COP-28 Summit: କପ୍-୨୮ ସମ୍ମିଳନୀ କ`ଣ? କାହିଁକି ଜଳବାୟୁ ସମସ୍ୟାର ମୁକାବିଲା କରିବାରୁ ବିକାଶଶୀଳ ଦେଶକୁ ସାହାଯ୍ୟ କରିବାରୁ ଦୂରେଇଗଲେ ବିକଶିତ ଦେଶ?
Cop 28 Conference Dubai: ଚଳିତ ବର୍ଷ ନଭେମ୍ବର ୩୦ ଏବଂ ଡିସେମ୍ବର ୧ ତାରିଖରେ ଦୁବାଇ ଠାରେ ଆୟୋଜିତ ହେଉଛି ବିଶ୍ୱ ଜଳବାୟୁ କ୍ରିୟାନୁଷ୍ଠାନ ସମ୍ମିଳନୀର ବାର୍ଷିକ ବୈଠକ।
COP-28 Summit Dubai: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୩୦ ଏବଂ ଡିସେମ୍ବର ୧ ତାରିଖରେ ୨ ଦିନିଆ ଦୁବାଇ ଗସ୍ତରେ ଯାଉଛନ୍ତି। ଦୁବାଇ ଗସ୍ତ ଅବସରରେ ବିଶ୍ୱ ଜଳବାୟୁ କ୍ରିୟାନୁଷ୍ଠାନ ସମ୍ମିଳନୀର ବାର୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି। ଯେଉଁ ସମ୍ମିଳନୀରେ ବିଶ୍ୱର ବହୁ ବିକଶିତ ତଥା ବିକାଶଶୀଳ ଦେଶର ରାଷ୍ଟ୍ରମୁଖ୍ୟ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ବିଶ୍ୱର ବିକାଶଶୀଳ ଦେଶ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଏବଂ ଜଳବାୟୁ ସମ୍ବନ୍ଧୀୟ ଘଟଣାର ମୁକାବିଲା କରିବାରେ ସହାୟତା କରିବା। ଜଳବାୟୁ ସମସ୍ୟାର ମୁକାବିଲା କରିବା ପାଇଁ ବିକାଶଶୀଳ ଦେଶକୁ ସାହାଯ୍ୟ ସହଯୋହଗ ଦେବାକୁ ନେଇ ବିକଶିତ ଦେଶ ରଣନୀତି ପ୍ରସ୍ତୁତ କରିବେ।
ହେଲେ ବିଶ୍ୱ ଜଳବାୟୁ କ୍ରିୟାନୁଷ୍ଠାନ ସମ୍ମିଳନୀ (World Climate Action Summit 2023) ଆୟୋଜିତ ହେବା ପୂର୍ବରୁ ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଙ୍ଗଠନ (Organisation for Economic Co-operation and Development) ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଏହି ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ବିଗତ ବର୍ଷରେ ଏହି ଶିଖର ସମ୍ମିଳନୀରେ ଦିଆଯାଇଥିବା ପ୍ରତିଶୃତି ପୂରଣ ହୋଇନାହିଁ। ଏହି ବିଶ୍ୱସ୍ତରୀୟ ସମ୍ମଳନୀରେ ନିଆଯାଇଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଜ୍ଞା ହେଉଛି ଯେ ସମସ୍ତ ବିକଶିତ ଦେଶ ପରିବେଶକୁ ବଞ୍ଚାଇବା ପାଇଁ ସମସ୍ତ ବିକାଶଶୀଳ ଦେଶକୁ ୧୦୦ ବିଲିଅନ୍ ଡଲାର ମୂଲ୍ୟର ସହାୟତା ରାଶି ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ପୂରଣ ହୋଇନାହିଁ।
ବିକଶିତ ଦେଶ କେତେ ଟଙ୍କା ପାଣ୍ଠି ସଂଗ୍ରହ କରିଥିଲେ?
