Viral Video: ବେଳେବେଳେ ଏପରି କିଛି ଘଟଣା ଆମ ନଜରକୁ ଆସିଥାଏ ଯାହା ସଭିଙ୍କୁ ଆଶ୍ଚର୍ଯ୍ୟଚକିତ କରିଥାଏ । ସେହି ଭିଡିଓକୁ ନେଇ ଚର୍ଚ୍ଚା ଆଲୋଚନା ମଧ୍ୟ ଆରମ୍ଭ ହୋଇଯାଏ । ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ନିମିଷକେ ଭିଡିଓଟି ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ପହଞ୍ଚିଯାଏ । ହଜାର ହଜାର ଲୋକଙ୍କ ନିକଟରେ ଭିଡିଓଟି ସେୟାର ହୋଇ ପହଞ୍ଚିଯାଇଥାଏ । ସୋସିଆଲ ମିଡିଆ ଅନେକଙ୍କୁ ଷ୍ଟାର୍ ବନେଇଦିଏ ଆଉ କିଛି ବ୍ୟକ୍ତି ସୋସିଆଲ ମିଡିଆ ମାଧ୍ୟମରେ ହଇରାଣ ହରକତର ଶିକାର ମଧ୍ୟ ହେଉଥିବା ଅଭିଯୋଗ ହୁଏ । ତେବେ ବର୍ତ୍ତମାନ ଯେଉଁ ଭିଡିଓ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ତାହା ସମ୍ପୂର୍ଣ୍ଣ ଭାବରେ ଅବିଶ୍ୱସନୀୟ ଘଟଣା ପରି ଆପଣଙ୍କୁ ମନେ ହୋଇପାରେ । କାରଣ ଆପଣ ବିଶ୍ୱାସ କରିପାରିବେ ନାହିଁ ଯେ, ଜଣେ ମଣିଷର ମସ୍ତିସ୍କ ଅପରେସନ ସମୟରେ ମଧ୍ୟ ସେ କିପରି ସୁମଧୁର ସଂଗୀତ ଦୁନିଆରେ ମଗ୍ନ କରିପାରୁଛି ।


COMMERCIAL BREAK
SCROLL TO CONTINUE READING

ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ବର୍ତ୍ତମାନ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଭିଡିଓରେ ଥିବା କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଜଣେ ମହିଳା ରୋଗୀ ହସପିଟାଲ (Hospital)ରେ ଡାକ୍ତରଙ୍କ ମାଧ୍ୟମରେ ନିଜର ଅପରେସନ (operation) କରାଉଥିବା ସମୟରେ ସଙ୍ଗୀତ ଦୁନିଆରେ ବୁଡ଼ି ରହିଥିଲେ । ଗୋଟିଏ ପଟେ ମହିଳାଙ୍କୁ ଡ଼ାକ୍ତରମାନେ ଅପରେସନ କରୁଥିବା ସମୟରେ ଅନ୍ୟପଟରେ ଦୁଇ ହାତରେ ଭାଓଲିନ (violin) ଧରି ସୁମଧୁର ଭାବରେ ବଜାଉଥିଲେ ରୋଗୀ ଜଣକ । ନିଜର ଅପରେସନ କଷ୍ଟକୁ ଭୁଲିବା ପାଇଁ ମହିଳା ଜଣକ ଏପରି ଭାଓଲିନ ବଜାଉଥିବା କଥା କୁହାଯାଉଛି । ବର୍ତ୍ତମାନ ଭିଡିଓଟି ସୋସିଆଲ ମିଡିଆ (Social Media)ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଅନେକ ଲୋକ ଏହାକୁ ସେୟାର କରିବା ସହ ବିଭିନ୍ନ ପ୍ରକାରର ମତାମତ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି ।


