Lady Blackmailer Archana Nag Odisha News, ଭୁବନେଶ୍ୱର: 'ଅର୍ଚ୍ଚନା ନାଗ', ବର୍ତ୍ତମାନ ଏହି ଗୋଟିଏ ନାଁ ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ବ୍ଲାକମେଲିଂ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ପ୍ରାୟ ସପ୍ତାହେ ହେଲା ଝାରପଡା ଜେଲକୁ ନିଜର ଅସ୍ଥାୟୀ ଠିକଣା କରିଛନ୍ତି। ଶୁକ୍ରବାର ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ତାଙ୍କର ଜାମିନ ଆବେଦନର ଶୁଣାଣୀ ହୋଇଛି। ସୋମବାର ସୁଦ୍ଧା ରାୟ ପ୍ରକାଶ ପାଇବ ବୋଲି କୁହାଯାଉଛି। ତେବେ ଏହାରି ମଧ୍ୟରେ ବିଳାଶମୟ ଜୀବନଯାପନ କରୁଥିବା ଅର୍ଚ୍ଚନା, ଜେଲରେ କିପରି ରହୁଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଅର୍ଚ୍ଚନାଙ୍କ ନାମରେ ଆଇଟି ଆକ୍ଟ ସମେତ ୧୬ଟି ସଙ୍ଗୀନ ଦଫା ଲାଗିଛି।


COMMERCIAL BREAK
SCROLL TO CONTINUE READING

ସୁରକ୍ଷା ଦୃଷ୍ଟିରୁ ଦ୍ୱତୀୟ ଥର ପାଇଁ ଅର୍ଚ୍ଚନା ନାଗଙ୍କୁ ଭିଡିଓ କନଫରେନସିଂ ଜରିଆରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି। ତାଙ୍କର ଜାମିନ ନେଇ କୋର୍ଟ କୌଣସି ରାୟ ପ୍ରକାଶ କରିନାହାନ୍ତି। ତବେ ଶୁଣାଣୀ ସମୟରେ ଅର୍ଚ୍ଚନା କାନ୍ଦି ପକାଇଥିଲେ। ସେପଟେ ମାମଲାର ତଦନ୍ତରେ EDକୁ ସାମିଲ କରିବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ ହୋଇଛି। ଏହାରି ମଧ୍ୟରେ ନ୍ୟାୟିକ ହେପାଜତରେ ଥିବା ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଖବର ସାମନାକୁ ଆସୁଛି। ଅର୍ଚ୍ଚନା ଝାରପଡା ଜେଲରେ ଝଡି ଯାଇଛନ୍ତି। କିଛି ଅନ୍ତେବାସୀଙ୍କ ଦ୍ୱାରା ସେ ମାନସିକ ନିର୍ଯାତନାର ଶିକାର ହେଉଥିବା କୁହା ଯାଉଛି।


Also Read: Archana Nag Case: କାହିଁକି ହାଇକୋର୍ଟ ଗଲା ହାଇପ୍ରୋଫାଇଲ୍ ବ୍ଲାକମେଲିଂ ମାମଲା?


 


ଆଲିସାନ ବଙ୍ଗଳାରେ ରହୁଥିବା ଓ କିଙ୍ଗ୍ ସାଇଜ ଖଟରେ ଶୋଉଥିବା ଅର୍ଚ୍ଚନା ନାଗ ଏବେ ଝାରପଡା ଜେଲର ମହିଳା ୱାର୍ଡରେ ଦିନ କାଟୁଛନ୍ତି। ଜଣେ ଜେଲ କର୍ମଚାରୀଙ୍କ କହିବା ଅନୁସାରେ, ଜେଲରେ ଅର୍ଚ୍ଚନା ଅଧିକାଂଶ ସମୟ ଶୋଇ ଶୋଇ ରହୁଛନ୍ତି। ସେ ଟିଭିରେ କେବଳ ନ୍ୟୁଜ୍ ଓ ସିରିୟଲ ଦେଖୁଛନ୍ତି। ଖାଇବା ପାଇ ଯାହା ଦେଲେ ଖାଇଦେଉଛନ୍ତି। ଅନେକ ସମୟରେ ସେ ନିରବ ରହୁଛନ୍ତି, କାହାକୁ କିଛି କହୁନାହାନ୍ତି। ଜେଲରେ ଜଣେ ମହିଳା କଏଦୀଙ୍କ ସହ ତାଙ୍କର ମିଳିମିଶା ଅଧିକ। ଅର୍ଚ୍ଚନା ସେହି ମହିଳା କଏଦୀଙ୍କ ସହ ବେଶ ସମୟ କାଟୁଛନ୍ତି। ତେବେ ନିଜ କାଣ୍ଡକାରନାମା ବିଷୟରେ ଆଲୋଚନା କରିବାକୁ ସେ କୁଣ୍ଠାବୋଧ କରୁଛନ୍ତି।


ଅନ୍ୟ ଜଣେ ଜେଲ କର୍ମଚାରୀଙ୍କ ଅନୁସାରେ, ଲେଡି ବ୍ଲାକମେଲର ଅର୍ଚ୍ଚନା ନିଜ କୁକର୍ମକୁ ନେଇ ଅନୁତାପ କରୁଛନ୍ତି। ସେ ବହୁ ସମୟରେ ମୁଣ୍ଡପୋତି ଗୁମସୁମ ରହୁଛନ୍ତି ଓ ଠିକ୍ ଭାବେ ଖାଇବା ପିଇବା ମଧ୍ୟ କରୁନାହାନ୍ତି। ଯାହାଫଳରେ ସେ ଝଡି ଗଲେଣି। ସେ ଜେଲର ଅନ୍ୟ ଅନ୍ତେବାସୀଙ୍କ ସହ ସମୂର୍ଣ୍ଣ ଭାବେ ମିଶିପାରୁ ନାହାନ୍ତି। କିଛି ଅନ୍ତେବାସୀ ଅର୍ଚ୍ଚନାଙ୍କୁ ଘୃଣା ନଜରରେ ଦେଖୁଛନ୍ତି। କିନ୍ତୁ ଅନେକ ତାଙ୍କର ମନବଳ ବଢାଉଛନ୍ତି। ଅର୍ଚ୍ଚନାଙ୍କୁ ଖାଇବା ପାଇଁ ଜେଲରେ ଦୁଇ ହଜାର ଟଙ୍କାର କୁପନ ମିଳିଛି, କିନ୍ତୁ ସେ ସେଥିରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିନାହାନ୍ତି। ନିଜ ୱାର୍ଡ ଛଡା ସେ ଆଉ କୁଆଡେ ଯାଉନାହାନ୍ତି ବୋଲି ଜେଲ କର୍ମଚାରୀ ଜଣକ ସୂଚନା ଦେଇଛନ୍ତି।