Cyclone Odisha: ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ- ପୂର୍ବ ବଙ୍ଗୋପସାଗରେ ସୃଷ୍ଚି ହେବ ଘୂର୍ଣ୍ଣିବଳୟ, ଏହାର ପ୍ରଭାବରେ ୪୮ ଘଣ୍ଟା ମଧ୍ଯରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ଘୂର୍ଣ୍ଣିବଳୟ ବାତ୍ୟା ରୂପ ନେବ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ଜଣାପଡ଼ିନଥିବା ଆଇଏମଡ଼ି ପକ୍ଷରୁ କୁହାଯାଇଛି । ବାତ୍ୟା ହେବା ନେଇ ପାଣିପାଗ ଆକଳନକାରୀ ସଂସ୍ଥା ୱିଣ୍ତିର ଦୁଇଟି ମଡ଼େଲଙ୍କ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ମେ ୧୨ରୁ ୧୪ ମଧ୍ଯରେ ବଙ୍ଗୋପସାଗରେ ବାତ୍ୟା ସୃଷ୍ଟି ହେବା ନେଇ ଜିଏଫଏସ୍ ଓ ଇସିଏମଡ଼ବ୍ଲ୍ୟୁଏଫ୍ ମଡ଼େଲ ଆକଳନ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ମଡ଼େଲ ଆକଳନକୁ ସମୀକ୍ଷା କରିବା ପରେ ଆଗାମୀ ୬ରୁ ୭ ତାରିଖ ମଧ୍ଯରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି । ଏହାର ୪୮ ଘଣ୍ଟା ପରେ ଏହା ଅଧିକ ଘନୀଭୂତ ହେବା ସହ ଲଘୁଚାପରେ ପରିଣତ ହେବା ନେଇ ସମ୍ଭାବନା ରହିଛି । ପରେ ଧୀରେ ଧୀରେ ଏହା ଅବପାତ ଓ ଗଭୀର ଅବପାତରେ ପରିଣତ ହୋଇ ଆସନ୍ତା ୧୨ ତାରିଖ ବେଳକୁ ବଙ୍ଗୋପସାଗରେ ବାତ୍ୟା ସୃଷ୍ଚି ହେବାର ସମ୍ଭାବନା ରହିଛି ।  ତେବେ ବାତ୍ୟା ନେଇ ୱିଣ୍ତିର ମଡ଼େଲ କିଛି ନିର୍ଦ୍ଦିଷ୍ଟ ଟ୍ରାକ ଦେଇନାହାନ୍ତି । ଯଦି ବାତ୍ୟା ସୃଷ୍ଚି ହୁଏ ତାହା କେଉଁ ଆଡ଼କୁ ଗତି କରିବ ସେ ନେଇ ମଧ୍ଯ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ପାଣିପାଗ ବିଶେଷଜ୍ଞଙ୍କ ଶରତ ଚନ୍ଦ୍ର ସାହୁଙ୍କ ମତ ଦେଇଛନ୍ତି ଯେ, ସପେଟେ ୬ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ମଡ଼େଲରେ ଦେଖିବାକୁ ମିଳିଥିବା ବେଳେ ଏହା କେତେ ଘନୀଭୂତ ହେବ ସେନେଇ କୌଣସି ଚିତ୍ର ସାମ୍ନାକୁ ଆସିନାହିଁ । ୯ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଏହା ଅବପାତ ଓ ପରେ ଗଭୀର ଅବପାତ ରୂପ ନେଇପାରେ । ବାତ୍ୟା ହେବ କି ନାହିଁ, ଏହାର ଗତିପଥ କେଉଁ ଆଡ଼େ ରହିବ ସେ ଆକଳନ କରାଯାଇପାରିନାହିଁ । ତେବେ ଆଗାମୀ ୮ରୁ ୯ ତାରିଖ ପୂର୍ବରୁ ବାତ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ।  ଆସନ୍ତା ୭ ତାରିଖରୁ ରାଜ୍ୟରେ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରାଯାଇଛି ।


ସମସ୍ତେ ଜାଣନ୍ତି ଓଡ଼ିଶାରେ ପ୍ରାୟତଃ ବାତ୍ୟା (Cyclone) ଅକ୍ଟୋବର ମାସରେ ହୋଇଥାଏ ହେଲେ ଗତ କିଛିବର୍ଷ ହେଲା ମେ ମାସ ଅର୍ଥାତ୍ ଗ୍ରୀଷ୍ମ ଦିନରେ ଓଡ଼ିଶାକୁ ବାତ୍ୟା ଭୟ ରହୁଛି। ଏହି କାରଣରୁ ସରକାର ମଧ୍ୟ ଟେନସନରେ । ହେଲେ ମଙ୍ଗଳବାର ଦିନ ବାତ୍ୟା ପ୍ରବଣ ମେ ମାସ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ୧୧ ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ କେତେ ପ୍ରସ୍ତୁତି ହୋଇଛ କଣ ସବୁ ଯୋଜନା କରାଯାଇଛି ସେ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଜି ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି।


ପ୍ରେସ୍ ମିଟ୍‌ରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର (Special Relief Commissioner) ସୂଚନା ଦେଇଛନ୍ତି ଯେ, ଏମିତି ଅନେକ ଥର ଦେଖାଯାଇଛି ଯେ ମେ ମାସରେ ବାତ୍ୟା ହୋଇଛି । ସେହି କାରଣରୁ ଆମେ ମଧ୍ୟ ପ୍ରସ୍ତୁତି କରିଛୁ। ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ସୋମବାର ଦିନଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ମଧ୍ୟ ଚାଲିଛି।  କେବଳ ଏତିକି ନୁହେଁ ବାତ୍ୟା ଓ ବର୍ଷା ପବନ କାରଣରୁ ବିଶେଷ କ୍ଷତିଗ୍ରସ୍ତ ହୁଏ ରାସ୍ତାଘାଟ, ବିଜୁଳି ଓ ଗଛ ଉପୁଡି଼ବା ପରି ଘଟଣା। ସେଥିପାଇଁ ଏନଡିଆରଏଫ ଓ ଓଡ୍ରାଫ ଟିମକୁ ପ୍ରସ୍ତୁତ ରଖିବାକୁ ମଧ୍ୟ ସରକାର ସୂଚନା ଦେଇଛନ୍ତି।