Whatsapp new Feature: ହ୍ୱାଟସ ଆପ ତା’ର ୟୁଜର୍ସ ଅଭିଜ୍ଞତାକୁ ଦ୍ୱିଗୁଣିତ କରିବାକୁ କ୍ରମାଗତ ଭାବରେ ନୂତନ ବୈଶିଷ୍ଟ୍ୟ ସହୁ ଲଞ୍ଚ କରୁଛି। ଏହି କ୍ରମରେ, ବର୍ତ୍ତମାନ ଆଉ ଏକ ନୂତନ ବୈଶିଷ୍ଟ୍ୟ ବା ଫିଚରକୁ କମ୍ପାନୀ  ରିଲିଜ୍ କରିଛି, ଯେଉଁଥିରେ ଆପଣ ଏକାସାଙ୍ଗରେ ଦୁଇଟି ହ୍ୱାଟସ ଆପ୍ ଆକାଉଣ୍ଟକୁ ଲଗ୍ଇନ୍ କରିପାରିବେ ।ଏହାର ଅର୍ଥ ହେଉଛି ଉପଭୋକ୍ତାମାନେ ଗୋଟିଏ ଡିଭାଇସରେ ଏବଂ ସମାନ ଆପରେ ଦୁଇଟି ହ୍ୱାଟସ  ଆପ୍ ଆକାଉଣ୍ଟକୁ ଲଗ୍ଇନ୍ କରିପାରିବେ ।


COMMERCIAL BREAK
SCROLL TO CONTINUE READING

ମେଟା ଅନୁଯାୟୀ, ବ୍ୟକ୍ତିଗତ ଏବଂ ୱାର୍କ ପ୍ରୋଫାଇଲ୍ ମଧ୍ୟରେ ସୁଇଚ୍ କରିବାକୁ ଚାହୁଁଥିବା ଉପଭୋକ୍ତାମାନଙ୍କ ପାଇଁ ଏହି ନୂତନ ଫିଚର ସହାୟକ ହେବ । ଫଳରେ ଉପଭୋକ୍ତାମାନଙ୍କୁ ପ୍ରତ୍ୟେକ ଥର ଆକାଉଣ୍ଟ ବଦଳାଇବା ପାଇଁ ଦୁଇଟି ଭିନ୍ନ ଫୋନ୍ ଆବଶ୍ୟକତା ରହିବ ନାହିଁ । ଏଥର ଆସନ୍ତୁ ଜାଣିବା କେମିତି ଗୋଟିଏ ଆପରେ ଦୁଇଟି ଆକାଉଣ୍ଟ୍ ବ୍ୟବହାର କରିପାରିବେ ।


•              ସର୍ବପ୍ରଥମେ, ହ୍ୱାଟସ ଆପ୍ ଖୋଲନ୍ତୁ ଏବଂ ତା’ପରେ ଉପର ଡାହାଣ ପାର୍ଶ୍ୱରେ ଥିବା ତିନୋଟି ବିନ୍ଦୁ ଉପରେ ଟ୍ୟାପ୍ କରନ୍ତୁ ।


•              ଏହାପରେ ସେଟିଂସମୂହ ଉପରେ ଏହି ଟ୍ୟାପ୍ କରନ୍ତୁ ଏବଂ ତା’ପରେ ଆକାଉଣ୍ଟ ଉପରେ ଟ୍ୟାପ୍ କରନ୍ତୁ


•              ଏହାପରେAdd account  ଉପରେ  ଟ୍ୟାପ୍ କରନ୍ତୁ ଏବଂ ଆପଣଙ୍କର ଦ୍ୱିତୀୟ ଆକାଉଣ୍ଟ୍ ସେଟ୍ଅପ୍ କରନ୍ତୁ


•              ଥରେ ଆପଣଙ୍କ ଦ୍ୱିତୀୟ ଆକାଉଣ୍ଟ୍ ସେଟ୍ ଅପ୍ ହୋଇଗଲା ପରେ, ଆପର ଉପର ଡାହାଣ ପାର୍ଶ୍ୱରେ ଥିବା ତିନୋଟି ବିନ୍ଦୁ ଉପରେ ଟ୍ୟାପ୍ କରିବାକୁ ପଡିବ । ତା’ପରେ ଆପଣ ଆକାଉଣ୍ଟକୁ ଟ୍ୟାପ୍ କରି ଗୋଟିଏ ଆକାଉଣ୍ଟରୁ ଆଉ ଗୋଟିଏ ଆକାଉଣ୍ଟ ମଧ୍ୟରେ ସୁଇଚ୍ କରିପାରିବେ ।


ତେବେ ଏହି ସେବା ବର୍ତ୍ତମାନ କେବଳ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ । ଉପଭୋକ୍ତାମାନେ ଆସନ୍ତା ସପ୍ତାହରେ ନୂତନ ଅପଡେଟ୍ ପାଇବେ । ଏହା ସହିତ ମେଟା ବ୍ୟବହାରକାରୀଙ୍କୁ କେବଳ ଅଫିସିଆଲ୍ ଆପ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛି । ଏହାପୂର୍ବରୁ, କମ୍ପାନୀ ଏକ ମଲ୍ଟି-ଡିଭାଇସ୍ ସେବା ଉପଲବ୍ଧ  କରିଥିଲା ଯାହା ବ୍ୟବହାରକାରୀଙ୍କୁ ଏକ ଆଣ୍ଡ୍ରଏଡ୍ ଟ୍ୟାବଲେଟ୍, ବ୍ରାଉଜର୍ କିମ୍ବା କମ୍ପ୍ୟୁଟରରେ ସେମାନଙ୍କ ଆକାଉଣ୍ଟକୁ ଆକ୍ସେସେସ୍ କରିବାକୁ ଅନୁମତି ଦେଇଥାଏ ।ଯାହାର ଅର୍ଥ ହେଉଛି ବର୍ତ୍ତମାନ ତୁମେ ଆପଣ ଦୁଇଟି ହ୍ୱାଟସ୍ ଆପ୍ ଆକାଉଣ୍ଟକୁ ଏକାସାଙ୍ଗରେ ଗୋଟିଏ ଫୋନରେ ବ୍ୟବହାର କରିପାରିବ