Bageshwar Baba Dhirendra Krishna Shastri: ବାଗେଶ୍ୱର ବାବା ଧିରେନ୍ଦ୍ର ଶାସ୍ତ୍ରୀ (Dhirendra shastri) ପୁଣିଥରେ ବ୍ୟାପକ ସମାଲୋଚନାର ଶିକାର ହୋଇଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆ (Social media) ମାଧ୍ୟମରେ ବାବାଙ୍କର ଏକ ଭିଡିଓ ଖୁବ ମାତ୍ରାରେ ଭାଇରାଲ୍ (Viral) ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ବାବା କହିଛନ୍ତି ଯଦି ଜଣେ ମହିଳା ବିବାହିତ ତେବେ ତାଙ୍କ କ୍ଷେତ୍ରରେ ଦୁଇଟି ଜିନିଷ ଦେଖିବାକୁ ମିଳିଥାଏ ତାହା ହେଉଛି ମଥାରେ ସିନ୍ଦୁର ଓ ବେକରେ ମଙ୍ଗଳସୂତ୍ର । ଯଦି ସିନ୍ଦୁର କିମ୍ୱା ମଙ୍ଗଳସୂତ୍ର ନଥାଏ ତେବେ ଅନେକ ଭାବନ୍ତି ଯେ, ମହିଳା ଜଣଙ୍କ ଅବିବାହିତ (unmarried) । ବାବାଙ୍କ ଏପରି କଥାକୁ ନେଇ ଅନେକ ବ୍ୟକ୍ତି ସୋସିଆଲ ମିଡିଆରେ ମତ ପ୍ରକାଶ କରିଛନ୍ତି । କିଛି ବ୍ୟକ୍ତି କହିଛନ୍ତି ଯେ, ଯଦି କେହି ବ୍ୟକ୍ତି ଏପରି କଥା କହୁଛନ୍ତି ତେବେ ସେ କଦାପି ସାଧୁ ହୋଇପାରିବେ ନାହିଁ । ବାବାଙ୍କ ଏପରି କଥା ଶୁଣିବା ପରେ ଅନେକ ମହିଳା ମଧ୍ୟ ରାଗରେ ନିଜର ମତ ପ୍ରକାଶ କରିଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ସୁଜାତା ନାମକ ଜଣେ ମହିଳା ଲେଖିଛନ୍ତି ଯେ, କେଉଁ ପ୍ଲଟ୍ (Plot) ଖାଲି ଅଛି ତାହା ମଧ୍ୟ ଆମକୁ ଜାଣିବା ଆବଶ୍ୟକ । ଏଥିସହ ସେ ଲେଖିଛନ୍ତି ଯେ, ମୁଁ ଲଜ୍ଜିତ କାରଣ ମୁଁ ଏପରି ଏକ ସମାଜରେ ବାସ କରୁଛି ।


COMMERCIAL BREAK
SCROLL TO CONTINUE READING

ବାବା ବାଗେଶ୍ୱର ଆହୁରୀ ମଧ୍ୟ କହିଛନ୍ତି ଯେ, ଯଦି ମଙ୍ଗଳସୂତ୍ରଟିଏ ବେକରେ ଝୁଲୁଛି ତେବେ ଆମେ ଦୂରରୁ ଜାଣିପାରିବା ଯେ ପ୍ଲଟଟି ରେଜେଷ୍ଟ୍ରି (Registry) ହୋଇଯାଇଛି । ତେବେ ଏପରି କଥା କହିବା ସମୟରେ ଅନେକ ମହିଳା ମଧ୍ୟ ବାବାଙ୍କ ସାମ୍ନାରେ ଉପସ୍ଥିତ ଥିଲେ । ସେମାନେ କୌଣସି ପ୍ରତିକ୍ରିୟା ପ୍ରକାଶ ନକରି ବାବାଙ୍କ କଥାକୁ ମଜାରେ ନେଇ ତାଳିମାରିବା ସହ ହସୁଥିବା ଦେଖିବାକୁ ମିଳିଛି । କିନ୍ତୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ମହିଳା କେବଳ ସୋସିଆଲ ମିଡିଆରେ ଏହା ଉପରେ ସ୍ୱର ଉତ୍ତଳନ କରିବା ସହ ବିରୋଧ ପ୍ରଦର୍ଶନ କରୁଛନ୍ତି ।


