most expensive youtuber in the world: ସ୍ୱୀଡେନ ବାସିନ୍ଦା ଜିମି ଡୋନାଲ୍ଡସନ୍ ହେଉଛନ୍ତି ବିଶ୍ୱର ସବୁଠାରୁ ଧନୀ ୟୁଟ୍ୟୁବର୍। ମିଷ୍ଟର ବିଷ୍ଟ ନାମକ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ରେ ୧୬.୩ କୋଟି ସବସ୍କ୍ରାଇବର ଅଛନ୍ତି। ୟୁଟ୍ୟୁବ ଦୁନିଆର କୌଣସି ୟୁଟ୍ୟୁବର ପାଖର ଏତେ ସଂଖ୍ୟକ ସବସ୍କ୍ରାଇବର ନାହାଁନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମିଷ୍ଟର ବିଷ୍ଟ ୟୁଟ୍ୟୁବ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। ସ୍ୱୀଡେନର ବାସିନ୍ଦା ମିଷ୍ଟର ବିଷ୍ଟ ହେଉଛନ୍ତି ୮୨୦ କୋଟି ଟଙ୍କାର ମାଲିକ। ୟୁଟ୍ୟୁବ ମାଧ୍ୟମରେ କୋଟି କୋଟି ରୋଜଗାର କରୁଥିବା ୟୁଟ୍ୟୁବର ଜିମି ଡୋନାଲ୍ଡସନ୍ ଙ୍କ ପାଞ୍ଚଟି ବିଳାସପୂର୍ଣ୍ଣ ଘର ରହିଛି। ତାଙ୍କ ପାଖରେ ବିଶ୍ୱର ସର୍ବୋତ୍ତମ କାର ରହିଛି। BMW i8 ହେଉଛି ତାଙ୍କର ପ୍ରିୟ କାର। ଜିମି ଡୋନାଲ୍ଡସନ୍ ଙ୍କ ପାଖରେ ଏକ କଷ୍ଟୋମାଇଜଡ୍ ଟେସଲା କାର୍ ଏବଂ ଲେମ୍ବୋର୍ଗିନି ହୁରାକାନ୍ ସ୍ପାଇଡର୍ ମଧ୍ୟ ରହିଛି।


COMMERCIAL BREAK
SCROLL TO CONTINUE READING

ୟୁଟ୍ୟୁବ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର ବ୍ୟତୀତ ମିଷ୍ଟର ବିଷ୍ଟ (MrBeast) ନାମରେ ପରିଚିତ ୟୁଟ୍ୟୁବର ଜିମି ଡୋନାଲ୍ଡସନ୍ (YouTuber Jimmy Donaldson) ନିଜର ସବସ୍କ୍ରାଇବର୍ସ (YouTuber Jimmy Donaldson Subscribers) ଙ୍କ ପାଇଁ ବହୁ ଅର୍ଥ ଖର୍ଚ୍ଚ କରି ବିଖ୍ୟାତ। ମିଷ୍ଟର ବିଷ୍ଟ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି ଯେ ତାଙ୍କୁ ମଧ୍ୟ ଟାଇଟାନିକ୍ ଦେଖିଇବାକୁ ଯାଉଥିବା ଲୋକଙ୍କ ସହ ଏକ ବୁଡ଼ା ଜାହାଜରେ ଯିବାକୁ ନିମନ୍ତ୍ରଣ କରାଯାଇଛି। ହେଲେ ସେ ମନା କରି ଦେଇଥିଲେ। ଏହି ବୁଡ଼ାଜାହାଜ ବୁଡ଼ିଗଲା ଏବଂ ଏଥିରେ ସମ୍ପୃକ୍ତ ସମସ୍ତ ଲୋକ ସମୁଦ୍ରରେ ପ୍ରାଣ ହରାଇଲେ। ମାତ୍ର ୧୩ ବର୍ଷ ବୟସରୁ ୟୁଟ୍ୟୁବ ଭିଡିଓ ତିଆରି କରି ଆସୁଛନ୍ତି ସ୍ୱୀଡେନ ବାସିନ୍ଦା ଜିମି ଡୋନାଲ୍ଡସନ୍ (Jimmy Donaldson)। ଗତ ୨୦୧୭ ଜାନୁଆରୀରେ ତାଙ୍କର ଗୋଟିଏ ଭିଡିଓ ହେତୁ ସେ ବହୁତ ପ୍ରସିଦ୍ଧି ପାଇଥିଲେ। ଯେଉଁଥିରେ ସେ ଏକ ଲକ୍ଷ ପର୍ଯ୍ୟନ୍ତ ଗଣନା କରିଥିଲେ। ନିଜର ଏହି ଭିଡିଓ ପାଇଁ ଭାଇରାଲ ହୋଇଥିଲେ ମିଷ୍ଟର ବିଷ୍ଟ।


