YouTube will label the videos which are created with help of AI: ବର୍ତ୍ତମାନ ଠାରୁ ୟୁଟ୍ୟୁବ ସେହି ଭିଡ଼ିଓ ଲେବଲ୍ କରିବାକୁ ଚାହୁଁଛି ଯାହାକୁ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ପ୍ରସ୍ତୁତ କରାଯାଇଛି। ଏନେଇ ୟୁଟ୍ୟୁବ୍ ପକ୍ଷରୁ ହୋଇଥିବା ଦାବି ଅନୁସାରେ ସେହି ଭିଡ଼ିଓ ଲେବଲ୍ କରାଯିବ ଆବଶ୍ୟକ। କାରଣ ବେଳେବେଳେ କୃତ୍ରିମ ବୁଦ୍ଧିମତା (Artificial intelligence) ଏଆଇ (AI) ସହାୟତାରେ ନିର୍ମିତ ହୋଇଥିବା ଭିଡିଓ  ଅସଲି ଦୃଶ୍ୟମାନ ହୋଇଥାଏ। ଯେଉଁଥିପାଇଁ ଲୋକେ ଭ୍ରମିତ ହୋଇପାରନ୍ତି। ୟୁଟ୍ୟୁବ୍ ଚାହୁଁଛି ଯେ ଆପଣ ଦେଖୁଥିବା ଭିଡିଓ ଅସଲି ନାଁ ଏହାକୁ ଏଆଇ ସହାୟତାରେ ସୃଷ୍ଟି ହୋଇଛି ତାହାକୁ ଆପଣ ସ୍ପଷ୍ଟ ଭାବରେ ଦେଖିପାରୁନ୍ତି। ୟୁଟ୍ୟୁବ ଏହାର ଭିଡିଓ ନିର୍ମାତାଙ୍କୁ ନିଜ ଭିଡିଓ ଲେବଲ୍ କରିବାକୁ କହିଦେଇଛି।


COMMERCIAL BREAK
SCROLL TO CONTINUE READING

ସର୍ଟସ୍ ଭିଡ଼ିଓ ପାଇଁ ଦେବାକୁ ହେବ ଲେବଲ୍
ଚଳିତ ସପ୍ତାହରେ ୟୁଟ୍ୟୁବ୍ ଏକ ନୂତନ ଟୁଲ ଲଞ୍ଚ (YouTube Launch New Tool) କରିସାରିଛି। ବର୍ତ୍ତମାନ ଭିଡିଓ ନିର୍ମାତାଙ୍କୁ ଜଣାଇବାକୁ ପଡିବ ଯେ ସେମାନେ ଦେଖାଉଥିବା ଭିଡିଓ ଅସଲି ନା କମ୍ପ୍ୟୁଟର ପ୍ରୋଗ୍ରାମ ଅର୍ଥାତ ଏଆଇ ସହାୟତାରେ ପ୍ରସ୍ତୁତ କରାଯାଇଛି। ୟୁଟ୍ୟୁବ ଭିଡ଼ିଓ ନିର୍ମାତାଙ୍କୁ ଯେଉଁ ଲେବଲ୍ ପ୍ରଦାନ କରିବା କଥା କହୁଛି ତାହା କେବଳ ଲମ୍ବା ଭିଡିଓ (YouTube Long Video) ପାଇଁ ନୁହେଁ ବରଂ ସର୍ଟସ୍ ଭିଡ଼ିଓ (YouTube Shorts Video) ପାଇଁ ମଧ୍ୟ କାର୍ଯ୍ୟକାରୀ ହେବ। ଯଦିଓ ଭିଡିଓ ପାଇଁ କେବଳ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଯେପରିକି ଫିଲ୍ଟର ପ୍ରୟୋଗ କରିବା କିମ୍ବା ପୃଷ୍ଠଭୂମିକୁ ଅସ୍ପଷ୍ଟ କରିବାକୁ (Applying Filters or Background Bluring) ହୁଏ, ତାହେଲେ ସେଥିପାଇଁ ପୃଥକ ଲେବଲ୍ ଆବଶ୍ୟକ ହେବ ନାହିଁ।


ଅସୁବିଧାରେ ପଡିଛନ୍ତି ଅନଲାଇନ୍ ପ୍ଲାଟଫର୍ମ
ବଡ଼ ବଡ଼ ଅନଲାଇନ୍ ପ୍ଲାଟଫର୍ମ ଯଥା ସୋସିଆଲ ମିଡ଼ିଆ ଆପ୍ ମେଟା, ଭିଡ଼ିଓ ଆପ୍ ୟୁଟ୍ୟୁବ୍, ସର୍ଚ୍ଚ ଇଞ୍ଜିନ ଗୁଗୁଲ୍ ବର୍ତ୍ତମାନ ଅସୁବିଧାରେ ପଡିଛନ୍ତି। କାରଣ ଲୋକେ ଏଆଇ ସହାୟତାରେ ଭୁଲ ତଥ୍ୟ କିମ୍ବା ମିଥ୍ୟା ଖବର ବିସ୍ତାର କରିପାରନ୍ତି। ସରକାର ସ୍ପଷ୍ଟ ଭାବେ କହି ସାରିଛନ୍ତି ଯେ ଏହି କମ୍ପାନୀ ନିଜେ ଆଗକୁ ଆସି ଏପରି ବିଷୟ ବସ୍ତୁକୁ ବନ୍ଦ କରିବା ପାଇଁ ଉପାୟ ଖୋଜିବେ।


ଚଳିତ ବର୍ଷ ଭାରତ ଏବଂ ଆମେରିକା ଭଳି ବିଶାଳକାୟ ଗଣତାନ୍ତ୍ରିକ ଦେଶରେ ନିର୍ବାଚନ ହେବାକୁ ଯାଉଛି। ବିଷୟବସ୍ତୁ ପାଇଁ ଏଆଇ ଟାର୍ଗେଟ ମଧ୍ୟରେ ରହିଛି। ଏଭଳି ପରିସ୍ଥିତିରେ ୟୁଟ୍ୟୁବ ଏହା ଯାଞ୍ଚ କରିବ ଯେ ପୋଷ୍ଟ ହୋଇଥିବା ଭିଡ଼ିଓ ଯାହାକୁ ଏଆଇ ସହାୟତାରେ ପ୍ରସ୍ତୁତ କରାଯାଇଛି ତାହାର ଲେବଲ୍ ଅଛି ନାଁ ନାହିଁ। ୟୁଟ୍ୟୁବ ଠାରେ ମହଜୁଦ ରହିଥିବା ବିଷୟବସ୍ତୁ ସହିତ ଜଡିତ ଅନ୍ୟ କିଛି ସମସ୍ୟା ରହିଛି ଯାହାକୁ ପରିଚାଳନା କରିବା ଅତ୍ୟନ୍ତ କଷ୍ଟକର। ହେଲେ ଆଶା କରାଯାଉଛି ଆଜିର କୃତ୍ରିମ ବୁଦ୍ଧିମତା ଯୁଗରେ ଏପରି ବିଷୟ ବସ୍ତୁକୁ ଏକ ଉତ୍ତମ ଉପାୟରେ ପରିଚାଳିତ କରିହେବ।