Soumya Ranjan Patnaik Conflict: ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା। ନିଜ ଦଳ ବିଜେଡି ତାଙ୍କୁ ଆଉ ଭରସା କରିପାରୁନି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ସେପଟେ ଠିକ ଏହି ସମୟରେ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ସୌମ୍ୟଙ୍କୁ ବାଦ ଦିଆଯିବା ଚର୍ଚ୍ଚା କୁ ଆହୁରି ବଢାଇଦେଇଛି। ସେପଟେ ଏ ପ୍ରସଙ୍ଗକୁ ନେଇ ସୌମ୍ୟ ମାପିଚୁପି ଉତ୍ତର ରଖିଛନ୍ତି। ସେପଟେ ବିଜେପି ନେତାଙ୍କ କହିବା କଥା ସୌମ୍ୟ ସ୍ୱାଭିମାନି ନେତା। ବିଜେପିରେ ତାଙ୍କୁ ସ୍ବାଗତ।


COMMERCIAL BREAK
SCROLL TO CONTINUE READING

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ କଣ ଆଉ ବିଜେଡିର ଭରସା ନାହିଁ କି। ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକାରୁ ସୌମ୍ୟ ଙ୍କୁ ବାଦ ଦେବା ପରେ ଏଭଳି କିଛି ଚର୍ଚ୍ଚା ଜିର ଧରିଛି। ସେପଟେ ଠିକ ଏହି ସମୟରେ ସୌମ୍ୟ ମପିଚୁପି ଉତ୍ତର ରଖିଛନ୍ତି। ସୌମ୍ୟଙ୍କ କହିବା କଥା ରାଜନୈତିକ ଦଳର ପରିଭାଷା ହେଲା କ୍ଷମତାକୁ ଆସିବାକୁ ହେଲେ ନିର୍ବାଚନ ଜିତିବାକୁ ପଡ଼ିବ । ନିର୍ବାଚନ ଜିତି କ୍ଷମତାକୁ ନ ଆସିଲେ ଲୋକଙ୍କ ଲାଗି ଯାହା କିଛି କରିବାକୁ ଚାହୁଁଛୁ କରିପାରିବୁ ନାହିଁ । ସ୍ୱାଭାବିକ ଭାବେ ସଂଗଠନକୁ ସୁଦୃଢ କରି ନିର୍ବାଚନକୁ ଯିବା ଏକ ରାଜନୈତିକ ଦଳର ସର୍ବାଧିକ ପ୍ରାଥମିକତା ରହୁଛି।ସଂଗଠନ ଅଦଳବଦଳ ଏକ ନିରନ୍ତର ପ୍ରକ୍ରିୟା । ଯାବତୀୟ କୌଶଳ ହାତକୁ ନିଆଯାଏ । ପ୍ରଭାରୀ ପରିବର୍ତ୍ତନ, ପର୍ଯ୍ୟବେକ୍ଷକ ଅଦଳବଦଳ ଏକ ନିରନ୍ତର ପ୍ରକ୍ରିୟା ।


ଯେଉଁ ଦଳ ଅମାନତ ହରାଇଛି, ସେମାନେ କ୍ଷମତାକୁ ଆସିବେ ବୋଲି କହୁଛନ୍ତି । ଆମେ ଲଗାତାର ୫ ଥର କ୍ଷମତାକୁ ଆସିଛୁ । ଷଷ୍ଠ ଥର ଲାଗି ଉଦ୍ୟମ କରୁଛୁ । ନବୀନ ବାବୁଙ୍କୁ ଯେଉଁ ଶ୍ରଦ୍ଧା, ସମ୍ମାନ ଓ ସମର୍ଥନ ଆଉ କାହାକୁ ମିଳିନାହିଁ । ୨୦୨୪ ରେ ମଧ୍ୟ ମିଳିବ । ମୋତେ 9 ଟା ଜିଲ୍ଲାର ଦାଇତ୍ୱ ଦିଆଯାଇଥିଲା । ମୁଁ ବିଭିନ୍ନ କାର୍ଯ୍ୟକ୍ରମ ବ୍ୟସ୍ତ ଥିଲି । ସମୟ ଦେଇପାରିନାହିଁ । ମୋ ରୁଚି ଓ ସାମର୍ଥ୍ୟ ଅନୁସାରେ ଯାହା ଦାୟିତ୍ୱ ଦିଆଯିବ, ଗ୍ରହଣ କରିବି ବୋଲି ସୌମ୍ୟ କହିଛନ୍ତି।


ସେପଟେ ସୌମ୍ୟଙ୍କ ଉପରେ ଦଳ ଅସନ୍ତୁଷ୍ଟ ଅଛି କି ବୋଲି ଚର୍ଚ୍ଚା ଜୋର ଧରିଛି। ଏପରିକି ବିଜେପିରେ ତାଙ୍କ ମିଶ୍ରଣ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ଙ୍କ କହିବା କଥା ସୌମ୍ୟ ପଟ୍ଟନାୟକ ଜଣେ ସ୍ୱାଭିମାନି ବ୍ୟକ୍ତି। ସେ ଅଫିସରଙ୍କ ପଛରେ ଦୌଡ଼ି ପାରିବେନି। ତେଣୁ ସେ ଦଳର ଗୁଡ଼ ବୁକ ରେ ନ ଥାଇ ପରନ୍ତି। ଏପରିକି ଏହା ବିଜେଡି ଭିତରେ ଅସନ୍ତୋଷକୁ ଦର୍ଶାଉଥିବା ବେଳେ ବିଜେପି ହିଁ ବିକଳ୍ପ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।


ଗୋଟିଏ ପଟେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ନେଇ ଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ଏବେ ସୌମ୍ୟଙ୍କ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ଉଭୟଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର।