RPF Salary And Power: ନିକଟରେ ରେଳ ସୁରକ୍ଷା ବଳ (ଆରପିଏଫ୍) କନଷ୍ଟେବଳ ଚେତନ ସିଂ ଜୟପୁର ଏକ୍ସପ୍ରେସରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ତିନି ଜଣ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ପରେ ରେଲୱେ ଆରପିଏଫ କନଷ୍ଟେବଳ (RPF Constable) ଚେତନ ସିଂଙ୍କ ମାନସିକ ସ୍ୱାସ୍ଥ୍ୟ ବିବୃତ୍ତି ପ୍ରତ୍ୟାହାର କରିନେଇଛି । ଅଗଷ୍ଟ ୩ ତାରିଖ ଦିନ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଯବାନ ଓ ତାଙ୍କ ପରିବାର ସଦସ୍ୟ (Family member) ତାଙ୍କ ଚିକିତ୍ସା ସମ୍ବନ୍ଧୀୟ ସମସ୍ୟାକୁ ଅଫିସକୁ ଜଣାଇନଥିଲେ । ପରବର୍ତ୍ତୀ ଅନୁସନ୍ଧାନକୁ ଦର୍ଶାଇ ଏହି ବିବୃତ୍ତିକୁ ପ୍ରତ୍ୟାହାର କରି ନେଇଥିଲେ । ଏହି ଘଟଣା ପରେ ରେଳ ସୁରକ୍ଷା ବଳକୁ ନେଇ  ସବୁଆଡେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଥିଲା ।


COMMERCIAL BREAK
SCROLL TO CONTINUE READING

ରେଳ ସୁରକ୍ଷା ବଳ (ଆରପିଏଫ) ଭାରତର ସମସ୍ତ ସୁରକ୍ଷା ବାହିନୀ ମଧ୍ୟରୁ ଅନ୍ୟତମ। ଏହାର କାର୍ଯ୍ୟ ହେଉଛି ଭାରତୀୟ ରେଳର ସମ୍ପତ୍ତି ସମେତ ଯାତ୍ରୀଙ୍କୁ ସୁରକ୍ଷା (Security) ପ୍ରଦାନ କରିବା । ଏହା ହେଉଛି ଏକମାତ୍ର କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (CAPF) ଯାହାର ନିୟମିତ ରାଜ୍ୟ ପୋଲିସ ଫୋର୍ସ (State police force) ସହିତ ସମାନ କ୍ଷମତା ଅଛି । ଆରପିଏଫର ବରିଷ୍ଠ ଅଧିକାରୀମାନେ ସିଭିଲ ସର୍ଭିସେସ୍ ପରୀକ୍ଷା (Civil Services Examination) ମାଧ୍ୟମରେ ନିଯୁକ୍ତ ହୁଅନ୍ତି । ରେଳ ସୁରକ୍ଷା ବଳରେ ଅଧସ୍ତନ ଅଧିକାରୀଙ୍କ ପାଇଁ ନିଯୁକ୍ତି ନିଜେ ଫୋର୍ସ ଦ୍ୱାରା କରାଯାଇଥିବା ପରୀକ୍ଷା ମାଧ୍ୟମରେ କରାଯାଇଥାଏ । ଏଥିସହ ଷ୍ଟାଫ୍ ସିଲେକ୍ସନ କମିଶନ (Staff Selection Commission) ମାଧ୍ୟମରେ ମଧ୍ୟ ନିଯୁକ୍ତି ହୋଇଥାଏ ।


ଉନ୍ନତ ସୁରକ୍ଷା ବ୍ୟବସ୍ଥା ପାଇଁ ଆରପିଏଫ ଆକ୍ଟ ୧୯୫୭ ଅନୁଯାୟୀ ରେଳ ସୁରକ୍ଷା ବଳ (ଆରପିଏଫ) ଗଠନ କରାଯାଇଛି । ରେଳ ମନ୍ତ୍ରଣାଳୟ ଅଧୀନରେ ଆରପିଏଫ୍ କାର୍ଯ୍ୟ କରେ ଏବଂ ବଳର ପ୍ରଶାସନିକ ବ୍ୟବସ୍ଥା ରେଳ ମନ୍ତ୍ରଣାଳୟର ପ୍ରଶାସନିକ ଅନୁଯାୟୀ ରହିଥାଏ। ଦେଶର ବିଭିନ୍ନ ସ୍ଥାନରେ ଅବସ୍ଥିତ “ରେଳ ସୁରକ୍ଷା ସ୍ପେଶାଲ ଫୋର୍ସ” (ଆରପିଏସଏଫ) ର ୧୨ଟି ବାଟାଲିୟନ ମଧ୍ୟ ଏହି ଫୋର୍ସ ଅଧୀନରେ କାର୍ଯ୍ୟ କରୁଛନ୍ତି । ରେଳ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଗୋଟିଏ ମହିଳା ବାଟାଲିୟନ ସମେତ ଆଉ ତିନିଟି ଆରପିଏସଏଫ ବାଟାଲିୟନ ବୃଦ୍ଧି କରାଯାଉଛି। 'ରେଳ ସମ୍ପତ୍ତି (ବେଆଇନ ସମ୍ପତ୍ତି) ଅଧିନିୟମ, ୧୯୬୬' ଅନୁଯାୟୀ ରେଳ ସମ୍ପତ୍ତି ଚୋରି, ଅସାଧୁ ଅପବ୍ୟବହାର ସହ ଜଡିତ ଅପରାଧର ମୁକାବିଲା ପାଇଁ ଆରପିଏଫକୁ ସମସ୍ତ ପ୍ରକାରର କ୍ଷମତା ଦିଆଯାଇଛି। ଏଥିସହିତ ଟିକେଟ୍ ଚେକିଂ, ମହିଳାଙ୍କ ପାଇଁ ଉଦିଷ୍ଟ ବଗିରେ ଅନ୍ୟଯାତ୍ରୀଙ୍କର ପ୍ରବେଶ ଇତ୍ୟାଦି ସମ୍ବନ୍ଧୀୟ ଅପରାଧର ମୁକାବିଲା ପାଇଁ ରେଳବାଇ ଅଧିନିୟମ ୧୯୮୯ ଅନୁଯାୟୀ ଏହି ବଳକୁ କ୍ଷମତା ଦିଆଯାଇଛି।


ସରକାରୀ ରେଳ ପୋଲିସ (GRP) ସହିତ ଆରପିଏଫ ଯାତ୍ରୀଙ୍କ ସୁରକ୍ଷା ବାବଦରେ ଯତ୍ନବାନ ଥାଏ । ସମ୍ବେଦନଶୀଳ ଅଞ୍ଚଳରେ ଯାତ୍ରୀବାହୀ ଟ୍ରେନକୁ ସୁରକ୍ଷା ଯୋଗାଇବା ଆରପିଏଫର ଦାୟୀତ୍ୱ । ଟ୍ରେନ୍ ଏବଂ ଯାତ୍ରୀଙ୍କ ଯାତାୟାତରେ ବାଧା ଦୂର କରି ରେଳ ଚଳାଚଳର ସୁଗମ କରିବା ମଧ୍ୟ ଆରପିଏଫ ଯବାନଙ୍କ ଦାୟିତ୍ୱ । ଏଥିସହ ସୁରକ୍ଷା ପରିଚାଳନା ସିଷ୍ଟମର ରକ୍ଷଣାବେକ୍ଷଣ ଓ ରେଳରେ ହେଉଥିବା ଅପରାଧ କାର୍ଯ୍ୟକଳାପକୁ ରୋକିବାରେ ସାହାଯ୍ୟ କରିବା ସେମାନଙ୍କର ଦାୟିତ୍ୱ । ରେଳବାଇ ଆଇନ ଅନୁସାରେ ନିୟମ ଉଲ୍ଲଂଘନ କରୁଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ସହିତ, ଦୋଷୀ ସାବ୍ୟସ୍ତ ଏବଂ ଗିରଫ କରିବାର କ୍ଷମତା ଆରପିଏଫ ନିକଟରେ ରହିଛି 


ଆରପିଏଫ୍ କନଷ୍ଟେବଳଙ୍କ ପେ ସ୍କେଲ୍ ହେଉଛି ୫,୨୦୦ ଟଙ୍କାରୁ ଆରମ୍ଭ ହୋଇ ୨୦,୨୦୦ଟଙ୍କା ପର୍ଯ୍ୟନ୍ତ ରହିଛି । ଏଥିସହିତ ଗ୍ରେଡ୍ ପେ ବାବଦକୁ ୨ ହଜାର ଟଙ୍କା ମିଳିଥାଏ । ଦରମା ସ୍ଥାନ ଅନୁସାରେ ପରିବର୍ତ୍ତନ ମଧ୍ୟ ହୋଇଥାଏ ।


Also Read- Mehak Bukhari: ପ୍ରଥମେ ପ୍ରେମ ତାପରେ ମୃତ୍ୟୁ ପାଇଁ ଷଡଯନ୍ତ୍ର, କିଏ ସେ ଟିକଟକ୍ ଷ୍ଟାର ମେହକ ବୁଖାରୀ ?