କେନ୍ଦୁଝର: ଗୋଖର ସାପ କାମୁଡ଼ିବା ପରେ ଜଣେ ଯୁବକ ସାପକୁ ଧରି ବେକର ପକାଇ ଗାଁ ବୁଲିବା ଏବଂ ସାପକୁ ଧରି ଡାକ୍ତରଖାନା ଯିବା ଘଟଣା କେନ୍ଦୁଝର ସଦର ବ୍ଲକ୍ ଗୋବର୍ଦ୍ଧନ ପଞ୍ଚାୟତ କଲୋନିସାହିରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାପ୍ତ ସୂଚନା ଅନୁସାରେ ସାହିର ସଞ୍ଜୟ ମୁଣ୍ଡା ( ୧୯) ଘରେ ଶୋଇଥିବା ବେଳେ ଏକ ଗୋଖର ସାପ ତାଙ୍କୁ କାମୁଡ଼ିଥିଲା । ସଞ୍ଜୟ ନିଦରୁ ଉଠି ସାପଟିକୁ କାବୁ କରି ନେଇଥିଲେ । ତାକୁ ବେକରେ ପକାଇ ଗାଁ ସାରା ବୁଲିଥିଲେ । ଗ୍ରାମବାସୀ ଏହା ଜାଣିବା ପରେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । 


COMMERCIAL BREAK
SCROLL TO CONTINUE READING

ଆମ୍ବୁଲାନ୍ସ ଗାଁରେ ପହଞ୍ଚି ତାଙ୍କୁ ଡାକ୍ତରଖାନା ନେବା ସମୟରେ ମଧ୍ୟ ଯୁବକ ଜଣଙ୍କ ସାପଟିକୁ ଛାଡ଼ି ନଥିଲା । ସାପକୁ ଧରି ଡାକ୍ତରଖାନା ଯିବ ବୋଲି ଅଡ଼ି ବସିଥିଲା । ଶେଷରେ ତାହା ହିଁ ହେଲା । ସାପକୁ ବେକର ଗୁଡ଼ାଇ ଯୁବକ ଜଣଙ୍କ ୧୦୮ ଯୋଗେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତି ହୋଇଛନ୍ତି।