Monkey gets Life Imprisonment: କୁହାଯାଏ ଯେ ଯେତେବେଳେ ଜଣେ ମଣିଷ କୌଣସି ଭୁଲ କରିଥାଏ, ତାହେଲେ ସେତେବେଳେ ତାକୁ ସୁଧାରିବା ପାଇଁ ଦଣ୍ଡିତ କରାଯାଏ କିମ୍ବା ଜେଲ ପଠାଯାଏ। ଯଦି ଆପଣ ଭାବୁଛନ୍ତି ଯେ ଏହା କେବଳ ମଣିଷଙ୍କ ସହ ହୋଇଥାଏ ତାହେଲେ ଆପଣ ସମ୍ପୂର୍ଣ୍ଣ ଭୁଲ୍। କାରଣ ମଣିଷ ହେଉ କିମ୍ବା ପଶୁ ହେଉ ଆଇନ ସମସ୍ତଙ୍କ ପାଇଁ ସମାନ। କୌଣସି ଅପରାଧ ପାଇଁ ଜଣେ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରାଯିବା ବିଷୟରେ ଆପଣ ଜାଣିଥିବେ। ହେଲେ କେବେ ଆପଣ ଶୁଣିଛନ୍ତି ଯେ ପଶୁଙ୍କ ସହ ମଧ୍ୟ ଏଭଳି ଘଟଣା ଘଟିଥାଏ। ସଦ୍ୟ ଗୋଟିଏ ମାଙ୍କଡ଼ କ୍ଷେତ୍ରରେ ଏଭଳି ଘଟଣା ଘଟିଛି। ଯାହାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଏଭଳି ଏକ ଘଟଣା ଉତ୍ତର ପ୍ରଦେଶ କାନପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ନିଜର ଭୁଲ କାରଣରୁ ଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛି ମାଙ୍କଡ଼। ଏହି ମାଙ୍କଡ଼ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରାୟ ୨୫୦ ଜଣରୁ ଅଧିକ ଲୋକଙ୍କ ଉପରେ ଏହି ମାଙ୍କଡ଼  ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ସେ କେବଳ ମହିଳା ଏବଂ ଶିଶୁଙ୍କୁ ଦେଖିବା ମାତ୍ରେ କାମୁଡ଼ିବା ପାଇଁ ଦୌଡୁ ଆସୁଥିଲେ। ଏପରିକି ସେ କେବଳ ମହିଳା ଏବଂ ଶିଶୁଙ୍କୁ ନିଜର ଶିକାର କରୁଥିଲେ। 


ଏହି ମାଙ୍କଡ଼ ଖେଳାଇଥିବା ଆତଙ୍କଙ୍କୁ ନେଇ ଭୟଭୀତ ହୋଇଉଠିଥିଲେ ମିର୍ଜାପୁର ଅଞ୍ଚଳର ମହିଳା ଏବଂ ଶିଶୁ। ଆତଙ୍କ ଖେଳାଇଥିବା ମାଙ୍କଡକୁ ମିର୍ଜାପୁରରୁ ଗିରଫ କରାଯାଇ କାନପୁରସ୍ଥିତ ପ୍ରାଣୀ ଉଦ୍ୟାନରେ ବନ୍ଦ କରି ଦିଆଯାଇଥିଲା। ଏହି ମାଙ୍କଡ଼ ବଗତ ୫ ବର୍ଷ ଧରି ସେଠାରେ ବନ୍ଦ ରହିଛି।


Also Read: Shocking News: ଅଟୋରୁ ଲକ୍ଷେ ଟଙ୍କା ଲୁଟିନେଲା ମାଙ୍କଡ଼


ହେଲେ ବର୍ତ୍ତମାନ ଆମେ ଏହି ମାଙ୍କଡ଼ କଥା ଆପଣଙ୍କୁ କହିବା ପଛରେ କାରଣ ରହିଛି। ବିଗତ ୫ ଧରି  ପ୍ରାଣୀ ଉଦ୍ୟାନରେରେ ରହିବା ସତ୍ତ୍ୱେ ଏହି ମାଙ୍କଡ଼ର ପ୍ରକୃତିରେ କୌଣସି ପରିବର୍ତ୍ତନ ଆସିନାହିଁ। ଯେଉଁଥିପାଇଁ ତାକୁ ପ୍ରାଣୀ ଉଦ୍ୟାନରୁ ମୁକ୍ତ କରାଯାଉନାହିଁ। ତାକୁ ମିଳିଥିବା ଆଜୀବନ କାରାଦଣ୍ଡ ଅକ୍ଷୁର୍ଣ୍ଣ ରହିବ। ହେଲେ ଏଠାରେ ବନ୍ଦୀ ଥିବା ଅନେକ ମାଙ୍କଡଙ୍କୁ ମୁକ୍ତ କରାଯାଇଛି। ହେଲେ ଆତଙ୍କ ଖେଳାଇଥିବା 'କାଳିଆ' ନାମକ ମାଙ୍କଡ଼ଙ୍କୁ ମୁକ୍ତ କରାଯିବ ନାହିଁ। ତାକୁ ଆଜୀବନ ପ୍ରାଣୀ ଉଦ୍ୟାନରେ ବନ୍ଦ କରି ରଖାଯିବ।


ମାଙ୍କଡ଼ 'କାଳିଆ' ଉପରେ ପ୍ରତିକ୍ରିୟା ରଖିଛନ୍ତି କାନପୁର ପ୍ରାଣୀ ଉଦ୍ୟାନ ପ୍ରାଣୀ ଚିକିତ୍ସକ ଡକ୍ଟର ମହମ୍ମଦ ନାସିର। ଏନେଇ ସେ କହିଛନ୍ତି ଯେ ଏହି ମାଙ୍କଡ଼କୁ ଖୋଲା ସ୍ଥାନରେ ଛଡା ଯାଇପାରିବ ନାହିଁ। କାରଣ ଏହାର ଆଗ ଦାନ୍ତ ଅତ୍ୟନ୍ତ ବିପଜ୍ଜନକ। 'କାଳିଆ' ଯାହାକୁ କାମୁଡ଼ୁଥାଏ ତାହାର ମାଂସକୁ ନଷ୍ଟ କରି ଦେଇଥାଏ। 'କାଳିଆ' ନାମକ ମାଙ୍କଡ଼କୁ ଜଣେ ତାନ୍ତ୍ରିକ ପାଳିଥିଲେ। ଯିଏ ତାକୁ ଖାଇବା ପାଇଁ ମାଂସ ଏବଂ ପିଇବା ପାଇଁ ମଦ୍ୟ ପ୍ରଦାନ କରୁଥିଲେ।  ଯେଉଁ କାରଣରୁ ତାହାର ପ୍ରକୃତି ଏତେ ହିଂସ୍ର ହୋଇଯାଇଛି। ଯେତେବେଳେ ଏହି ତାନ୍ତ୍ରିକ ମରିଗଲେ, ସେତେବେଳେ ମାଙ୍କଡ଼ର ଆଚରଣ ଲୋକଙ୍କ ପ୍ରତି ହିଂସ୍ର ହୋଇଉଠିଲା।