ED Investigation start:  ଭୁବନେଶ୍ୱର: ହନିଟ୍ରାପ୍‌ ତଥା ବ୍ଲାକମେଲିଂ କରି କୋଟି କୋଟି ଟଙ୍କା ଅର୍ଜନ କରିଥିବା ଅର୍ଚ୍ଚନା ନାଗଙ୍କ ଘର ସମେତ ୬ଟି ସ୍ଥାନରେ ଆଜି ସକାଳୁ ହେଉଛି ଇଡି ରେଡ। ଅର୍ଚ୍ଚନାଙ୍କ ମନି ଲଣ୍ଡ୍ରିଂ ଲିଙ୍କ୍ ନେଇ ଏହି ଖୋଳତାଡ଼ ଆରମ୍ଭ ହୋଇଛି। ୬ଟି ସ୍ଥାନରେ ଇଡି ରେଡ ହେଉଥିବା ବେଳେ ସବୁଠାରେ ସିଆରପିଏଫ କର୍ମୀ ମୁତୟନ ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

କଳାହାଣ୍ଡି କେସିଙ୍ଗାସ୍ଥିତ ଅର୍ଚ୍ଚନାଙ୍କ ପୈତୃକ ଘର, ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଥିବା ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଘର, ଅର୍ଚ୍ଚନାଙ୍କ ବିଜନେସ ପାର୍ଟନର ଖଗେଶ୍ୱରଙ୍କ ବାଲିପାଟଣାସ୍ଥିତ ଘର, ତାଙ୍କ ରସୁଲଗଡ଼ସ୍ଥିତ ସୁପ୍ରିମ ଅଟୋମୋ‍ବାଇଲ କାର୍‌ ଶୋ’ରୁମ୍‌ରେ ଚଢ଼ାଉ କରାଯାଇଛି। ଏହାବାଦ ଅର୍ଚ୍ଚନାଙ୍କ ସତ୍ୟବିହାରସ୍ଥିତ ଘର ଓ ଅର୍ଚ୍ଚନାଙ୍କ ନାଁରେ ଅଭିଯୋଗ କରିଥିବା ଯୁବତୀଙ୍କ ବାଙ୍କିସ୍ଥିତ ଘରେ ଏକକାଳୀନ ଆଜି ସକାଳୁ ଇଡି ରେଡ କରିଛି। 


ଜଳେଶ୍ୱରରେ ଜଗବନ୍ଧୁଙ୍କ ଘର ଉପରେ ଆଜି ସକାଳୁ ଇଡି ରେଡ କରିଛି। କିନ୍ତୁ ପୂର୍ବରୁ ଏନେଇ ସୂଚନା ପାଇ ଘରେ ତାଲା ପକାଇ ତାଙ୍କ ବାପା ମା’ଓ ଭାଇ ଫେରାର ହୋଇଯାଇଛନ୍ତି। ତେବେ ଇଡି ଟିମ୍‌ ସେମାନଙ୍କ ସମ୍ପର୍କୀୟଙ୍କ ନିକଟରୁ ତଥ୍ୟ ସଂଗ୍ରହ କରୁଛି। ଖଗେଶ୍ୱର ପ୍ରଥମେ ରସୁଲଗଡ଼ ସ୍ଥିତ ସୁପ୍ରିମ ଅଟୋମୋ‍ବାଇଲ କାର୍‌ ଶୋ’ରୁମ୍‌ କରିଥିଲେ। ହେଲେ ଅର୍ଚ୍ଚନାଙ୍କ ସହ ସାକ୍ଷାତ ହେବା ପରେ ପ୍ରାୟ ୪ ବର୍ଷ ପୂର୍ବେ ସେ ନିଜ ବିଜନେସର ସଂପ୍ରସାରଣ କରିଥିଲେ। ଏହାପରେ ହଂସପାଳରେ ଏକ ବଡ଼ କାର୍‌ ଶୋ’ ରୁମ୍‌ ଖୋଲିଥିଲେ। ଅର୍ଚ୍ଚନାଙ୍କ ବ୍ଲାକମନିକୁ ଖଗେଶ୍ୱର ବିଜନେସ ମାଧ୍ୟମରେ ହ୍ୱାଇଟ କରୁଥିବା ଚର୍ଚ୍ଚା ହେଉଛି।


ପ୍ରାୟତଃ ୪ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇ ପାରିଛନ୍ତି ଅର୍ଚ୍ଚନା। ରାଜଧାନୀ ଛାତି ଉପରେ ଆଲିସାନ ବଙ୍ଗଳା, ଦାମୀ ଦାମୀ ଗାଡ଼ି, ଆସବାବପତ୍ର ସହ ମୂଲ୍ୟବାନ ଅଳଙ୍କାରରେ ଛାଇ ହୋଇ ରହୁଥିଲେ ଅର୍ଚ୍ଚନା। ତେଣୁ ତାଙ୍କ ରୋଜଗାରର ମାଧ୍ୟମ କ’ଣ ଥିଲା, କେଉଁଠୁ ଏତେ ଟଙ୍କା ଆସୁଥିଲା, ଏହାର ଉଦ୍ଦେଶ୍ୟ କ’ଣ ତାହାର କାରଣ ଖୋଜୁଛି ଇଡି। ତାଙ୍କ ଅପରାଧର ନେଟଓ୍ୱର୍କ କେତେ ବ୍ୟାପକ,  ତା କଳାଧନ୍ଦା କିଭଳି ଚାଲୁଥିଲା ସେସବୁ ରହସ୍ୟ ଉପରୁ ଇଡି ପରଦା ହଟାଇବ ବୋଲି ଆଶା କରାଯାଉଛି।