ଉପହାରରେ ଦେଇଥିଲେ ୪୦ କାର
ୟୁଟ୍ୟୁବର ଜିମି ଡୋନାଲ୍ଡସନ୍ ନିଜର ୪ କୋଟି ସବସ୍କ୍ରାଇବର ଙ୍କୁ ୪୦ କାର ଉପହାରରେ ଦେଇଥିଲେ। ଏହା କେବଳ ଅନ୍ୟ କାର ନୁହେଁ। ଯେଉଁଥିରେ ପୋର୍ଚେ, କଷ୍ଟମ୍ ସ୍ପଞ୍ଜବୋବ୍ ଜିପ୍, ସେଡାନ୍ସ, ଟ୍ରକ୍ ଠାରୁ ଟେସଲା ପର୍ଯ୍ୟନ୍ତ କାର ଅନ୍ତର୍ଭୂକ୍ତ ରହିଥିଲା। ହେଲେ କାର ନେବା ଏକ ସର୍ତ୍ତ ମଧ୍ୟ ରହିଥିଲା। ଏହି କାର ନେଉଥିବା ତାଙ୍କର ସବସ୍କ୍ରାଇବର ଏହି ଗାଡ଼ିକୁ ୨୪ ଘଣ୍ଟା ମଧ୍ୟରେ ଅନ୍ୟ କାହାକୁ ଦେବେ। ଲୁକ ନାମକ ଏହି ବ୍ୟକ୍ତି ସମସ୍ତ କାର ଉପହାର ଦେଇଥିଲେ। ଏହା ପରେ ମିଷ୍ଟର ବିଷ୍ଟ ତାଙ୍କୁ ଏକ ଟେସଲା କାର ଉପହାରରେ ଦେଇଥିଲେ।


ଉପହାରରେ ଦେଇଥିଲେ ଦ୍ୱୀପ
ମିଷ୍ଟର ବିଷ୍ଟ ବହୁତ ରୋଜଗାର କରିଥାନ୍ତି ଏବଂ ବହୁତ ଟଙ୍କା ଖର୍ଚ୍ଚ କରନ୍ତି। ସେ ନିଜର ୧୦ କୋଟି ସବସ୍କ୍ରାଇବର୍ସ ଙ୍କୁ ଏକ ଦ୍ୱୀପ ଉପହାର ଦେବାକୁ ପ୍ରତିଜ୍ଞା କରି ଏକ ଆଲୋଡ଼ନ ସୃଷ୍ଟି କରିଥିଲେ। ଏହି ୧୦ ସବସ୍କ୍ରାଇବର୍ସ ଙ୍କ ମଧ୍ୟରେ ୫୦ସ ଜଣଙ୍କୁ ଚୟନ କରାଯାଇଥିଲା। ଦ୍ୱୀପର ଯୋଗ୍ୟ ମାଲିକ ବାଛିବା ପାଇଁ ଏକ ପ୍ରତିଯୋଗିତା ମଧ୍ୟ୍ୟ ଅନୁଷ୍ଠିତ ହୋଇଥିଲା। ଶେଷ ରାଉଣ୍ଡ ସମୟରେ ପାଞ୍ଚ ଜଣ ପହଞ୍ଚି ଯାଇଥିଲେ। ଶେଷ କାର୍ଯ୍ୟ ହେଲା ୟୁଟ୍ୟୁବ ମଧ୍ୟରେ ୧୦ କୋଟି ବଟନ୍ ଖୋଜିବା। ଏହି ପ୍ରତିଯୋଗତୀରେ ଅଂଶଗ୍ରହଣ କରଥିବା ଜଣେ ବ୍ୟକ୍ତି କିଛି ଘଣ୍ଟାର ପରିଶ୍ରମ ପରେ ଏହାକୁ ପାଇବା ସହ ଉପହାରରେ ତାଙ୍କୁ ଦ୍ୱୀପ ମିଳିଥିଲା। ଅବଶିଷ୍ଟ ୪ ଜଣ ପ୍ରତିଯୋଗୀଙ୍କୁ ମଧ୍ୟ ୪୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।


ୱେଟର ଙ୍କୁ ଉପହାରରେ ଦେଇଥିଲେ କାର୍
କିଛି ସମୟ ପୂର୍ବରୁ ମିଷ୍ଟର ବିଷ୍ଟ ଏକ ରେସ୍ତୁରାଁ ଯାଇଥିଲେ। ସେଠାରେ ସେ ୱେଟର ଙ୍କୁ ପଚାରିଥିଲେ ଯେ ସେ ଏପର୍ଯ୍ୟନ୍ତ କେତେ ଟିପ୍ସ ପାଇଛନ୍ତି। ୱେଟର ତାଙ୍କୁ କହିଥିଲେ ଯେ ଆଜି ପର୍ଯ୍ୟନ୍ତ ସେ କେବଳ ୪୦୦୦ ଟଙ୍କା ପାଇଛନ୍ତି। ଏହା ପରେ ବିଷ୍ଟ ସେହି ୱେଟର ଙ୍କୁ ତାଙ୍କ ଟିପ୍ ରେ ତାଙ୍କର କାର ଚାବି ଦେଇ ଦେଇଥିଲେ।