍ଭାବନା ରହିଛି। ମଧ୍ୟପ୍ରଦେଶ, ବିହାର, ଗ୍ୟାଙ୍ଗଟକ୍, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରେ ଗରମ ପ୍ରବାହ ଜାରି ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ମେ ୧୯  ଓ ୨୦ ରେ ମେଘାଳୟରେ ପ୍ରବଳରୁ ଅତି ବର୍ଷା ହେବାର ସମ୍ଭାବନା ରହିଛି। ମେ ୨୨ ରେ କେରଳ, ମହେ, ତାମିଲନାଡୁ, ପୁଡୁଚେରୀ ଏବଂ କରାଇକାଲରେ ପ୍ରବଳ ବର୍ଷା ହେବ।