Weird Tradition Around The World: ଦୁନିଆ ବହୁତ ବଡ ଏବଂ ଦେଶ ବିଦେଶର ପ୍ରତ୍ୟକ କୋଣରେ ରହୁଥିବା ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ଚଳଣୀ ରହିଛି।  କେତେକ ପରମ୍ପରା ଓ ରୀତିନୀତି ସହ ଆମେ ଜଡିତ । ଏବଂ ଆଉ କେତେକ ପରମ୍ପରା ରହିଛି ଯାହା ଆମକୁ ଆଶ୍ଚର୍ଯ୍ୟ କରେ। ଯେମିତିକି ଆଫ୍ରିକୀୟ ଜନଜାତିର କିଛି ଅଜବ ପରମ୍ପରା, ଗୋଟିଏ ଦିନ ମହିଳାମାନେ ପୁରୁଷଙ୍କ ଦ୍ବାରା ମାଡ ଖାଇଥାନ୍ତି । ଏବଂ ସେଠାରେ ମହିଳାମାନେ ମଧ୍ୟ କୌଣସି ବସ୍ତ୍ର ପରିଧାନ (women without clothes) କରନ୍ତି ନାହିଁ ।  ଏହା ସେମାନଙ୍କର ଏକ ପ୍ରଥା ବୋଲି କୁହାଯାଇପାରିବ।


COMMERCIAL BREAK
SCROLL TO CONTINUE READING

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ପରମ୍ପରା କେବଳ ବାହାର ରାଷ୍ଟ୍ରରେ ରହୁଥିବା ଆଦିବାସୀଙ୍କର ନୁହେଁ । ଆମ ଦେଶରେ ମଧ୍ୟ ଏଭଳି ଏକ ଗାଁ ରହିଛି । ଯେଉଁଠାରେ ମହିଳାମାନେ ଉଲଗ୍ନ ହୋଇ ରୁହନ୍ତି । କୌଣସି ବସ୍ତ୍ର ପରିଧାନ କରନ୍ତି ନାହିଁ । ଯାହା ମହିଳାଙ୍କ ଅସ୍ତିତ୍ୱକୁ କ୍ଷତି ପହଞ୍ଚାଇଥାଏ। ମହିଳା ପୋଷାକ ପରିଧାନକୁ ନେଇ ବିଭିନ୍ନ ସମୟରେ ବିବାଦ ଦେଖାଦେଉଥିବା ବେଳେ ଏ ଖବର ସମସ୍ତକୁ ବିଚଳିତ କରିପାରେ। 


Also Read :  Shocking News: ଅଜବ ପରମ୍ପରା, ଘରେ କାହାର ମୃତ୍ୟୁ ହେଲେ ଏଠାରେ କଟାଯାଏ ମହିଳାଙ୍କ ଆଙ୍ଗୁଳି


Also Read : Marriage: ବିବାହ ପୂର୍ବରୁ ଏଠାରେ ପ୍ରଥମେ ଜନ୍ମ କରିବାକୁ ପଡେ ପିଲା, ଜାଣନ୍ତୁ ଭାରତର କିଛି ଅଦ୍ଭୁତ ଓ ନିଆରା ପ୍ରଥା ବିଷୟରେ...


ମହିଳାମାନେ ଏଠାରେ ୫ ଦିନ ଧରି ବିନା ବସ୍ତ୍ରରେ ରୁହନ୍ତି :  ହିମାଚଳ ପ୍ରଦେଶର ମଣିକର୍ଣ୍ଣ ଘାଟି ଅଞ୍ଚଳରେ ରହିଛି ପିନି ଗାଁ। ଏହି ଗାଁରେ ମହିଳାମାନେ ବର୍ଷକୁ ପାଞ୍ଚଦିନ ଉଲଗ୍ନ (women do not wear clothes for 5 days)ହୋଇ ରହିଥାନ୍ତି । ଏହି ପରମ୍ପରା କେବଳ  ଶ୍ରାବଣ ମାସରେ ପାଳନ ହୋଇଥାଏ। ଘରେ ବନ୍ଦ ହୋଇ ବିନା ବସ୍ତ୍ରରେ ପାଞ୍ଚଦିନ ଉଲଗ୍ନ ହୋଇ ରୁହନ୍ତି ମହିଳା । ଏବଂ ପୁରୁଷଙ୍କ ସାମ୍ନାକୁ ଆସନ୍ତି ନାହିଁ। ଘରେ ବନ୍ଦ ହୋଇଥିବା ବେଳେ ସେମାନେ ମଧ୍ୟ ହସନ୍ତି ନାହିଁ। ଏହି ରୁଢିବାଦୀ ପରମ୍ପରା  ଏଠାରେ ଶତାବ୍ଦୀ ଧରି ଚାଲିଆସୁଛି। ଏବଂ ଏହା ପଛରେ ଏକ ଇତିହାସ ମଧ୍ୟ ରହିଛି। 


ମହିଳାଙ୍କ ଉପରେ କୌଣସି ରାକ୍ଷସର ନଜର ନ ପଡିବା ପାଇଁ ଏଭଳି ପ୍ରଥା ରହିଛି:  ବିଶ୍ୱାସ କରାଯାଏ ଯେ ଶତାବ୍ଦୀ ପୂର୍ବରୁ ଏଠାରେ ଜଣେ ରାକ୍ଷସ ଥିଲା, ଯିଏ ଗାଁରେ ଥିବା ସୁନ୍ଦରୀ ମହିଳାମାନଙ୍କୁ ତା ସାଙ୍ଗରେ ନେଇ ତା ଉପରେ ଅତ୍ୟାଚାର କରୁଥିଲା। ଖାସ୍ କରି ଯେ କୌଣସି ମହିଳା ସୁନ୍ଦର ଶାଢୀ ବା ବସ୍ତ୍ର ପିନ୍ଧୁଥିଲା। ସେ ରାକ୍ଷାସ ସେମାନଙ୍କୁ ଅଧିକ ନିର୍ଯ୍ୟାତନା ଦେଉଥିଲା ।  ଶେଷରେ ଦେବତାମାନେ ସେହି ରାକ୍ଷାସକୁ ହତ୍ୟା କରି ମହିଳାମାନଙ୍କୁ ଉଦ୍ଧାର କରିଥିଲେ। ସେବେଠାରୁ ଏହି ପରମ୍ପରା ଚାଲିଆସିଛି । ଯଦିଓ ଏହି  ପରମ୍ପରା ପୁରା ବନ୍ଦ ହୋଇନି କିନ୍ତୁ ଏହି ପ୍ରଥାରେ ଅନେକ ପରିବର୍ତ୍ତନ ଆସିଛି । ମହିଳାମାନେ ଉଲଗ୍ନ ହେବା ପରିବର୍ତ୍ତେ, ପତଳା ଶାଢୀ ପିନ୍ଧି ପାଞ୍ଚଦିନ ପର୍ଯ୍ୟନ୍ତ ରୁହନ୍ତି । ସେହି ପିନ୍ଧା ଶାଢୀକୁ ପାଞ୍ଚଦିନ ପରେ ଦେହରୁ ବାହାର କରନ୍ତି।