ଭିଡିଓର ଅନ୍ୟ ଏକ ଭାଗରେ ବାବା ବାଗେଶ୍ୱର କହିଛନ୍ତି ଯେ, ସମାଜରେ ଦୁଇ ପ୍ରକାରର କୁକୁର (Dog) ଅଛନ୍ତି ସେମାନଙ୍କ ମଧ୍ୟରୁ କିଛି ପୋଷା କୁକୁର ଓ ଅନ୍ୟକିଛି ବୁଲା କୁକୁର । ପୋଷା କୁକୁରଙ୍କ ବେକରେ ପଟି ଲାଗିଥାଏ । ଏପରି ପ୍ରତିକ୍ରିୟା ପରେ ସୋସିଆଲ୍ ମିଡିଆ ୟୁଜର ମେନୁ ତିୱାରୀ, ରିମି ଶର୍ମା, କୁଶାଗ୍ରା ସାଇନି, ଅର୍ଚ୍ଚନା ପଟେଲଙ୍କ ପରି କିଛି ମହିଳା ଲେଖିକି ମତ ପ୍ରକାଶ କରିଛନ୍ତି ଯେ, ଆପଣ ଦେଖୁଥିବେ ଉକ୍ତ ସ୍ଥାନରେ ବସିଥିବା ମହିଳାମାନେ କିପରି ବାବାଙ୍କ କଥାକୁ ଉପଭୋଗ କରୁଛନ୍ତି । କେବଳ ସେତିକି ନୁହେଁ ଦୁଇ ହାତରେ କରତାଳି ମଧ୍ୟ ମାରୁଛନ୍ତି ବାବାଙ୍କ କଥା ଶୁଣି । ରିମି ଲେଖିଛନ୍ତି ଯେ, ବାବାଙ୍କ କଥାରେ ମହିଳାମାନେ କୌଣସି ଚିନ୍ତା ପ୍ରକଟ କରୁନାହାନ୍ତି  । ସେହିପରି ଖାଲିଦ ହୁସେନ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ମହିଳାଙ୍କ ବିଷୟରେ କଥା କହୁଥିବା ତଥା ଅଶୁଭ ଚିନ୍ତାଧାରା ରଖିଥିବା ବାବାଙ୍କୁ ଦେଖନ୍ତୁ । ଗ୍ରେଟର ନୋଏଡାରେ ସାଧାରମ ଲୋକଙ୍କ ସହ ମିଶିବା ସମୟରେ ଏପରି ଭିଡିଓ ଭାଇରାଲ ହୋଇଥିବା କଥା କୁହାଯାଉଛି । ବାବା ବାଗେଶ୍ୱର ଗ୍ରେଟର ନୋଏଡାରେ କିଛିଦିନ ହେବ ଦରବାର ବସାଇଛନ୍ତି ସେଠାରେ ଅନେକ ଭିଡ ଦେଖିବାକୁ ମିଳିଛି ।


ସୂଚନାଯୋଗ୍ୟ, କିଛିଦିନ ତଳେ ବାଗେଶ୍ୱର ବାବାଙ୍କର ସିଙ୍ଗଡା ଖାଉଥିବା ସମୟର ଫଟୋ ଭାଇରାଲ୍ ହୋଇଥିଲା । ସେହି ଫଟୋକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । କିଛି ବ୍ୟକ୍ତି ଲେଖିଥିଲେ ଯେ, ବାହାର ଖାଦ୍ୟ ଖାଇବାକୁ ଆମକୁ ବାବା ମନା କରୁଛନ୍ତି କିନ୍ତୁ ନିଜେ ଖାଉଛନ୍ତି ।


Also Read- Momos Challenge: ମୋମୋସ୍ ନେଲା ଜୀବନ ! ଚେତାଶୂନ୍ୟ ହେଲେ ଯୁବକ.. ଡାକ୍ତରଖାନାରେ ମୃତ୍ୟୁ