Dollar Seized from Gutkha Packet: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସ୍ଥାନୀୟ ନେତାଜୀ ସୁଭାଷ ବୋଷ ବିମାନ ବନ୍ଦରରେ ଗୁଟଖା ପ୍ୟାକେଟ  ମାଧ୍ୟମରେ ସୀମା ଶୁଳ୍କ ବିଭାଗକୁ ଚକମା ଦେବାକୁ ଚେଷ୍ଟା କରାଯାଇଛି। ହେଲେ ଏହି ଉଦ୍ୟମ ବିଫଳ ହୋଇଥିବା ଜଣାପଡ଼ିଛି। ବିଦେଶୀ ମୁଦ୍ରା ଚୋରା ଚାଲାଣ କରୁଥିବା ଚୋରାଚାଲଣକାରୀଙ୍କୁ ମାଡ଼ି ବସିଛି ବିଭାଗ। 


COMMERCIAL BREAK
SCROLL TO CONTINUE READING

ଗୁଟଖା ପ୍ୟାକେଟ (Gutkha Packet) ମାଧ୍ୟମରେ ୪୦ ହଜାର ଡଲାର (Dollar) ଅର୍ଥାତ୍ ଭାରତୀୟ ମୁଦ୍ରାରେ (Indian Currency) ପ୍ରାୟ ୩୨ ଲକ୍ଷରୁ ଅଧିକ ଟଙ୍କା ଚୋରା ଚାଲାଣ ପାଇଁ  ଉଦ୍ୟମ ହୋଇଥିଲା। ସୀମା ଶୁଳ୍କ ବିଭାଗ (Customs Department) ବିଦେଶୀ ମୁଦ୍ରା ଚୋରା ଚାଲାଣ କରୁଥିବା (Foreign Currency Smuggling) ବ୍ୟକ୍ତିଙ୍କୁ କୋଲକାତାସ୍ଥିତ (Kolkata) ନେତାଜୀ ସୁଭାଷ ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦରରେ (Netaji Subhash Chandra Bose International Airport) ମାଡ଼ି ବସିଥିଲା। ବର୍ତ୍ତମାନ ଏହି ଘଟଣା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି।
 
ଯେଉଁଥିରେ ଦେଖିବାକୁ ମିଳିଛି କୋଲକାତା ବିମାନ ବନ୍ଦରରେ (Kolkata Airport) ଏକ ବାକ୍ସ ମଧ୍ୟରେ ରଖାଯାଇଥିବା ଗୁଟଖା ପ୍ୟାକେଟ ଗୋଟିଏ ପରେ ଗୋଟିଏ ଖୋଲାଯାଉଛି। ଯେଉଁଥିରୁ ବିଦେଶୀ ମୁଦ୍ରା ଡଲାର 
ବାହାରୁଛି। ଯାହାକୁ ଗୁଟଖା ପ୍ୟାକେଟ ମଧ୍ୟରେ ଲୁଚାଇ ଦେଶ ବାହାରକୁ ଚୋରାଚାଲାଣ କରାଯାଇଥିଲା। ସୀମା ଶୁଳ୍କ ବିଭାଗ ଗୁଟଖା ପ୍ୟାକେଟ ମଧ୍ୟରୁ ପ୍ରାୟ ୪୦ ହଜାର ଟଙ୍କା ଜବତ କରିଛି।


ବିମାନ ବନ୍ଦରରେ ସୁରକ୍ଷାକର୍ମୀଙ୍କୁ ଚକମା ଦେବା ପାଇଁ ଗୁଟଖା ପ୍ୟାକେଟ ମଧ୍ୟରେ ଟଙ୍କା ସହ ଗୁଟୁଖା ମଧ୍ୟ ରଖାଯାଇଥିଲା। ଯାହା ଉପରେ କେହି ସନ୍ଦେହ କରିବେ ନାହିଁ। ହେଲେ ଯେତେବେଳେ ପ୍ୟକେଟ ଖୋଲା ଯାଇଥିଲା ସେତେବେଳେ ଗୁଟଖା ପ୍ୟାକେଟ ମଧ୍ୟରେ ବିଦେଶୀ ମୁଦ୍ରା ରହିଥିବା ଜଣାପଡିଥିଲା। କୋଲକାତା ବିମାନବନ୍ଦରରେ ଗୁଟଖା ପ୍ୟାକେଟ ମଧ୍ୟରେ ୪୦ ହଜାର ଡଲାର ନେଇ ଯାଉଥିବା ବେଳେ ଜଣ ବ୍ୟକ୍ତି ଧରାପଡ଼ିଥିଲେ। ସେହି ବ୍ୟକ୍ତି ଜଣକ କହିଥିଲେ ସେ ସେ ବିଦେଶୀ ମୁଦ୍ରାକୁ ଥାଇଲ୍ୟାଣ୍ଡ (Thailand) ରାଜଧାନୀ ବ୍ୟାଙ୍କକ ସହରକୁ (Bankok City) ନେବାର ଥିଲା। ସୀମା ଶୁଳ୍କ ବିଭାଗ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେରା କରୁଛି।


ଗୁଟଖା ପ୍ୟାକେଟ ମଧ୍ୟରୁ ଡଲାର ବାହାରିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ୟୁଜର ଏହା ଉପରେ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି। ଏନେଇ ପ୍ରତିକ୍ରିୟା ରଖି ଜଣେ ୟୁଜର କହିଛନ୍ତି ଚମତ୍କାର। ଏହା  ସହିତ ସେ ମନ୍ତବ୍ୟରେ ଏକ ହସୁଥିବା ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି। ଭିଡିଓ ଉପରେ ମନ୍ତବ୍ୟ ଦେବାବେଳେ ଅନ୍ୟ ଜଣେ ୟୁଜର କହିଛନ୍ତି ଯେ ସେ ନିଶ୍ଚୟ ଏହା କାନପୁର ଲୋକଙ୍କ ହୋଇଥାଇପାରେ। ଏହି ଭିଡିଓ ଉପରେ ସୋସିଆଲ ମିଡ଼ିଆ ୟୁଜର ମଜାଳିଆ ମନ୍ତବ୍ୟ ଦେଉଛନ୍ତି।