Ganjam Crime News: ମମତା ଭୁଲି ଗଲା ମାଆ(Woman) । ରାଗରେ ନେଇଗଲ ଭୁଲ ନିଷ୍ପତି । ପାରିବାରିକା କଳହର କରୁଣ ପରିଣତି ।  ପାରିବାରିକ ଅଶାନ୍ତି ଯୋଗୁଁ ମାଆ ନେଇଗଲ ଛୁଆ ଜୀବନ।  ତିନି ଛୁଆଁଙ୍କୁ କୂଅର ଫିଙ୍ଗି  (Woman throws three children ) ନିଜେ ଡେଉଁ ପଡିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କରଡାକଣା ପଞ୍ଚାୟତ ଲାଉଗୁଡା ଗାଁ । ଏହି ଘଟଣା ଖାଲି ପରିବାର ନୁହେଁ ସାରା ଗାଁରେ ଖେଳାଇ ଦେଇଛି ଶୋକର ଛାୟା । କାନ୍ଦ ବୋବାଳିରେ ଫାଟି ପଢୁଛି ସାରା ପରିବାର । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ, କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି । 


COMMERCIAL BREAK
SCROLL TO CONTINUE READING

Also Read: IPS Sagarika Nath: IPS ସାଗରିକା ନାଥଙ୍କ ବାପା,ମା’ଙ୍କଠୁ ଲୁଟ୍‌, ରାସ୍ତାରେ ଗାଡି଼ ଅଟକାଇ ଟଙ୍କା ସୁନା ଛଡାଇ ନେଲେ ଲୁଟେରା


Also Read: Indian Railways: ପବିତ୍ର ଶ୍ରାବଣ ପାଇଁ କାଲିଠୁ ଏହି ସବୁ ଷ୍ଟେସନ ଓ ଟ୍ରନରେ ଯାତ୍ରୀଙ୍କୁ ମିଳିବନି ଆମିଷ ଖାଦ୍ୟ


ଏମିତି ଥିଲା ପୂରା ଘଟଣାକ୍ରମ:


ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କରଡାକଣା ପଞ୍ଚାୟତ ଲାଉଗୁଡା ଗାଁରେ ରୁହନ୍ତି ଜୈନିକ ମହିଳା । ଶାଶୁଘରେ ଅନେକ ସମୟରେ ଛୋଟମୋଟ କଥାକୁ ନେଇ ଅଶାନ୍ତି ଲାଗି ରୁହେ । ଏହି ଅଶାନ୍ତିରେ ଅସହ୍ୟ ହୋଇଥିଲେ ମହିଳା । ଜୀବନ ହାରିବାକୁ ନେଇଥିଲେ ନିସ୍ପତି । ଗତକାଲି ରାତିରେ ପରିବାରର ସମସ୍ତ ଲୋକେ ଖାଇ ପିଇ ସାରି ନିଜ ନିଜ ରୁମରେ ଶୋଇଥିଲେ। ହେଲେ ହଠାତ୍ ମହିଳା ଜଣକ ନିଜ ତିନି ଛୁଆଙ୍କୁ ଧରି ଘର ନିକଟରେ ଥିବା କୂଅ ନିକଟରେ ପହଞ୍ଚିଥିଲେ। ଏବଂ ପ୍ରଥମେ ତିନି ଛୁଆଙ୍କୁ ଗୋଟି ଗୋଟି କରି କୂଅ ମଧ୍ୟରେ ଫିଙ୍ଗିଥିଲେ। ପରେ ସେ ଶେଷରେ କୂଅକୁ ଡେଇ ପଡିଥିଲେ। 



କୂଅରେ ଡେଇଁବାର ଶଦ୍ଧ ଶୁଣି କୂଅ ନିକଟକୁ ଧାଇଁ ଆସିଥିଲେ ପରିବାର ଲୋକେ । ପରେ କୂଅ ମଧ୍ୟରେ ଚାରି ଜଣଙ୍କୁ ବୁଡିବା ଦେଖି ଗାଁ ଲୋକଙ୍କୁ ଡାକ ପକାଇଥିଲେ । ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଗାଁ ଲୋକେ ଉକ୍ତ ମହିଳା ଓ ତାଙ୍କ ବଡ ଝିଅକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସୁସ୍ଥ ହେବା ପରେ ସେମାନେ ଏବେ ଘରକୁ ଫେରି ଆସିଛନ୍ତି । ହେଲ ଅନ୍ୟ ୨ ନିଷ୍ପାପ ଶିଶୁଙ୍କର ମୃତ୍ୟୁ ଘଟିଛି । ଅଗ୍ନିଶମ ବାହିନୀ ଆସି ୫ ବର୍ଷର ଝିଅ ଓ ଦେଢ ବର୍ଷର ପୁଅର ଶବକୁ କୂଅରୁ ଉଦ୍ଧାର କରିଛି । 


ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ । ଆର୍ଥିକ ଅନାଟନ ଯୋଗୁଁ ଜଣେ ମାଆ ନିଜେ ବିଷ ପିଇବା ସହ ଦୁଇ ଝିଅଙ୍କୁ ବିଷ ପିଆଇ ଦେଇଛି । ମା’ର ମୃତ୍ୟୁ ହୋଇଥିବା ବେଳେ ଦୁଇ କୁନି ଝିଅ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆର୍ଥିକ ଅନଟନ ଭିତରେ ଝିଅଙ୍କ ମୁହଁରେ ଦାନା ଦେଇ ନପାରି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଲାବଣ୍ୟଦେଇପୁର ଗାଁର ପୂର୍ଣ୍ଣିମା ସିଂ । ପୂର୍ଣ୍ଣିମାଙ୍କ ସ୍ୱାମୀ ଗୁଜୁରାଟରେ ଦାଦନ ଖଟି ପରିବାର ଚଳାଉଥିଲେ । ହେଲେ ସେ  କରୋନା ପରେ ଘରକୁ ଫେରି ଆସିଥିଲେ । ଗାଁରେ ବି କାମ ଧନ୍ଦା ମିଳି ନଥିଲା । ପିଲାଙ୍କୁ ଦାନା ଗଣ୍ଡାଏ ଦେବା କଷ୍ଟକର ହୋଇପଡିଥିଲା । ତେଣୁ ପିଲାଙ୍କୁ ଖାଇବାକୁ ଦେଇ ନପାରିବାରୁ ଜୀବନରୁ ମାରି ଦେବାକୁ ନିଷ୍ପତ୍ତି ନେଇଥିଲେ ପୂର୍ଣ୍ଣିମା । ତେବେ ଶରତ ଥାନା ପୋଲିସ ଏହି ଘଟଣାର ତଦନ୍ତ କରୁଛି ।