ଇନଷ୍ଟାଗ୍ରାମରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଜଣେ ମହିଳାଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର (brain surgery) କରାଯାଉଥିବା ଦେଖିବାକୁ ମିଳିଛି। ସ୍ପଷ୍ଟ ଜଣାପଡୁଛି ଯେ, ଦୁଇଜଣ ସର୍ଜନ ମହିଳାଙ୍କ ମୁଣ୍ଡ ପାଖରେ ଛିଡା ହୋଇ ମସ୍ତିଷ୍କରେ ଅସ୍ତ୍ରୋପଚାର କରୁଛନ୍ତି । ସେହି ସମୟରେ ମହିଳା ଜଣକ ବେଡରେ ଶୋଇ ରହିଛନ୍ତି । ତାଙ୍କ ଉପରେ ଏକ ଚାଦର ମଧ୍ୟ ଘୋଡାଇ ଦିଆଯାଇଛି । ଡାକ୍ତର ଯେଉଁ ମହିଳାଙ୍କର ଅସ୍ତ୍ରୋପଚାର କରୁଛନ୍ତି, ସେ ରୋଗୀ ବାଦ୍ୟ ଯନ୍ତ୍ର (Musical instrument)ରେ ସଂପୂର୍ଣ୍ଣ ଭାବରେ ନିଜକୁ ବ୍ୟସ୍ତ ରଖିଛନ୍ତି । ଡାକ୍ତରଖାନା ବେଡରେ ମହିଳାଙ୍କ ମୁହଁ ନାକ ସମେତ ଅନ୍ୟାନ୍ୟ ସ୍ଥାନରେ ପାଇପ୍ ମଧ୍ୟ ଲାଗିଛି । ସେ ଅସୁସ୍ଥ ଥିବା ଭିଡିଓରୁ ସ୍ପଷ୍ଟ ଭାବରେ ଜଣାପଡୁଛି । କିନ୍ତୁ ଯେତେବେଳେ ଡାକ୍ତରମାନେ ତାଙ୍କ ମସ୍ତିଷ୍କରେ ଅପରେସନ କାମ କରୁଛନ୍ତି, ସେତେବେଳେ ମହିଳା ଜଣକ କିପରି ଭାଓଲିନ ବଜାଇପାରୁଛନ୍ତି ତାହା ଏବେ ସମସ୍ତଙ୍କୁ ଚକିତ କରିଛି ।


Video- https://zeenews.india.com/hindi/zeeodisha/video/woman-patient-plays-violin-during-her-brain-tumour-surgery/1803823


ଏପରି ଏକ ନିଆରା ଭିଡିଓ ଭାଇରାଲ୍ ହେବାପରେ ଲୋକମାନେ ବିଭିନ୍ନ ପ୍ରକାରର ମତାମତ (Reaction) ସୋସିଆଲ ମିଡିଆରେ ଦେଇଛନ୍ତି । କିଛି ବ୍ୟକ୍ତି ମହିଳାଙ୍କ ସାହସକୁ ଅତ୍ୟନ୍ତ ପ୍ରଶଂସା କରୁଛନ୍ତି। କିଛି ବ୍ୟକ୍ତିବିଶେଷ ଅନେକ ପ୍ରଶ୍ନ ମଧ୍ୟ ପଚାରିଛନ୍ତି, ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଡାକ୍ତର ଅପରେସନ କରୁଥିବା ସମୟରେ କିପରି ସେ ମହିଳା ଏପରି କାମ କରିପାରୁଛନ୍ତି ? ସେ ମହିଳାଙ୍କୁ କଣ କଷ୍ଟ (Pain) ହେଉନି ? ଆଉଜଣେ କହିଛନ୍ତି ଯେ, ମସ୍ତିସ୍କର ସମନ୍ୱୟ ରକ୍ଷା କରିବା ପାଇଁ ହୁଏତ ଡାକ୍ତରଙ୍କ ପକ୍ଷରୁ ଏପରି କୁହାଯାଇଥାଇପାରେ ଯାହାଫଳରେ ଅପରେସନ ସଠିକ ଭାବରେ ହୋଇପାରିବ । ତେବେ ସୋସିଆଲ ମିଡିଆରେ ଏହି ଭିଡିଓଟି ୮୨ ହଜାରରୁ ଅଧିକ ଲାଇକ୍ ପାଇଥିବା ଦେଖିବାକୁ ମିଳିଛି ।


Also Read- Ollywood News: ଅନୁଭବ-ବର୍ଷା ବିବାଦ: ବର୍ଷାଙ୍କୁ ୪ଘଣ୍ଟା ଧରି ଶେଷ ପଚରାଉଚରା