Weather Update: ଆଜିଠୁ ରାଜ୍ୟରେ ବଢିବ ବର୍ଷାର(Rain) ପରିମାଣ। ଗତ କିଛି ଦିନ ଧରି ରାଜ୍ୟରେ ଜାରି ରହିଛି ବର୍ଷା । ଗୁଳୁଗୁଳି ହେଇଥିଲେ ମଧ୍ୟ ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ହୋଇଗଲେଣୀ ରାଜ୍ୟବାସୀ। ପଛକୁ ପଛ ଲଘୁଚାପ (Low pressure)କାରଣରୁ ରାଜ୍ୟରେ ବର୍ଷା ହେଉଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ଉତ୍ତର ଓଡ଼ିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେରେ ସକ୍ରିୟ ରହିଛି ଲଘୁଚାପ । ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ରହିଛି । ଏହା ସହିତ ତିନି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା(heavy rain alert) ରହିଛି। ସେହି ଜିଲ୍ଲା ଗୁଡିକ ହେଲା,  କେନ୍ଦ୍ରାପଡା , ଜଗତସିଂହପୁର ଓ ଢେଙ୍କାନାଳ । ଏହି ତିନି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ(Orange warning) ଜାରି କରିଛି କରିଛି ପାଣିପାଗ ବିଭାଗ(IMD)। ଏହା ସହ  ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି(Yellow warning) କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। 


COMMERCIAL BREAK
SCROLL TO CONTINUE READING

Also Read: HBD Sonu Nigam: ଦିନେ ରେଳ ଷ୍ଟେସନରେ ଶୋଉଥିଲେ ଆଜି କୋଟି କୋଟି ଟଙ୍କାରେ ଖେଳୁଛନ୍ତି ସୋନୁ ନିଗମ


ସୂଚନା ଥାଉ କି, ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ କିଛି ସ୍ଥାନରେ ବର୍ଷା ଜାରି ରହିଛି । ମୌସୁମୀ ନିମ୍ନଚାପ ରେଖା ଆଜି ରାଜସ୍ଥାନର ଗଙ୍ଗାନଗର ରୁ ବାହାରି  ରୋହତକ,ଲକ୍ଷ୍ନୌ, ଗୟା, ରାଞ୍ଚି ଏବଂ ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଉପକୂଳରେ ସକ୍ରିୟ-ଲଘୁଚାପ କ୍ଷେତ୍ରର କେନ୍ଦ୍ର ରୁ  ଦକ୍ଷିଣପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା  ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି  ଏବଂ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି ।  ଯାହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨ ତାରିଖ ଯାଏଁ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୩୧ ତାରିଖରେ ଢେଙ୍କାନାଳ, ସମ୍ବଲପୁର, ଅନୁଗୁଳ,‌ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଣୁ ଏହି ସବୁ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଆସନ୍ତା ୧ ତାରିଖରେ  ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଅନୁଗୁଳ, ବରଗଡ଼, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ଯାଜପୁର ଏବଂ ଭଦ୍ରକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା ଗୁଡିକରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।


ସେପଟେ, ଜୁଲାଇ ମାସରେ ରାଜ୍ୟରେ ଭଲ ବର୍ଷା ହୋଇଥିବା ବର୍ଷା ଚାଷ କାର୍ଯ୍ୟ ପାଇଁ ଅନୁକୂଳ ହୋଇଛି । ଗତ ୨୦୧୮ ମସିହା ଜୁଲାଇ ମାସରେ ଗୋଟିଏ ଅବପାତ, ଗୋଟିଏ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଓ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିଲା । ସେହିବର୍ଷ ଜୁଲାଇରେ ୪୩୪.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକଠାରୁ ୨୯% ଅଧିକ ଥିଲା ।  ସେହିପରି ୨୦୧୯ ମସିହାରେ ରାଜ୍ୟରେ ଗୋଟିଏ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଓ ୩ଟି ଲଘୁଚାପ ‌ସୃଷ୍ଟି ହୋଇଥିଲା । ସେହି ବର୍ଷ ରାଜ୍ୟରେ ୩୦୦.୩ ମିମି ବର୍ଷା ହୋଇଥିଲା । ଯାହାକି ସ୍ବାଭାବିକଠାରୁ ୨୯% କମ୍ ଥିଲା । ମାତ୍ର ୨୨୪.୮ ମିମି ବର୍ଷା ସହ ୩୫ ପ୍ରତିଶତ କମ୍ ବର୍ଷା ସେହିବର୍ଷ ରାଜ୍ୟରେ ମରୁଡି ପରିସ୍ଥିତି ସୃଷ୍ଟି କରିଥିଲା ।  ୨୦୧୧ ମସିହାରେ ଗୋଟିଏ ଲଘୁଚାପ ଓ ଗୋଟିଏ ସ୍ପଷ୍ଟ ଚିହ୍ନିତ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହୋଇଥିଲା ଯାହା  ମଧ୍ଯ ଅନୁରୂପ ଭାବେ ଜୁଲାଇରେ ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି କରିଥିଲା ।