ଅର୍ଚ୍ଚନା ଗିରଫ ହେବା ପରଠୁ ସେ ଇଡିର ସ୍ମାନରକୁ ଆସି ଯାଇଥିଲେ। ତେବେ ଆଜିର ଚଢ଼ାଉ ପରେ ଇଡି ହାତରେ କ’ଣ ତଥ୍ୟ ଲାଗୁଛି ତାହା ଉପରେ ସମସ୍ତଙ୍କ ନଜର।


ସୂଚନାଯୋଗ୍ୟ ସିନେ ନିର୍ମାତା ଅକ୍ଷୟ ପରିଜାଙ୍କ ଏକ ମାମଲା ରୁଜୁ ପରେ ସାମ୍ନାକୁ ଆସିଥିଲା ଅର୍ଚନା ନାଗ ମାମଲା। ଖୋଲିଥିଲା ଅର୍ଚ୍ଚନାଙ୍କର କଳାକାରନାମାର ପରଦା। କାହାକୁ କେତେ କୋଟି, କାହାକୁ ଗାଡି ଏବଂ ଜାଗା ଦେବା ପାଇଁ ବ୍ଲାକମେଲିଂ କରାଯାଉଥିଲା। ଏହାର ଏକ ତଥ୍ୟ ପୋଲିସ ହାତରେ ଲାଗିଥିବା ନେଇ ଆଲୋଚନା ଜୋର ଧରିଥିଲା। ଏହା ସହିତ କେଉଁ ରାଜ୍ୟରୁ କେତେ ଜଣ ଝିଅ ଏବଂ ସେଲିବ୍ରେଟି ଏହି କଳା ଖେଳରେ ସାମିଲ ଥିଲେ। ତାହାର ମଧ୍ୟ ତଥ୍ୟ ପୋଲିସ ହାତରେ ଲାଗିଛି। ଅତି ଚତୁରତାର ସହିତ ସ୍ବାମୀ ସ୍ତ୍ରୀ ଦୁହେଁ ମିଶି ରାତିରେ ପ୍ଲାନ କରି ପରଦିନ ଅପରେସନରେ ଲାଗି ଯାଉଥିଲେ। ଏହି ଘଟଣାକୁ ପ୍ରଥମେ ଉନ୍ମୋଚନ କରିଥିବା ଅକ୍ଷୟ ପରିଜାଙ୍କ ଏତଲାରେ ତିନି କୋଟି ଦେବା ପାଇଁ ମଧ୍ୟ ବ୍ଲାକମେଲିଂ ହୋଇଥିଲା ବୋଲି ଏଫଆଇଆର କପିରେ ଦର୍ଶାଯାଇଥିବା ଜଣାପଡ଼ିଥିଲା। 


ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଦୁହେଁ ବ୍ୟବହାର କରୁଥିବା ଲ୍ୟାପଟପ୍ ଓ ଇମେଲରୁ ଅନେକ ବାହାର ରାଜ୍ୟର ଝିଅ ଓ ସେଲିବ୍ରେଟିଙ୍କ ଡିଟେଲସ ସାମ୍ନାକୁ ଆସିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଥିଲା। ଯେଉଁଥିରେ ସେମାନଙ୍କ ଫଟୋ ସହିତ ବଡବଡିଆ ଗ୍ରାହକମାନଙ୍କୁ ଲିଙ୍କ୍ କରି ପଠାଯାଉଥିଲା। ବଡକଥା ହେଲା  ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀଙ୍କର ପବ୍ଲିକ ରିଲେସନ୍ ସଦାସର୍ବଦା ବଡ ବଡିଆ ନେତା ଓ ବିଲଡରମାନଙ୍କ ସହିତ ରଖିବାକୁ ପ୍ରୟାସ କରୁଥିଲେ। ଯାହାକୁ ନେଇ ପ୍ରଥମେ ଏମାନେ ବିଶ୍ବାସ ଜନ୍ମାଇବାକୁ ଚେଷ୍ଟା କରୁଥିଲେ। ଏହି ମଜବୁତିଆ ସମ୍ପର୍କକୁ ନେଇ ଏମାନେ କୋଟି କୋଟି ଟଙ୍କାର ଖେଳ କରିବାକୁ ସକ୍ଷମ ହେଉଥିଲେ। ଏହି ଆଧାରରେ ଶୀକାର ହୋଇଥିବା ଅକ୍ଷୟ ପରିଜାଙ୍କ ଘଟଣା ଅନ୍ୟତମ ଅଟେ। ଅକ୍ଷୟ ପରିଜାଙ୍କ ଘଟଣାକୁ ଅନୁଧ୍ୟାନ କଲେ ଏକ ସିନେମାର କ୍ରାଇମ୍ କାହଣୀ ପରି ଲାଗୁଛି । ତେବେ ଆସନ୍ତୁ ଅକ୍ଷୟଙ୍କୁ କେମିତି ଫିଲ୍ମ ଷ୍ଟାଇଲରେ ଅପରେସନ କରାଯାଇଥିଲା ଜାଣିବା ।