ଜଳବାୟୁ ସମସ୍ୟାର ମୁକାବିଲା କରିବା (Action Plan for Tackling Climate Change) ପାଇଁ ବିକଶିତ ଦେଶ ବିକାଶଶୀଳ ଦେଶଙ୍କୁ ସହୟତା ପ୍ରଦାନ କରିବା ପାଇଁ ମାତ୍ର ୮୯.୬ ବିଲିୟନ ଡଲାର ମୂଲ୍ୟର ପାଣ୍ଠି ସଂଗ୍ରହ କରିଥିଲେ। ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଙ୍ଗଠନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ। କାରଣ ଏହି ସଙ୍ଗଠନ ମୁଖ୍ୟତ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, ସ୍ୱୀଜରଲ୍ୟାଣ୍ଡ, କାନାଡା ଏବଂ ଅନ୍ୟାନ୍ୟ ଧନୀ ଦେଶକୁ ନେଇ ଗଠିତ ହୋଇଛି। ଏହି ରିପୋର୍ଟ ପରେ ଦୁବାଇ ଠାରେ ଆୟୋଜିତ ହେବାକୁ ଯାଥିବା ଏହି ଜଳବାୟୁ ସମ୍ପର୍କିତ ବୈଠକର ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ପ୍ରତିଶୃତି ପୂରଣ ନହେବା ବିଷୟରେ ହେବ ବୋଲି କୁହାଯାଉଛି।
ଏହି ରିପୋର୍ଟ ମାଧ୍ୟମରେ ୨୦୨୦ ବର୍ଷରେ ଗ୍ଲାସଗୋ ସମ୍ମିଳନୀ (Glasgow Climate Change Conference 2020) ବିଷୟରେ ମଧ୍ୟ କୁହାଯାଇଛି। ଯେଉଁଠାରେ ବିକଶିତ ଦେଶ ବିକାଶଶୀଳ ଦେଶକୁ ୧୦୦ ଆରବ ଡଲାର ଦେଇଛନ୍ତି। ମିଳିତ ଜାତିସଂଘର ଫ୍ରେମୱାର୍କ କନଭେନସନ୍ ଅଫ୍ କ୍ଲାଇମେଟ୍ ଚେଞ୍ଜ (United Nations Framework Convention on Climate Change) ମଧ୍ୟ ଗ୍ଲାସଗୋ ସମ୍ମିଳନୀରେ ଦୁଃଖର ସହ କହିଛି ଯେ ବିକଶିତ ଦେଶର ଗୋଷ୍ଠୀ ନିର୍ଦ୍ଧାରିତ ସମୟ ଅନୁଯାୟୀ ୨୦୨୦ ବର୍ଷରେ ୧୦୦ ବିଲିୟନ ଡଲାର ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହୋଇନାହାଁନ୍ତି।
ବିକାଶଶୀଳ ଦେଶ କେତେ ଟଙ୍କା ଦେଇଥିଲେ?
ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଙ୍ଗଠନ ଗତ ୨୦୨୧ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ଚ୍ୟାନେଲ ମାଧ୍ୟମରେ ସାର୍ବଜନୀନ କ୍ଷେତ୍ର ଦ୍ୱାରା ସଂଗ୍ରହ ହୋଇଥିବା ୭୩.୧ବିଲିୟନ ଡ଼ଲାର ମଧ୍ୟରୁ ୪୯.୬ ବିଲିୟନ ଡ଼ଲାର ଋଣ ଭାବରେ ଦିଆଯାଇଥିଲା। ତେବେ ଅଂଶୀଦାର ହୋଇଥିବା ରିପୋର୍ଟ ଅନୁଯାୟୀ ଜଳବାୟୁ ସଂରକ୍ଷଣ ଉପରେ ସମସ୍ତ ପରିବେଶ ଚିନ୍ତା ନିର୍ଭର କରେ।